ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ବିଶୋଇ,୧୦ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ରାତିରେ ଗୁଳିକରି ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭଜଣା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଡାହାଣୀ ସନ୍ଦେହରେ ଅଭିଯୁକ୍ତ ଏହିପରି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତ ହେଲେ ଭାତଛତ୍ର ପଞ୍ଚାୟତ ଅଧୀନ ବବେଇଜୋଡ଼ା ଗ୍ରାମର ରୂପେୟୀ ହାଁସଦା (୪୦)।
ପୋଲିସ ସୂଚନା ଅନୁଯାୟୀ, ଗତ ବର୍ଷକ ତଳେ ରୂପେୟୀଙ୍କ ଭଣଜାର କୌଣସି କାରଣ ଯୋଗୁ ମୃତ୍ୟୁ ଘଟିଥିଲା। ତେବେ ରୂପେୟୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାହାଣୀ ତଥା ଗୁଣିଗାରେଡି ଯୋଗୁ ଭଣଜାର ମୃତ୍ୟୁ ହୋଇଥିବା ଭାବି ତଲକବାଦୀ ଗ୍ରାମର ମାଇନ ହେମ୍ବ୍ରମ(୪୨)ଙ୍କୁ ଦାୟୀକରି ବାରମ୍ବାର ଧମକ ଦେଉଥିଲେ। ମାଇନଙ୍କୁ ହତ୍ୟା କରି ସେ ଭଣଜା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ। ଗତ ଶନିବାର ରାତି ପ୍ରାୟ ୧୧ ଘଟିକା ସମୟରେ ଚାଳଛପର ଘରେ ମାଇନଙ୍କ ସମେତ ତାଙ୍କ ସ୍ବାମୀ ଗୋବିନ୍ଦ ଓ ଝିଅ ଦୁଃଖିନୀ ଶୋଇଥିଲେ। ଏହି ସମୟରେ ରୂପେୟୀ ତାଙ୍କ ଘର ଉପରେ ଚଢି ଏକ ଦେଶୀ ବନ୍ଧୁକରୁ ମାଇନଙ୍କ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୁଳିଟି ମାଇନଙ୍କ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରୁ ରୂପେୟୀ ଚମ୍ପଟ ମାରିଥିଲେ। ପରିବାର ଲୋକେ ମାଇନଙ୍କୁ ପ୍ରଥମେ ମଣଦା ଓ ପରେ ବିଶୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବାରପଦାସ୍ଥିତ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଇନଙ୍କ ଝିଅ ଦୁଃଖିନୀଙ୍କ ଅଭିଯୋଗକୁ ଭିତ୍ତିକରି ବିଶୋଇ ଥାନା ଅଧିକାରିଣୀ କୁନି ବେସ୍ରାଙ୍କ ନେତୃତ୍ୱରେ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ। ରବିବାର ରାତି ସାଢେ ୯ଟା ସମୟରେ ମୋବାଇଲ ଟ୍ରାକିଂ ଦ୍ୱାରା ପୋଲିସ ଅଭିଯୁକ୍ତ ରୂପେୟୀକୁ ସ୍ଥାନୀୟ ବାଙ୍କୀ ଛକରୁ ଗିରଫ କରିଥିଲା। ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ସହିତ ଘଟଣା ପରେ ବନ୍ଧୁକଟିକୁ ନିଜ ସମ୍ପର୍କୀୟ କକାଙ୍କ ଘର ବାଡ଼ି ପଛ ପଟେ ଲୁଚାଇଥିବା କହିଥିଲେ। ସୋମବାର ପୋଲିସ ଘଟଣାସ୍ଥଳକୁ ଯାଇ ଉକ୍ତ ବନ୍ଧୁକ ସହିତ ଗୋଟିଏ ଅଫୁଟା ଗୁଳି ଜବତ କରିଛି। ଘଟଣାସ୍ଥଳରେ ଅଭିଯୁକ୍ତ ପିନ୍ଧିଥିବା ଏକ ଜ୍ୟାକେଟ ଛାଡି ଯାଇଥିବାରୁ ପୋଲିସ ତାହାକୁ ମଧ୍ୟ ଜବତ କରିଛି। ତେବେ ବନ୍ଧୁକଟି ଗତ ୧୦ ବର୍ଷ ତଳେ ଜାମଦା ଓ ଗୁଳି ୨ ବର୍ଷ ପୂର୍ବେ ଜାମସେଦପୁର ଅଞ୍ଚଳରୁ ଆଣିଥିବା ଅଭିଯୁକ୍ତ ସ୍ବୀକାର କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୯୮/୧୯) ରୁଜୁ କରିଛି। ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri