ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା: ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୧।୮: ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ ଜିଲା ପ୍ରଶାସନ ଉଦ୍ଧାର କରି ମୁକ୍ତ ଆଶ୍ରମ ସ୍ଥଳରେ ଥଇଥାନ କରିଛି । ଜିଲାପାଳଙ୍କ ମଧୁସ୍ମିତା ସାହୁଙ୍କୁ ନିର୍ଦ୍ଦେଶକ୍ରମେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଉଦ୍ଧାର କରିଛି। ଆଜକୁ ୨ ବର୍ଷ ତଳେ ବାପା ବଳରାମ ଜ୍ୱରରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଥିଲେ । ସେହି ଦିନଠାରୁ ୨ ଶିଶୁ ଏବଂ ରୋଗୀଣା ମା’ଙ୍କୁ ସ୍ଥାନୀୟ ସରପଞ୍ଚ ନିଜର ତତ୍ୱାବଧାନରେ ଆଶ୍ରୟ ଦେଇଥିଲେ । ହେଲେ ଆଜିକୁ ମାସକ ତଳେ ମା’ ଯଶୋବନ୍ତୀ ଅଜଣା ରୋଗରେ ମୃତ୍ୟୁବରଣ କରିଥିଲେ। ସେହି ଦିନଠାରୁ ଶିଶୁ ୨ ଜଣ କାନ୍ଦି କାନ୍ଦି ଦିନ କାଟୁଛନ୍ତି । ଶେଷରେ ଶିଶୁଙ୍କ ବଡବାପା ସିନାପାଲିଠାରେ ଚାଲିଥିବା ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଜଣାଇଥିଲେ । ଜିଲାପାଳ ତୁରନ୍ତ ହସ୍ତକ୍ଷେପ କରି ଦୁହିଁଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ଅଧିକାରୀ ବଳଦେବ ରଥ ନିଜ ସହ ଯୋଗୀଙ୍କ ସହ ନୂଆପଡାକୁ ଯାଇ ଶିଶୁ ଦୁହିଁଙ୍କୁ ଉଦ୍ଧାର କରି ଜିଲା ଶିଶୁ କଲ୍ୟାଣ ସମିତିରେ ହାଜର କରିଥିଲେ । ପରେ ଖଡିଆଳସ୍ଥିତ ମୁକ୍ତ ଆଶ୍ରୟ ସ୍ଥଳରେ ରଖାଯାଇଛି। ଉଦ୍ଧାର ଟିମରେ ଅନ୍ୟମାନଙ୍କ ମଧ୍ୟରେ ପୋନିକ ରବୀନ୍ଦ୍ର କୁମାର ମହାଲିକ, ଶ୍ରୀନିବାସ ବେହେରା, ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡିିକିଆ ପ୍ରମୁଖ ସାମିଲ ଥିଲେ । ବର୍ତ୍ତମାନ ଶିଶୁ ୨ ଜଣ ସୁସ୍ଥ ଏବଂ ସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri