ଅଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ୨୬୦ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଅଶୋକ ଦାସ ଫାଉଣ୍ଡେଶନ୍‌ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ରମରେ ଯାଜପୁର ନିର୍ବାଚନମଣ୍ଡଳୀର ସୁଜନପୁର, ସିମିଳିଆ, ଜାଫରପୁର, ବେରୁଦା ଆଦି ୪ଟି ପଞ୍ଚାୟତରୁ ୨୬୦ଜଣ ଯୁବତୀଯୁବକ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଉକ୍ତ ରକ୍ତଦାତାଙ୍କୁ ମଙ୍ଗଳବାର ଅଶୋକ ଦାସ ଫାଉଣ୍ଡେଶନ ପକ୍ଷରୁ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସ ଅତିଥି ଭାବେ ଯୋଗଦେଇ ରକ୍ତର ଅଭାବରୁ କୌଣସି ରୋଗୀ ମୃତ୍ୟୁବରଣ କରିବେ ନାହିଁ ବୋଲି ସୂଚନା ଦେଇଥିଲେ। ଜିଲାରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାରରେ ସୁରକ୍ଷିତ ଅବସ୍ଥାରେ ରଖାଯିବା ଓ ରୋଗୀଙ୍କ ସେବାରେ ନିୟୋଜିତ କରାଯିବ। ଏହି ଜିଲାରେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଅଭାବ ରହିବ ନାହିଁ ବୋଲି ବିଧାୟକ ଦାସ ପ୍ରକାଶ କରିଥିଲେ। ରକ୍ତ ସଂଗ୍ରହରେ ଯାଜପୁର ଜିଲା ଯେପରି ରାଜ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିବ ସେ ଦିଗରେ ପ୍ରାଧାନ୍ୟ ଦିଆଯାଉଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ଯାଜପୁର ଯାହା ଆଜି କରି ଦେଖାଉଛି ତାହା ୧୦୦ଦିନ ପରେ ଅନ୍ୟ ଜିଲାଗୁଡ଼ିକ କରିବାକୁ ପ୍ରୟାସ କରୁଛନ୍ତି। ଅସହାୟମାନଙ୍କ ଦଳ ନାହିଁ, ସମସ୍ତଙ୍କ ରକ୍ତ ଗୋଟିଏ ବୋଲି ମତବ୍ୟକ୍ତ କରି ରାଜନୈତିକ ବାଛ ବିଚାର ବ୍ୟତିରେକ ସାର୍ବଜନିନ ଭାବେ କାର୍ଯ୍ୟ କରିବା ପାଇଁ ଜିଲାପାଳ ଦାସ ପରାମର୍ଶ ଦେଇଥିଲେ। ଏସ୍‌ପି ଚରଣ ସିଂ ମୀନା ଏହି ଜିଲାକୁ ସୁନ୍ଦର ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ରଖିବା ପାଇଁ ପରାମର୍ଶ ଦେଇଥିଲେ। ରକ୍ତଦାତାଙ୍କ ଟୋପାଏ ରକ୍ତ ଅନ୍ୟର ଜୀବନକୁ ରକ୍ଷା କରିଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ରେଡ଼କ୍ରସ ସୋସାଇଟିର ସମ୍ପାଦକ କୁଳମଣୀ ନାୟକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଜୀବନ ବିନ୍ଦୁ ପକ୍ଷରୁ ସ୍ବରୂପ ଦାସ, ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ

ବିଞ୍ଝାରପୁର,୬ା୯: ଯାଜପୁର ଜିଲା ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ହୋଇଛି। ଏକ ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌ କରିଥିଲେ ବାପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri