Posted inଖେଳ

ଅନ୍‌ଫିସିଆଲ ସିରିଜ ଜିତିଲା ଭାରତ

ଆଣ୍ଟିଗୁଆ,୨୨ା୭- ରବିବାର ଖେଳାଯାଇଥିବା ଅନ୍‌ଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ ଏ’ ଦଳ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜ ଏ’କୁ ହରାଇ ଦେଇଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୪-୧ ବ୍ୟବଧାନରେ ଜିତିନେଇଛି। ୨୩୭ ରନ୍‌ର ପିଛା କରୁଥିବା ଭାରତୀୟ ଦଳ ଲାଗି ଋତୁରାଜ ଗାଏକ୍ୱାଡ ଓ ଶୁବମନ ଗିଲ୍‌ଙ୍କ ଓପନିଂ ଯୋଡ଼ି ୧୧.୩ ଓଭରରେ ୧୧୦ ରନ୍‌ କରିଥିଲେ। କିନ୍ତୁ ଇଣ୍ଡିଜ ପେସର କିମୋ ପଲ୍‌ ଗିଲ୍‌ (୬୯)ଙ୍କୁ ଆଉଟ୍‌ କରି ଭାରତୀୟ ଦଳକୁ ଝଟକା ଦେଇଥିଲେ। ଏହାପରେ ଗାଏକ୍ୱାଡଙ୍କ ସହ ଶ୍ରେୟାସ ଆୟାର ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୧୧୨ ରନ୍‌ ଯୋଡ଼ିଥିଲେ। ଗାଏକ୍ୱାଡ (୯୯) ଶତକଠାରୁ ଏକ ରନ୍‌ ଦୂରରେ ଥିବାବେଳେ ଆଉଟ୍‌ ହୋଇଥିଲେ। ଏହିଠାରୁ ଆୟାର ଓ ଅଧିନାୟକ ମନୀଷ ପାଣ୍ଡେ ଭ୍ରମଣକାରୀ ଦଳକୁ ବିଜୟୀ କରାଇଥିଲେ। ଆୟାର ୬୧ ଓ ପାଣ୍ଡେ ୭ ରନ୍‌ କରି ଅପରାଜିତ ଥିଲେ। ପୂର୍ବରୁ ପେସର ନବଦୀପ ସାଇନି, ଦୀପକ ଚହର ଓ ରାହୁଲ ଚହରଙ୍କ ମାପଚୁପ ବୋଲିଂ ଯୋଗୁ ଓ୍ବେଷ୍ଟଇଣ୍ଡିଜ ୨୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ପକ୍ଷରୁ ସୁନୀଲ ଆମ୍ବ୍ରିସ ୬୧ ଓ ଶେର୍ଫାନେ ରଦରଫର୍ଡ ୬୫ ରନ୍‌ କରିଥିଲେ। ଭାରତ ଏ’ ଲାଗି ଦୀପକ, ରାହୁଲ ଓ ନବଦୀପ ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ କଳିଙ୍ଗ ସୁପର କପ୍‌

ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ କରିଥିଲା BCCI, ଏବେ IPLରେ ନାୟାରଙ୍କୁ ମିଳିଲା ବଡ଼ ଦାୟିତ୍ୱ

କୋଲ୍‌କାତା,୧୯ା୪: ନିକଟରେ ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ପୁଣି ଥରେ ଆଇପିଏଲ୍‌କୁ ଫେରିଛନ୍ତି।...

ହିରୋ ସାଜିଲେ ବଟଲର୍‌-ପ୍ରସିଦ୍ଧ; ଆଇପିଏଲ୍‌ ଟେବୁଲ ଶୀର୍ଷରେ ପହଞ୍ଚିଲା ଗୁଜରାଟ

ଅହମଦାବାଦ,୧୯ା୪: ଆଇପିଏଲ୍‌ ୨୦୨୫ରେ ଶନିବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)କୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୦୪ ରନ୍‌ର...

Vaibhav Suryavanshi: IPLରେ ମାତ୍ର ୧୪ ବର୍ଷ ବୟସରେ ଡେବ୍ୟୁ କରି ଇତିହାସ ରଚିଲେ ଏହି କ୍ରିକେଟର

ଜୟପୁର,୧୯।୪: ୧୯ ଏପ୍ରିଲ ୨୦୨୫ ଅର୍ଥାତ ଆଜିର ଦିନରେ IPL ଇତିହାସରେ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି ଜଣେ ଯୁବ ଖେଳାଳି। ୩୬ତମ...

IPLରେ ହଙ୍ଗାମା: GT vs PBKS ମ୍ୟାଚ୍‌ରେ ମୁହାଁମୁହିଁ ହେଲେ ୨ ଶର୍ମା, Video

ନୂଆଦିଲ୍ଲୀ,୧୯।୪: କ୍ରିକେଟ ମ୍ୟାଚ୍‌ରେ ଖେଳାଳିମାନଙ୍କ ମଧ୍ୟରେ କଥା କଟାକଟି ହେବା ସାଧାରଣ କଥା। IPL ଭଳି ଟୁର୍ନାମେଣ୍ଟରେ ଏଭଳି ଘଟଣା ଅନେକ ଥର ଘଟିଛି। ଅହମ୍ମଦାବାଦରେ...

IPL 2025: ଇତିହାସ ରଚିଲେ ରଜତ ପଟିଦାର: ସଚିନଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ, ୧୯।୪:ଚଳିତ ସିଜନରେ ଘରୋଇ ପିଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)ର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ଆଇପିଏଲ୍‌ର ଜନ୍ମ ଦିନରେ  ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ...

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image