ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ବିଜ୍ଞାପନ ଦେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଏକାଧିକ ଅଭିଯୋଗ ହୋଇଛି। ସହରର ବିଭିନ୍ନ ମଦ ଦୋକାନର ଫଟୋ ନେଇ ଦୁର୍ବୃତ୍ତ ତାହାକୁ ଏଡିଟ୍ କରି ଅନ୍ଲାଇନ୍ରେ ମଦ ଦିଆଯାଉଥିବା ନେଇ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଆଗୁଆ ଅଧାଟଙ୍କା ପେମେଣ୍ଟ କଲେ ୩ ଘଣ୍ଟା ଭିତରେ ଘରେ ମଦ ପହଞ୍ଚତ୍ବ ବୋଲି କହୁଛନ୍ତି। ପେଟିଏମ୍ ଓ ଗୁଗଲ ପେ’ ମାଧ୍ୟମରେ ଟଙ୍କା ନେବା ପରେ ମଦ ପହଞ୍ଚୁନି। ଏପରି ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମେତ ବହୁ ଲୋକ ଠକାମିର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।