କାବୁଲ,୧୭।୫: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍ ଘନି ଏବଂ ଅବଦୁଲ୍ଲା ଅବଦୁଲ୍ଲାଙ୍କ ମଧ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି। ଆମେରିକା ଚାପରେ ଶେଷରେ ଅଶରଫ୍ ଏବଂ ଅବଦୁଲ୍ଲାଙ୍କ ଭିତରେ ବୁଝାମଣା ହୋଇଛି। ବୁଝାମଣା ଅନୁସାରେ ଅଶରଫ୍ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ। ତେବେ ଅବଦୁଲ୍ଲାଙ୍କୁ କ୍ୟାବିନେଟ୍ର ଅଧା ମନ୍ତ୍ରଣାଳୟ ମିଳିବ। ଦେଶର ରାଜନୀତିରେ ଦ୍ୱିତୀୟ ଥର ପାଇଁ ଦୁଇ ନେତାଙ୍କ ବୁଝାମଣାରେ ସରକାର ଗଠନ କରାଯାଇଛି। ଏହାପୂର୍ବରୁ ୨୦୧୪ରେ ମଧ୍ୟ ଦୁଇନେତାଙ୍କ ଦ୍ୱାରା ସରକାର ଗଠିତ ହୋଇଥିଲା। ଦେଶରେ ରାଜନୈତିକ ସଙ୍କଟ ଶେଷ ହେବାପରେ ଆମେରିକା ତାଲିବାନ୍ ଶାନ୍ତି ଆଲୋଚନା ପ୍ରୟାସ ତ୍ୱରାନ୍ବିତ ହେବ ବୋଲି କୁହାଯାଉଛି।