ଭବାନୀପାଟଣା,୨୨।୪(ସ୍ବ.ପ୍ର): କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ ଜାରିରହିଛି। ଏଥିପାଇଁ ଅନେକ ଗରୀବ ଲୋକ ପ୍ରଭାବିତ ହୋଇଛନ୍ତି। ଯାହାଫଳରେ ସେମାନଙ୍କ ଚଳିବା କଷ୍ଟକର ହୋଇପଡିଛି। ଏପରି ଘଡିସନ୍ଧି ମୁହୁର୍ତ୍ତରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅରବେଡା ଗ୍ରାମର ଗରୁଡଧ୍ୱଜ ବେଣୁପାଣି ଓ ତାଙ୍କ ସ୍ତ୍ରୀଲୋପାମୁଦ୍ରା ଅସହାୟଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି। ବୁଧବାର ଜୁନାଗଡ ବ୍ଲକ ମହିଚଲା ଗ୍ରାମର ୫ଶହ ଅସହାୟଙ୍କୁ ସେମାନେ ଶୁଖିଲା ଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି।