ଅପରାଧର ସ୍ଥିତି, ପୋଲିସ ଭୂମିକା ନେଇ କର୍ମଶାଳା: ବଢ଼ୁଛି ବଳାତ୍କାର, ମହିଳା, ଶିଶୁ ଆପରାଧିକ ମାମଲା

ଫୁଲବାଣୀ ଅଫିସ, ୧୪ା୧୨-କନ୍ଧମାଳ ଜିଲାରେ ଅପରାଧର ସ୍ଥିତି ଓ ପୋଲିସ ବ୍ୟବସ୍ଥାକୁ ନେଇ ଏକ କର୍ମଶାଳା ସ୍ଥାନୀୟ ପ୍ରେସ୍‌ କ୍ଲବରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛିା ଜିଲାରେ କେତେ ଆପରାଧିକ ମାମଲା ରୁଜୁ ହୋଇଛି ତାହା ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଉଥିଲେ ମଧ୍ୟ ପୋଲିସ ସମ୍ପୂର୍ଣ୍ଣ ତଥ୍ୟ ଦେଉନାହିଁ ବୋଲି କର୍ମଶାଳା ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା। ସେହିପରି ମହିଳାମାନଙ୍କ ପାଇଁ ଥାନାରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ଥାନାରେ ମହିଳା ଡେସ୍କ କାର୍ଯ୍ୟ କରୁନାହିଁ ା ଏପରିକି ପୋଲିସ ଅଧିକାଂଶ କ୍ଷେତ୍ରରେ ଉତ୍ତମ ବ୍ୟବହାର କରୁ ନ ଥିବା ଅଭିଯୋଗ ଉଠିଥିଲା।
ସେଣ୍ଟର ଫର୍‌ ଦି ସଷ୍ଟେନେବଲ୍‌ ୟୁଜ୍‌ ଅଫ୍‌ ନାଚୁରାଲ୍‌ ଆଣ୍ଡ୍‌ ସୋସିଆଲ୍‌ ରିସୋର୍ସେ (ସିଏସ୍‌ଏନ୍‌ଆର) ଓ କମନ୍‌ୱେଲ୍‌ଥ ହ୍ୟୁମାନ୍‌ ରାଇଟସ୍‌ ଇନିସିଏଟିଭ୍‌ (ସିଏଚଆରଆଇ) ପକ୍ଷରୁ କନ୍ଧମାଳ ଉପରେ ହୋଇଥିବା ଗବେଷଣାମତ୍କ ରିପୋର୍ଟ କର୍ମଶାଳାରେ ଉପସ୍ଥାପିତ କରାଯାଇଥିଲା ା ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲାରେ ୨୦୧୭ରେ ମୋଟ ୧,୩୨୭ ଏବଂ ୨୦୧୮ ଜାନୁୟାରୀରୁ ମେ ମଧ୍ୟରେ ୫୬୭ ମାମଲା ପଞ୍ଜୀକୃତ ହୋଇଛି। ସେଥିମଧ୍ୟରେ ୧୦୦ଟି ବଳାତ୍କାର ମାମଲା। କେବଳ ୨୦୧୭ରେ ୪୦୨ଟି ଓ ୨୦୧୮ ଜାନୟାରୀରୁ ମେ ମଧ୍ୟରେ ୧୩୬ଟି ମହିଳା ବିରୋଧୀ ଅପରାଧ ପଞ୍ଜୀକୃତ ହୋଇଛି ା ଏଥିମଧ୍ୟରୁ ସର୍ବାଧିକ ମାମଲା ଖଜୁରିପଡା ଥାନାରେ ୧୦୭, ତୁମୁଡିବନ୍ଧ ଥାନାରେ ୯୩, ଟାଉନ ଥାନାରେ ୭୨ ଓ ବାଲିଗୁଡା ଥାନାରେ ୬୩ଟି ଦାଖଲ ହୋଇଛି ା ଯୌତୁକଜନିତ ହିଂସା ୧୩୫, ଅପହରଣ ୧୦୩ ଓ ୧୦୦ଟି ବଳାତ୍କାର ମାମଲା ହୋଇଥିବାରୁ ମହିଳାମାନଙ୍କ ସୁରକ୍ଷାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା ା ସେହିପରି ପୋକ୍ସୋ ଆଇନରେ ୨୦୧୭ରେ ୪୯ ଶିଶୁଙ୍କ ଉପରେ ଆପରାଧିକ ଯୌନ ନିର୍ଯାତନା ମାମଲା ପଞ୍ଜୀକୃତ
ହୋଇଛି। ୨୦୧୮ ଜାନୁୟାରୀରୁ ମେ ମଧ୍ୟରେ ୨୦ ମାମଲା ରୁଜୁ ହୋଇଛି। ତେଣୁ ଉଭୟ ଶିଶୁ ଓ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଉପସ୍ଥିତି କର୍ମକର୍ତ୍ତା ମତ
ପ୍ରକାଶ କରିଥିଲେ ା
ଅନ୍ୟପକ୍ଷେ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ୍‌, ପୋଲିସ ପଦ ଖାଲି, ବାସଗୃହ ମିଳି ନ ଥିବା ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ା ସାରଙ୍ଗଗଡ ଥାନା ବ୍ୟତୀତ ଜିଲାର ଅନ୍ୟ କୌଣସି ଥାନାରେ ଗିରଫ ନିୟମାବଳୀ ସମ୍ପର୍କିତ ସୂଚନା ଡିସ୍‌ପ୍ଲେ ବୋର୍ଡରେ ସାଧାରଣ ଲୋକଙ୍କ ଅବଗତି ପାଇଁ ଦିଆଯାଉନାହିଁ ା ସୂଚନା ଅଧିକାର ଆଇନ୍‌ ଅନୁସାରେ ୩୦ଦିନ ଭିତରେ କନ୍ଧମାଳର କୌଣସି ଥାନା ସୂଚନା ପ୍ରଦାନ କରି ନ ଥିଲେ ା ଏସ୍‌ପିଙ୍କ ତଥା ପ୍ରଥମ ଅପିଲ୍‌ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବ୍ରାହ୍ମଣୀଗାଁ, ଟିକାବାଲି, ଦାରିଙ୍ଗବାଡ଼ି ଓ କ.ନୂଆଗାଁ ଥାନାରୁ ଅପରାଧ ସମ୍ବନ୍ଧୀୟ ସୂଚନା ମିଳି ନ ଥିବାରୁ ସୂଚନା ଅଧିକାର ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ସୂଚନା ଅଧିକାର କର୍ମୀମାନେ ମତ ଦେଇଥିଲେ ା
କର୍ମଶାଳାକୁ ସିଏସ୍‌ଏନ୍‌ଆର୍‌ର ସମ୍ପାଦକ ଧୀରେନ୍ଦ୍ର ପଣ୍ଡା, ଆଇନଜୀବୀ ଚନ୍ଦ୍ରନାଥ ଦାନୀ, ଗବେଷିକା ପ୍ରଜ୍ଞା ପରମିତା ଜେନା, ଆରଟିଆଇ କର୍ମୀ ପ୍ରକାଶ କୁମାର ସାମନ୍ତ ସିଂହାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ା ଆଲୋଚନାରେ ପ୍ରସନ୍ନ ବିଷୋୟୀ, ବୈଦ୍ୟନାଥ ଖଟୁଆ, ନରେନ୍ଦ୍ର ମହାନ୍ତି, ବିଜୟକୃଷ୍ଣ ପଟ୍ଟନାୟକ, ପ୍ରେମାନନ୍ଦ ସାହୁ, ଜିଆଉଦ୍ଦିନ୍‌ ମହମ୍ମଦ୍‌ ଓ କଳ୍ପନା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ବାଲିଗୁଡା, ତା, ୧୩।୧୨,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ...

ଯନ୍ତ୍ରଣା ଦେଉଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ : ଥମୁନି ତୁଷାରପାତ

ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଶନିବାର ତୃତୀୟ ଦିନରେ ମଧ୍ୟ ତୁଷାରପାତ ହୋଇଛି। ଶୀତର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଲକ ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri