ପାଟଣା,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ସୋମବାର ଅପରାହ୍ନରେ ଦୁର୍ବୃତ୍ତ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ଶିକ୍ଷକ ହେଲେ ବାରିଆ ଥାନା ଜ୍ୟୋତିପୁର ଗ୍ରାମର ପୁରନ୍ଦର ମହାନ୍ତ। ସେ ନିଜ ପେନ୍ସନ ଟଙ୍କାରୁ ୩୦ ହଜାର ଟଙ୍କା ଉଠାଇ ହୋଟେଲରେ ଖାଉଥିବା ସମୟରେ ଚେୟାର ଉପରେ ଟଙ୍କା ବ୍ୟାଗ ରଖିଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।