ଭଦ୍ରକ ଅଫିସ,୧୭।୧୦: ଦୀର୍ଘବର୍ଷ ଧରି ଜିଲା ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ଥିବା କାରଣରୁ ରୋଗୀ ନାନା ସମସ୍ୟା ଭୋଗୁଥିଲେ। ଏବେ ନୂଆ ମେଶିନ କିଣାଯିବା ପାଇଁ ଜିଲା ରେଡ୍କ୍ରସ ପାଣ୍ଠିରୁ ୭.୫ ଲକ୍ଷ ଟଙ୍କା ଜିଲାପାଳ ଜ୍ଞାନରଞ୍ଜନ ଦାସ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଉପସ୍ଥିତିରେ ଜିଲା ଚିକିତ୍ସାଧିକାରୀ ଡା. ଆର୍ଯ୍ୟ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି।