Posted inଖେଳ

ଅଲିମ୍ପିକ୍ସ ଘୁଞ୍ଚିବା ଆମ ଲାଗି ସୁଯୋଗ ସୃଷ୍ଟି କରିଛି: ନମିତା

ବେଙ୍ଗାଲୁରୁ, ୨୩।୪(ପି.ଟି.): ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ଭାରତୀୟ ମହିଳା ହକି ଦଳ ପାଇଁ ଅନୁକୂଳ ପରସ୍ଥିତି ସୃଷ୍ଟି କରିଛି। ପ୍ରସ୍ତୁତି ପାଇଁ ଆମକୁ ଆହୁରି ଗୋଟିଏ ବର୍ଷ ଅଧିକ ମିଳିଛି। ଏହା ଦ୍ୱାରା ଆମେ ଅଧିକ ଗୋଟିଏ ବର୍ଷର ଅଭିଜ୍ଞତା ହାସଲ କରିବୁ ବୋଲି ଓଡ଼ିଆ ମହିଳା ହକି ତାରକା ନମିତା ଟୋପ୍ପୋ କହିଛନ୍ତି। ଦଳର ପସ୍ତୁତି ଆହୁରି ଶାଣିତ ହୋଇପାରିବ ଓ ଆମେ ଅଲିମ୍ପିକ ପଦକ ହାସଲ କରିବୁ ବୋଲି ଏହି ଅଭିଜ୍ଞ ମିଡ୍‌ଫିଲ୍ଡର ମତ ରଖିଛନ୍ତି।
କୋଭିଡ-୧୯ ମହାମାରୀ ପାଇଁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମେ ଅଲିମ୍ପିକ୍‌ ପଦକ ହାସଲ କରିବା ଲକ୍ଷ୍ୟକୁ ପ୍ରଭାବିତ କରିପାରିବ ନାହିଁ। ଅଲିମ୍ପିକ ପଦକ ଜିତିବା ଆମର ମୂଳ ଲକ୍ଷ୍ୟ। ଏବେ ଏହି ଲକ୍ଷ୍ୟରେ ପରିବର୍ତ୍ତନ ହେବ ନାହିଁ। ଏହା ଦ୍ୱାରା ଆମେ ପ୍ରସ୍ତୁତ୍‌ ହେବା ପାଇଁ ଅଧିକ ସମୟ ପାଇବୁ ଓ ଅଲିମ୍ପିକ୍‌ରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବୁ ବୋଲି ୧୬୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ନମିତା କହିଛନ୍ତି।
ଆମ ଦଳରେ କୌଣସି ବୟସ୍କ ଖେଳାଳି ନାହାନ୍ତି। ଏହି ଦଳର ଖେଳାଳି ସାଥୀ ହୋଇ ଦୀର୍ଘ ବର୍ଷ ଧରି ଖେଳିଆସୁଛନ୍ତି। ତେଣୁ ଆଉ ଗୋଟିଏ ବର୍ଷର ଅଭିଜ୍ଞତା ଆମ ପାଇଁ ସୁଯୋଗ ସୃଷ୍ଟି କରିବ। ୨୦୧୮ ଏସିଆନ ଗେମ୍ସ ଖେଳିବା ଅସରରରେ ଆଣ୍ଠୁରେ ଦେଖାଦେଇଥିବା ଆଘାତ ସମସ୍ୟା ଯୋଗୁ ସେ ପାଖାପାଖି ୧୦ ମାସ ଦଳରୁ ଦୂରେଇ ରହିଥିଲେ। ଦଳରୁ ଦୂରେଇ ରହିବା ନିଶ୍ଚିତ ଭାବେ କଷ୍ଟକର। ତେବେ ଏହା ମାନସିକ ଭାବେ ଦୃଢ ହେବାରେ ସହାୟ ହୋଇଛି ୨୪ ବର୍ଷୀୟା ନମିତା କହିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ନମିତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦଳକୁ ଫେରିବା ନେଇ ବ୍ୟସ୍ତ ଥିଲି। କାରଣ ଏହା କେତେ ଦିନ ସମୟ ନେବ ତାହା ଜାଣି ନ ଥିଲି। ଦଳରୁ ଦୂରେଇ ରହିଥିବା ବେଳେ ବେଶ୍‌ ଚିନ୍ତିତ ଥିଲି। ଯାହା ହେଲା ଭଲ ହେଲା। ଇଞ୍ଜୁରୀରୁ ମୁକୁଳିବାରେ ଦଳର ସାଥୀ ଖେଳାଳି ଓ କୋଚ୍‌ମାନେ ବେଶ୍‌ ସହାଯ୍ୟ କରିଛନ୍ତି। ଏଥିପାଇଁ ସେ ଏମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ପାଇଁ ନମିତା ଅଲିମ୍ପିକ୍ସ ଖେଳିବାର ଲକ୍ଷ୍ୟ ରହିଛନ୍ତି। ତେବେ ଭାରତୀୟ ଦଳରେ ସାମିଲ ହେବା ଦିନ ଠାରୁ ନମିତା ବହୁ ଉତ୍ଥାନ ପତ୍ତନ ଦେଖିଛନ୍ତି। ଇଞ୍ଜୁରି ଗୁରୁତର ଥିବାରୁ ଭଲ ହେବା ପାଇଁ ସମୟ ଲାଗିବ ବୋଲି ଆମ ସାଇଣ୍ଟିଫିକ୍‌ ଆଡଭାଇଜନର ଓ୍ବେନ୍‌ ଲୋମ୍ବାର୍ଡ କହିଥିଲେ। ଦଳକୁ ଫେରି ପୁଣି ଦେଶ ପାଇଁ ଖେଳିବା ବହୁତ ସନ୍ତୋଷ ଦେଇଛି। ଇଞ୍ଜୁରିରୁ ଫେରିବା ପରେ ପ୍ରଥମେ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସାମିଲ ହୋଇଥିଲି ଓ ଏହା ବହୁତ ଖୁସି ଦେଇଥିଲା। ଭାରତ କିପରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବ ସେ ନେଇ ପ୍ରୟାସ କରିଥିଲି। ଇଂଲଣ୍ଡ ଗସ୍ତରେ ସାମିଲ ହୋଇ ଭଲ ପ୍ରଦର୍ଶନ କରିବା ପରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର ସାମିଲ ହେବା ଉଚିତ୍‌ ମୁଖ୍ୟ କୋଚ୍‌ ହୃଦୟଙ୍ଗମ କରିଥିଲେ। ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୨୦୧୯ ନଭେମ୍ବରରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri