ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମ୍କୋର୍ଟରେ ପୁଣି ଆରମ୍ଭ ହୋଇଛି। ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ସି.ଏସ୍. ବୈଦନାଥନ୍ କହିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ ରାମମନ୍ଦିର ଥିଲା। ୧୯୯୨ ଡିସେମ୍ବର ୬ରେ ବିବାଦୀୟ ନିର୍ମାଣର ଭଙ୍ଗା ସମୟରେ ଏଠାରୁ ମିଳିଥିବା ଶିଳାଲେଖରେ ସଂସ୍କୃତ ଅକ୍ଷରରେ କିଛି ଲେଖା ଖୋଦିତ ହୋଇଥିବା ତଥ୍ୟ ବୈଦନାଥନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏନେଇ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ପଚାରିଥିଲେ ଯେ, ଏହି ଶିଳାଲେଖକୁ ନେଇ ଚ୍ୟାଲେଞ୍ଜ୍ କରାଯାଇଥିଲା କି। ତେବେ ଏହାକୁ ନେଇ ଏପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ବୈଦନାଥନ୍ କହିଥିଲେ।