ଅପହୃତା ନାବାଳିକାଙ୍କ ବିବାହ ବନ୍ଦ ହେଲା: ଅପହୃତାଙ୍କୁ ନେଇ ଅପହରଣକାରୀ ଫେରାର

ହାଟଡ଼ିହୀ, ୧।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗୁହାଳଗଢ଼ିଆ ଅଞ୍ଚଳରେ ଜଣେ ୧୫ ବର୍ଷିଆ ନାବାଳିକା ଜୁଲାଇ ୨୦ ତାରିଖ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ ଏନେଇ ୨୨ ତାରିଖରେ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା ା ପୋଲିସ ଏକ ଅପହରଣ ମାମଲା (ନଂ ୫୭/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ୭ ଦିନ ବିତିଯାଇଥିଲେ ପୋଲିସ ନାବାଳିକାଙ୍କ କୌଣସି ପତ୍ତା ପାଇ ନ ଥିଲା। କିନ୍ତୁ ବୁଧବାର ସମ୍ପୃକ୍ତା ନାବାଳିକାଙ୍କ ବିବାହ ଆମ୍ବୋ ଅଞ୍ଚଳରେ ହେଉଥିବା ଖବରପାଇ ଆନନ୍ଦପୁର ଚାଇଲ୍ଡ ଲାଇନର କର୍ମକର୍ତ୍ତା ନନ୍ଦିପଦା ଥାନାରେ ପହଞ୍ଚି ଏ ସଂକ୍ରାନ୍ତରେ ପୋଲିସକୁ ଅବଗତ କରିଥିଲେ। ନନ୍ଦିପଦା ପୋଲିସ ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତା ସେଠାରେ ପହଞ୍ଚିଲା ବେଳକୁ ଅପହରଣକାରୀ ନାବାଳିକାଙ୍କୁ ନେଇ ନିଜ ଘରୁ ଫେରାର ହୋଇଯାଇଥିଲେ। ଫଳରେ ବିବାହ ବନ୍ଦ ହୋଇଯାଇଥିଲା। ହେଲେ ପୋଲିସ ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଖାଲି ହାତରେ ଫେରିଥିଲେ। ନାବାଳିକାଙ୍କୁ ଉଦ୍ଧାର ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ଗତ ୩ ମାସ ତଳେ ମଧୁରଗଢ଼ିଆ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ା ପୋଲିସ ସମ୍ପୃକ୍ତା ଛାତ୍ରୀଙ୍କୁ ଠାବ କରିବାରେ ବିଫଳ ହେବାରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ା ହାଇକୋର୍ଟ ଅଗଷ୍ଟ ୨ ତାରିଖ ସୁଦ୍ଧା ସମ୍ପୃକ୍ତା ଛାତ୍ରୀଙ୍କୁ ଠାବ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri