ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର ଅନ୍ୟ ୫ ସଦସ୍ୟ ଓ ଘରେ କାମ କରୁଥିବା ୧୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ମୋହନାଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର, ଯାଆ ଏବଂ ତାଙ୍କର ୫ ବର୍ଷର ପୁଅ କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଋଷିକେଷର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏ ନେଇ ମୋହନା ଦୁଃଖ ପ୍ରକାଶ କରାବା ସହ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ଶୋଇପାରୁ ନାହିଁ। ଏହି ଦିନ ଆମପାଇଁ ସବୁଠାରୁ କଷ୍ଟକର। ବିଶେଷକରି ଆମ ପୁଅ ଏବଂ ବୟସ୍କଙ୍କ ପାଇଁ । ଆଶା କରୁଛି ଏହା ଖୁବ୍ଶୀଘ୍ର ଶେଷ ହୋଇଯିବ ବୋଲି ସେ ଲେଖିଛନ୍ତି।