କେନ୍ଦୁଝର,୨୬।୯(ସ୍ବ.ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଦେଇଛି। ତେବେ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଶନିବାର ଘୋଷଣା କରାଯାଇଥିଲା। ରବିବାର ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଆଜି ତାଙ୍କ ପୈତୃକ ଗ୍ରାମ ରାଇକଳାକୁ ଯାଇ ଉପଜିଲାପାଳ ରାମ ଚନ୍ଦ୍ର କିସ୍କୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏହି ସହାୟତା ରାଶି ତାଙ୍କ ସ୍ତ୍ରୀ ସମୀକ୍ଷା ବେହେରାଙ୍କୁ ପ୍ରଦାନ କରିଥିବା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ ସୂଚନା ଦେଇଛନ୍ତି।