ଅସହାୟଙ୍କୁ ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ,୧୬।୪- ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭୂତାଣୁ କବଳରେ କବଳିତ। ଓଡ଼ିଶାରେ ଏହାର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି କ୍ରମରେ ଜିଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଜିଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବିଗତ ଦିନମାନଙ୍କରେ ଜିଲାର ସମସ୍ତ ନିର୍ବାଚନମଣ୍ଡଳୀର ସଭାପତିମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ମାସ୍କ ଆଦି ବଣ୍ଟନ କରାଯାଇଛି। ଗୁରୁବାର ସ୍ଥାନୀୟ ବର୍ଦ୍ଧନପୁର ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୫ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ମହାସଚିବ କୁଶଲ ଚାଟାର୍ଜୀ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ସଦର ସଭାପତି ଭବାନୀ ପଣ୍ଡା, ସାଧାରଣ ସମ୍ପାଦକ କିରଣ ନାଥ ଓ ସଞ୍ଜୀବ ବିଶ୍ୱାଳ, ଉପସଭାପତି ବିଜୟ ଜେନା, ରେମୁଣା ଛାତ୍ର କାର୍ଯ୍ୟକାରୀ ସଭାପତି ଚନ୍ଦନ ମଲ୍ଲିକ, ଯୁବ ବାହିନୀ ସଭାପତି ଚନ୍ଦନ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ବ୍ଲକ୍ ଦାୟିତ୍ୱ ନେଲେ ଜି. ଉଦୟଗିରି ବିଡ଼ିଓ

ରାଇକିଆ,,୮ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ର ନୂତନ ବିଡ଼ିଓ ଭାବେ ଦାୟିତ୍ଵ ନେଇଛନ୍ତି ମନୋଜ କୁମାର ଦେବତା। ସେ ଜି. ଉଦୟଗିରି ବିଡିଓ...

ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର...

ଧନୁଯାତ୍ରାରେ ରଙ୍ଗସଭା: କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ,୮ା୧(ପ୍ରେମାନନ୍ଦ ଖମାରୀ): ବୃ଼ହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ରାଜ ଦରବାରରେ ଅନୁଷ୍ଠିତ କଂସଙ୍କ ଜନତା ଦରବାର (ରଙ୍ଗସଭା) ବେଶ ଚିତ୍ତାକର୍ଷକ ଥିଲା।...

ନାବାଳିକାଙ୍କୁ ଭାତ-ମାଂସ ଖାଇବାର ଲୋଭ ଦେଖାଇ କରିଥିଲେ ବଳାତ୍କାର, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

ବାରିପଦା,୮ା୧(ନୀଳାଦ୍ରି ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଆତ୍ମରକ୍ଷା କୌଶଳ ଜାଣିଲେ ଛାତ୍ରୀ

ବ୍ରାହ୍ମଣୀଗାଁ,୮ା୧(ମନୋରଞ୍ଜନ ରଣା) : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ଥିବା ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟନ...

ଧାନଗଦାରେ ଲାଗିଲା ନିଆଁ, ସବୁ ପୋଡ଼ି ଛାରଖାର

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷାରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପୁଣି ଧାନଗଦାରେ ନିଆଁ ଲାଗି ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛି। ଏପରି ଘଟଣା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri