ଅବହେଳିତ ଗୋନାସିକା ‘ଗୁପ୍ତଗଙ୍ଗା’

କେନ୍ଦୁଝର, ୫।୧୨(ଡି.ଏନ.ଏ.)-ଲୋକମୁଖରେ ଗଙ୍ଗା ନଦୀଠାରୁ ବାରବର୍ଷ ବଡ଼ ପୁଣ୍ୟତୋୟା ବୈତରଣୀ ଅନେକ ଧାର୍ମିକ ବିଶ୍ୱାସ ଓ ଭାବଧାରା ସହ ଜଡିତ। ସୁମେରୁ ପାହାଡ଼ରୁ ବାହାରିଥିବା ଏହି ବୈତରଣୀକୁ ଅନେକ ଭକ୍ତିର ସହ ପ୍ରଣାମ କରୁଥିବାବେଳେ ଏହା ଧାମରା ନିକଟରେ ବଙ୍ଗୋପସାଗରରେ ଲୀନ ହେବା ପୂର୍ବରୁ ଅନେକ ମହାଦେବଙ୍କ ମନ୍ଦିର ଅତିକ୍ରମ କରିଯାଇଛି । ଆଦି ପୀଠ ବ୍ରହ୍ମେଶ୍ୱରଙ୍କଠାରୁ ଆରମ୍ଭ କରି ଜିଲାର ଅନ୍ୟତମ ଶୈବପୀଠ ଭାବେ ସୁପରିଚିତ ହାବଳେଶ୍ୱର ଶିବ ମନ୍ଦିର ରହିଛି । ବୈତରଣୀ ଅନେକଙ୍କ ପାଇଁ ପ୍ରାତଃ ସ୍ମରଣୀୟ ହୋଇଥିବାବେଳେ ଏହାର ମୂଳାଧାର ଅବହେଳିତ ଅବସ୍ଥାରେ ଥିବାରୁ ଏହା ଧାର୍ମିକ ଭାବନା ଉପରେ କୁଠାରାଘାତ ହେଉଥିବା ମଧ୍ୟ ଆଲୋଚନା ହେଉଛି।
କେନ୍ଦୁଝର ଜିଲା ସଦର ମହକୁମାରୁ ବାୟାପଣ୍ଡାଦର ଦେଇ ଗୋନାସିକା-ଗୁପ୍ତଗଙ୍ଗା ୩୦ କି.ମି. ରାସ୍ତା ହୋଇଥିବାବେଳେ ବକ୍ସିବାରିଗାଁ ଦେଇ ଏହି ପୀଠକୁ ଯିବା ପାଇଁ ୪୦ କି.ମି.ରାସ୍ତା ପଡିଥାଏ। ବ୍ରହ୍ମେଶ୍ୱରଙ୍କ ମନ୍ଦିରଠାରୁ ଗୁପ୍ତଗଙ୍ଗାକୁ ଯିବା ପାଇଁ କୌଣସି ବିଶେଷ ସୂଚନା ନ ଥିବାବେଳେ ଗତ କିଛିବର୍ଷ ତଳେ ଏଠାରେ ଗଙ୍ଗାଦେବୀଙ୍କ ପ୍ରତିମା ସ୍ଥାପନା କରାଯାଇ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଉଛି । ଜଣେ ବାବା ଏଠାରେ ଅବସ୍ଥାନ କରି ପୂଜାପାଠ କରୁଥିବାବେଳେ ତାଙ୍କ ବୃଦ୍ଧାବସ୍ଥା ଲାଗି ଏବେ ସେ ଆଉ ପୂଜା କରିପାରୁନାହାନ୍ତି। ଗୁପ୍ତଗଙ୍ଗାର ସ୍ଥାୟୀ ବାସିନ୍ଦା ରଞ୍ଜନ ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ଏଠାରେ ପ୍ରତ୍ୟେକ ଦିନ ପୂଜା କରିଆସୁଛନ୍ତି। ଏହି ଗୁପ୍ତଗଙ୍ଗାକୁ ଯିବା ପାଇଁ ପର୍ଯ୍ୟଟକଙ୍କ ସୁବିଧା କିମ୍ବା ସୂଚନା ପାଇଁ କୌଣସି ଫଳକ ବା ସୂଚନା ଖୁଣ୍ଟି ନ ଥିବାରୁ ଏହି ପୀଠ ସମ୍ପର୍କରେ ବିଶେଷ ପ୍ରଚାର ହୋଇପାରୁ ନାହିଁ ା ଅନେକ ଅଲୌକିକ ଘଟଣାର ଏହି ପୀଠ ଅବହେଳିତ ଅବସ୍ଥାରେ ପଡିରହିଥିବାବେଳେ ମକର, ବାରୁଣୀଯାତ୍ରା ଓ ଶ୍ରାବଣମାସରେ ଭକ୍ତଙ୍କର ବିଶେଷ ଭିଡ଼ ଦେଖିବାକୁ ମିଳିଥାଏ ା କେନ୍ଦୁଝର ଜିଲା ସମେତ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଗୁପ୍ତଗଙ୍ଗାରେ ଅସ୍ଥି ବିସର୍ଜନ ମଧ୍ୟ କରିଥାନ୍ତି। କିନ୍ତୁ ଏଠାରେ ଲୋକଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଭକ୍ତଙ୍କ ସ୍ନାନ ପାଇଁ ଗାଧୋଇବା କୁଣ୍ଡ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ଅସ୍ଥି ବିସର୍ଜନ କରୁଥିବା ଲୋକେ କେବଳ ପାଣି ଛିଞ୍ଚି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଗୁପ୍ତଗଙ୍ଗାକୁ ଏଯାଏ ବିଜୁଳି ଆଲୋକର ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ପୂର୍ବରୁ ଭକ୍ତମାନେ ଏହି ସ୍ଥାନ ଛାଡିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। କେନ୍ଦୁଝର ଜିଲାରେ ପର୍ଯ୍ୟଟନ ପୀଠଗୁଡିକୁ ବିକଶିତ କରିବା ପାଇଁ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ ରହୁଥିବାବେଳେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିଲେ ମଧ୍ୟ କେବଳ ଗୋନାସିକା-ଗୁପ୍ତଗଙ୍ଗା ନୁହେଁ ଅନେକ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରୁନାହିଁ। ତେବେ ପୁଣ୍ୟତୋୟା ବୈତରଣୀର ଉପତ୍ତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗାର ସାମଗ୍ରିକ ବିକାଶ ସହିତ ଏଥିରେ ସ୍ନାନକୁଣ୍ଡ, ବିଜୁଳିବ୍ୟବସ୍ଥା ଆଉ କଲ୍ୟାଣମଣ୍ଡପ ନିର୍ମାଣ କରାଗଲେ ଏହି ସ୍ଥାନର ବିକାଶ ହେବା ସାଙ୍ଗକୁ ପୁରାତନ ପୀଠକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri