ଲକ୍ଷ୍ନୌ,୧୪।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ। ଏଥିପାଇଁ ଉତ୍ତରପ୍ରଦେଶ ଇଟା ଜିଲାର ଜାଲେସରର ମୁସଲମାନ୍ କାରିଗର ଇକବାଲ୍ ୨୧ ଶହ କିଲୋଗ୍ରାମ୍ ଓଜନର ଏକ ବଡ଼ ଘଣ୍ଟା ତିଆରି କରୁଛନ୍ତି। ଏହାକୁ ମନ୍ଦିରରେ ଲଗାଯିବ। ଘଣ୍ଟା ତିଆରିରେ ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଘଣ୍ଟାର ଲମ୍ବ ୬ ଫୁଟ ଏବଂ ଚୌଡ଼ା ୫ ଫୁଟ ରହିଛି। ଆଉ ଅଳ୍ପ ଦିନ ମଧ୍ୟରେ ଏହାର ତିଆରି କାମ ଶେଷ ହେବ ବୋଲି ଇକବାଲ୍ କହିଛନ୍ତି।