କଟକ ଅଫିସ,୩୦ା୫: ଇଣ୍ଡିଆନ ଅଲିମ୍ପିକ ଆସୋସିଏଶନ(ଆଇଓଏ)ର ଅଲିମ୍ପିକ ସଂହତି ପାଣ୍ଠି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶାର ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଅଧୀପ ଦାସ। ଆଇଓଏ ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା ଶୁକ୍ରବାର ଏହି ଘୋଷଣା କରିଛନ୍ତି। ଆଇଓଏ ଉପସଭାପତି କୁଳଦୀପ ଭାଟ୍ସଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି କମିଟିରେ ଅଧୀପଙ୍କୁ ସ୍ଥାନ ମିଳିଛି। ସମ୍ପ୍ରତି ଅଧୀପ ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ)ର କୋଷାଧ୍ୟକ୍ଷ ପଦବୀର ଅଛନ୍ତି। ଏ ନେଇ ଓଓଏ ସମ୍ପାଦକ ଅଭିଜିତ ପାଲ ଅଧୀପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।