ଅଭିବୃଦ୍ଧି ପୂର୍ବାନୁମାନ ୬.୧%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୬-୧୦: ବିଶ୍ୱ ବ୍ୟାଙ୍କ ପରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଖସାଇଛି। ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ସେହିଭଳି ଦେଶର ଅର୍ଥବ୍ୟବସ୍ଥା ୨୦୨୦ରେ ୭% ଛୁଇଁବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ଏହାର ସଦ୍ୟତମ ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରୋଜେକ୍ଟରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୩% ରହିବ ବୋଲି ଏହା ଏପ୍ରିଲରେ କହିଥିଲା। ଦ୍ରୁତ ଅଭିବୃଦ୍ଧି ହ୍ରାସକୁ ବିଚାର କରି ଏହା ତିନିମାସ ପରେ ବିକାଶ ଅନୁମାନକୁ ୦.୩% କମ୍‌ କରିଥିଲା। ୨୦୧୮ରେ ଭାରତର ଜିଡିପି ଅଭିବୃଦ୍ଧି ୬.୮% ରହିଛି।
ରବିବାର ବିଶ୍ୱବ୍ୟାଙ୍କ ପକ୍ଷରୁ ଦକ୍ଷିଣ ଏସିଆ ଇକୋନୋମିକ ଫୋକସ୍‌ର ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଥିଲା। ଅଭିବୃଦ୍ଧି ଆକଳନକୁ ଏଥିରେ ୬.୯%ରୁ ୬%କୁ ହ୍ରାସ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଆଇଏମ୍‌ଏଫ୍‌ କରିଥିବା ପୂର୍ବାନୁମାନ ତୁଳନାରେ ଚଳିତ ବର୍ଷ ଲାଗି ଆକଳନକୁ ୧.୨% ପଏଣ୍ଟ ଏବଂ ୨୦୨୦ ଲାଗି ୦.୫% ହ୍ରାସ କରିଛି। ଘରୋଇ ଚାହିଦା ଅପେକ୍ଷାକୃତ କମିବା ସହ ଅନ୍ୟାନ୍ୟ କାରଣରୁ ଆକଳନ ହ୍ରାସ କରାଯାଇଥିବା ଆଇଏମ୍‌ଏଫ୍‌ କହିଛି। ସେହିଭଳି ଭାରତ ସରକାର ଗ୍ରହଣ କରୁଥିବା କର୍ପୋରେଟ ଟିକସ ହ୍ରାସ ପଦକ୍ଷେପ, ମୁଦ୍ରାନୀତି ପଦକ୍ଷେପ ଗ୍ରାମାଞ୍ଚଳ ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରିବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି।
୨୦୧୮ରେ ଚାଇନାର ଅଭିବୃଦ୍ଧି ୬.୧% ରହିଥିବା ବେଳେ ଏହା ଚଳିତ ବର୍ଷ ୬.୧% ଏବଂ ୨୦୨୦ରେ ୫.୮% ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି। ସେହିଭଳି ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର କମିବ ବୋଲି ଏହା ପ୍ରକାଶ କରିଛି। ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ, ଅଟୋମୋବାଇଲ ଏବଂ ରିୟଲଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିବ ବୋଲି ଏହା କହିଛି। ଆଇଏମ୍‌ଏଫ୍‌ ଏବଂ ଓ୍ବାର୍ଲଡ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଏଭଳି ରିପୋର୍ଟ ଆସିଛି। କର୍ପୋରେଟ ଏବଂ ପରିବେଶ ନିୟାମକ କ୍ଷେତ୍ରରେ ଅନିଶ୍ଚିତତା, ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକର ସମସ୍ୟା ଏବଂ ଚାହିଦା ହ୍ରାସ ଅଭିବୃଦ୍ଧିକୁ ମନ୍ଥର କରିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଘରୋଇ ବଜାରର ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ବିସ୍ତୃତ ଭାବେ ସଂସ୍କାର ଧାରା ଜାରି ରଖିବାକୁ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ମଧ୍ୟବର୍ତ୍ତୀ ସମୟ ଲାଗି ସରକାରଙ୍କ ଋଣକୁ ଏକ ସୁଚିନ୍ତିତ ଯୋଜନା ଦ୍ୱାରା ହ୍ରାସ କରାଯିବାର ଆବଶ୍ୟକତା ରହିଛି। ଟିକସ ବୃଦ୍ଧି, ସବ୍‌ସିଡି ଯୋଜନାଗୁଡିକରେ ହେଉଥିବା ଅର୍ଥ ଖର୍ଚ୍ଚ ହ୍ରାସ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଭର୍ନାସରେ ଉନ୍ନତି, ଋଣ ଯୋଗାଣ ଧାରାକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାବାଦ ଭିତ୍ତିଭୂମି ଉନ୍ନତିକରଣ, ଜମି ସଂସ୍କାର ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ଏହା ରିପୋର୍ଟରେ ମତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଡଫିନ୍‌ର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୧୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ରୋଜଗାର ଭିତ୍ତିକ ଶିକ୍ଷାନୁଷ୍ଠାନ ‘ଟ୍ରେଡଫିନ’ର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ରାଜ୍ୟ...

ଆଇଆଇଟିଏଫ୍‌ରେ ଏଲ୍‌ଆଇସିର ଆକର୍ଷଣୀୟ ଷ୍ଟଲ୍‌

ନୂଆଦିଲ୍ଲୀ,୧୮।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ୪୩ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର (ଆଇଆଇଟିଏଫ୍‌)...

ବିଓଆଇର ନୂତନ ଶାଖା

ଭୁବନେଶ୍ୱର,୧୮।୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନୂତନ ଶାଖା (କୋଏଲ ନଗର ଶାଖା) ନିକଟରେ ସୁନ୍ଦରଗଡ଼ ଜିଲା ଅଧୀନ ରାଉରକେଲାର କୋଏଲ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଭାରତରେ ସୁନା, ରୁପା ଦର ଶସ୍ତା

ନୂଆଦିଲ୍ଲୀ,୧୮।୧୧: କ୍ରମାଗତ ଭାବେ ସୁନା ଓ ରୁପା ଦର ହ୍ରାସ ପାଇବା କାରଣରୁ ଘରୋଇ ବଜାରର ଗ୍ରାହକ ବେଶ୍‌ ଉତ୍ସାହିତ ଅଛନ୍ତି। ଏପରିକି ଚଳିତ ବିବାହ...

ଅବସର ପରେ ବି ରହିବେ ଟେନଶନ ଫ୍ରି, ଏବେଠୁ ମାସକୁ ପୋଷ୍ଟାଲରେ ୧୦୦୦ଟଙ୍କା ଜମା କଲେ ଏତିକି ଆସିବ ସୁଧ! ମାସ ଶେଷକୁ ମିଳିବ…

ନୂଆଦିଲ୍ଲୀ,୧୭।୧୧: ବିଶେଷଜ୍ଞମାନେ କହିଛନ୍ତି ଯେ ଦୀର୍ଘ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ନିୟମିତ ବିନିଯୋଗ କରିବା ଭଲ । ଆଜିର ବଜାରରେ ଅନେକ...

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର...

ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ...

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri