ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଶରୀର ଏବେ ଅସୁସ୍ଥ ଅଛି। ଏକଥା ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ଉର୍ବଶୀ କେଶଓ୍ବାନୀଙ୍କ ବିବାହ ଥିଲା। ଏଥିରେ ସ୍ବାମୀ ରଣବୀର ସିଂଙ୍କ ସହ ମିଶି ଖୁବ୍ ନାଚିଥିଲେ। ପରେ ସେ ଅସୁସ୍ଥ ହୋଇପଡିଥିବା ଇନଷ୍ଟାଗ୍ରାମରେ କହିଛନ୍ତି ଦୀପିକା। ପାଟି ପାଖରେ ଥର୍ମୋମିଟର ରଖି ସେ ଏକ ଫଟୋ ଛାଡିଛନ୍ତି। ଯେଉଁଥିରେ ସେ ଅସୁସ୍ଥ ଥିବା ଭଳି ଲାଗୁଛନ୍ତି। କିଛି ଦିନ ପୂର୍ବରୁ ଦୀପିକା ଏବଂ ରଣବୀର ଉର୍ବଶୀଙ୍କ ବିବାହରେ ଜୋରଦାର ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ନଭେମ୍ବର ୧୪ରେ ବିବାହର ପ୍ରଥମ ବାର୍ଷିକୀରେ ପାଳନ କରିବେ ଦୀପିକା-ରଣବୀର। ବିବାହ ପରେ ଉଭୟରେ ଅଭିନୀତ ଚଳଚ୍ଚିତ୍ର ’୮୩’ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହୋଇଛି। ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା। ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବେ।