ଅମେଠି,୧୨।୯:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଅମେଠି-ରାୟବରେଲିର ୫ଟି ରେଳ ଷ୍ଟେଶନରେ ଓ୍ବାଇ ଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି। ବୁଧବାର ଇରାନି ସେଠାକୁ ତାଙ୍କର ଦୁଇ ଦିବସୀୟ ଗସ୍ତରେ ଯିବା ସମୟରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ସେ ଅମେଠି-ରାୟବରେଲି ରେଳଖଣ୍ଡର ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଡବଲ ଲାଇନ୍ର ନିରିକ୍ଷଣ କରିବା ସହ ଓ୍ବାଇ ଫାଇ ସେବାର ଶୁଭାରମ୍ଭ କରିଥିଲେ। ଏହା ସହ ମାନବ ରହିତ ଲେବଲ କ୍ରସିଂକୁ ବନ୍ଦ କରିବା ଓ ଗୌରିଗଞ୍ଜ ରେଲଓ୍ବେ ଷ୍ଟେଶନରେ ସ୍ଥାୟୀ ଜିଆର୍ପି ପୋଲିସ ଷ୍ଟେଶନ ଖୋଲିବା ଉପରେ ଗୁରୁତ୍ୱ ଦେଇଛନ୍ତି।