ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍‌ସିବି ମେଡିକାଲକୁ ଆସିଥିବା ଲିଭର୍‌ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା ଜଣାପଡ଼ିଛି। ବର୍ଷଓ୍ବାରୀ ଦେଖିଲେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାରଣ ୨୦୧୬-୧୭ରେ ୩୫୨ ଜଣ ରୋଗୀଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ଥିବାବେଳେ ୨୦୧୭-୧୮ରେ ୩୮୨ ଓ ୨୦୧୮-୧୯ରେ ଏହି ସଂଖ୍ୟା ୪୬୨ ରହିଛି। ଏହି ରୋଗୀମାନେ ମଦ୍ୟପାନ, ହେପାଟାଇଟିସ୍‌ ବି ଓ ହେପାଟାଇଟିସ ସି ଦ୍ୱାରା ଆକ୍ରାନ୍ତ ହେବାରୁ ଏମାନଙ୍କ ଲିଭର୍‌ ଖରାପ ହୋଇଛି। ରୋଗୀମାନଙ୍କ ମଧ୍ୟରେ ମଦ୍ୟପାନ ଦ୍ୱାରା ୨୫୧୦ ଜଣଙ୍କ ଲିଭର୍‌ ଖରାପ ହୋଇଥିବାବେଳେ ହେପାଟାଇଟିସ୍‌ ବି ଦ୍ୱାରା ୨୫୩ ଓ ହେପାଟାଇଟିସ୍‌ ସି ଦ୍ୱାରା ୬୪ ଜଣଙ୍କ ଲିଭର୍‌ ଖରାପ ହୋଇଥିବା ଜଣାପଡ଼ିଛି। ମୁଖ୍ୟ କଥା ହେଉଛି ଏ ସମସ୍ତ ରୋଗୀ ଆର୍ଥିକ ଅନଗ୍ରସର ଶ୍ରେଣୀର। ତେଣୁ ଏମାନଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବାକୁ ଏସ୍‌ସିବି ମେଡିକାଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ତେବେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ଓଡ଼ିଶାରେ କୌଣସି ବ୍ୟବସ୍ଥା ନାହିଁ। ଦେଶରେ ଥିବା ବଡ଼ ବଡ଼ କର୍ପୋରେଟ ହସ୍ପିଟାଲଗୁଡିକରେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅତିକମ୍‌ରେ ୩୦ରୁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ପଡ଼ୁଥିବା ଜଣାପଡ଼ିଛି। ୩ ବର୍ଷ ମଧ୍ୟରେ ୧୧୯୬ ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର ରୋଗୀଙ୍କ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ପଡ଼ିଥିବା ଏସ୍‌ସିବି ମେଡିକାଲ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ଆଉ କେତେଜଣ ଟ୍ରାନ୍ସପ୍ଲାଣ୍ଟ କରି ନ ପାରି ମୃତ୍ୟୁବରଣ କରିଛନ୍ତି ତାହାର କୌଣସି ତଥ୍ୟ ମେଡିକାଲରେ ଉପଲବ୍ଧ ନାହିଁ। କିନ୍ତୁ ଏହି କ୍ରମରେ ଏସ୍‌ସିବି ମେଡିକାଲରେ ପ୍ରସ୍ତାବିତ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ କଥାକୁ ଦେଖିଲେ ସରକାରଙ୍କ ବଡ଼ ଧରଣର ବିଫଳତା ସାମ୍ନାକୁ ଆସିଛି। ୨୦୧୩ରେ ଏସ୍‌ସିବି ମେଡିକାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାର ବ୍ୟବସ୍ଥା କରିଥିଲେ। ଏଥିପାଇଁ ୨୨ କୋଟି ଟଙ୍କାର ବଜେଟ୍‌ ମଧ୍ୟ ସରକାର ଯୋଗାଇ ଦେଇଥିଲେ। ଏହି ଟଙ୍କାରେ ମଡ୍ୟୁଲାର ଓଟି, ଟ୍ରାନ୍ସପ୍ଲାଣ୍ଟ ପାଇଁ ଯନ୍ତ୍ରାଂଶ କିଣାଯାଇଥିଲା। ଏସ୍‌ସିବି ମେଡିକାଲର ଡାକ୍ତର ଏବଂ ପାରାମେଡିକାଲ ଟିମ୍‌ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲକୁ ଯାଇ ତାଲିମ ନେଇ ଫେରିଥିଲେ। ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପାଇଁ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ହେପାଟୋଲୋଜି, ନିଶ୍ଚେତନା ବିଭାଗ ଓ ରେଡିଓଲୋଜି ବିଭାଗକୁ ନେଇ ଏକ କୋର୍‌ ଗ୍ରୁପ ପ୍ରସ୍ତୁତ କରାଯାଇଥିଲା। ଏଥିନିମନ୍ତେ ବହୁବାର ବୈଠକ ମଧ୍ୟ ସରକାରୀ ସ୍ତରରେ ବସିଛି। ୨୦୧୮ ଜାନୁୟାରୀରେ ହାଇଦ୍ରାବାଦସ୍ଥିତ ନିଜାମ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ଟମ୍‌ ଚେରିଆନ ଓଡ଼ିଶା ଆସି ସରକାରଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ। ଡା. ଚେରିଆନ ମଧ୍ୟ ଏସ୍‌ସିବି ମେଡିକାଲ ବୁଲି ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଚେରିଆନଙ୍କ ତତ୍ତ୍ୱାବଧାନରେ ଏସ୍‌ସିବି ମେଡିକାଲରେ ଖୁବ୍‌ଶୀଘ୍ର ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ ବୋଲି ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ। ମାତ୍ର ଅଦ୍ୟାବଧି ଏହି ୟୁନିଟ୍‌ ଏସ୍‌ସିବି ମେଡିକାଲରେ ଆରମ୍ଭ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପାଇଁ କିଣାଯାଇଥିବା ବହୁ କୋଟି ଟଙ୍କାର ଯନ୍ତ୍ରାଂଶ ଇତିମଧ୍ୟରେ ଅଚଳ ହୋଇଯାଇଥିବା ଭିତିରି ସୂତ୍ରରୁ ଜଣାପଡ଼ିଛି। ଏସ୍‌ସିବି ଲିଭର୍‌ ଓ ପୀତକୋଷ ବିଭାଗର ମୁଖ୍ୟ ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ରଙ୍କ କହିବାନୁଯାୟୀ, ଏସ୍‌ସିବିକୁ ଆସୁଥିବା ୧୦୦ ଜଣ ଲିଭର୍‌ ରୋଗୀଙ୍କ ମଧ୍ୟରୁ ୬୦ ଜଣଙ୍କର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ପଡ଼ୁଛି। କାରଣ ଏହି ରୋଗୀମାନେ ଶେଷ ସମୟରେ ଏସ୍‌ସିବିକୁ ଆସୁଥିବାରୁ ସମସ୍ୟା ଉପୁଜୁଛି। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପାଇଁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଖୁବ୍‌ଶୀଘ୍ର ଏହି ୟୁନିଟ୍‌ ଏସ୍‌ସିବି ମେଡିକାଲରେ ଆରମ୍ଭ କରାଯିବ। ସୂଚନାଥାଉ କି, ଶୁକ୍ରବାର ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ସମ୍ପର୍କରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ କଡ଼ା ସମାଲୋଚନା କରି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଓଡ଼ିଆ କଷ୍ଟ ପାଇଲେ ସରକାର ବଦଳାଇବେ। ଭୋଟ ପାଇଁ...

ବିଜେଡି ସମ୍ପର୍କରେ ବହୁ ଭାଜପା ନେତା, ଭାଜପା ଶିବିରରେ ଚହଳ, ଦେବୀ ମିଶ୍ର କହିଲେ…

ଭୁବନେଶ୍ୱର,୨୫।୯: ଭାରତୀୟ ଜନତା ପାର୍ଟି ନା ବିଜୁ ଜନତା ଦଳ କିଏ କରିବ ହଲଚଲ। ଏନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ବଡ଼ ବଡ଼ ନେତା।...

ଗୁରୁବାର ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ୱର,୨୫।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର  ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।...

ନବୀନଙ୍କ ନୂଆ ମାଷ୍ଟରପ୍ଲାନ! ପ୍ରତି ଜିଲାରେ ହେବ…

ଭୁବନେଶ୍ୱର,୨୫।୯: ବିଜେଡିର ବସିବାକୁ ଯାଉଛି ବଡ଼ ବୈଠକ। ଅଧ୍ୟକ୍ଷତା କରିବେ ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି...

ଆସୁଛି ବଡ଼ ବର୍ଷା, ୧୦ ଜିଲାକୁ ଆଲର୍ଟ…

ଭୁବନେଶ୍ୱର,୨୫।୯: ଆସୁଛି ବଡ଼ ବର୍ଷା। ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା...

ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା, ଏହିଦିନ ମିଳିବ ପ୍ରଥମ କିସ୍ତି ସହ ଦ୍ୱିତୀୟ କିସ୍ତି ଟଙ୍କା…

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri