ଅସ୍ତରଙ୍ଗ ବେଳାଭୂମି ସଫେଇ କଲେ ମନ୍ତ୍ରୀ, ମାନବ ଶୃଙ୍ଖଳରେ ‘ମୋ ବିଚ୍‌’

କାକଟପୁର,୨୧ା୯(ଡି.ଏନ୍‌.ଏ.): ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଜାହାନିଆଁଠାରେ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ ବ୍ୟାପାର, ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ବିଡିଓ ଅଶୋକ କୁମାର ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ସାମାଜିକ କର୍ମୀ, ବନସୁରକ୍ଷା ସମିତିର ସଭ୍ୟ ଏବଂ ମହିଳାମାନେ ବେଳାଭୂମିକୁ ସଫେଇ କରିଥିଲେ। ସେହିଭଳି କାକଟପୁର ବ୍ଲକ ସିଂଘାରପାଳ ବେଳାଭୂମିଠାରେ କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, ବିଡିଓ ସୁଧୀର କୁମାର ନାୟକ, ସାମାଜିକ କର୍ମୀ କାଳୀ ପ୍ରସାଦ ସ୍ବାଇଁଙ୍କ ନେତୃତ୍ୱରେ ୫ଶହରୁ ଊର୍ଦ୍ଧ୍ୱ ବ୍ଲକ କର୍ମଚାରୀ, ସାମାଜିକ କର୍ମୀ, ଛାତ୍ରୀଛାତ୍ର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବେଳାଭୂମିକୁ ସଫେଇ କରିବା ସହ ମାନବ ଶୃଙ୍ଖଳରେ ମୋ ବିଚ୍‌ ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍‌ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ…

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ  ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ...

୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଚାଳକ

ନୟାଗଡ଼,୨୬ା୧୨(ଲୋକନାଥ ମିଶ୍ର): ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ବିଶାଖାପାଟଣାରୁ ସିମେଣ୍ଟ...

ଜାନୁଆରୀରୁ ଚାଷୀ ପଞ୍ଜୀକରଣ, ଚିହ୍ନଟ ହେବେ ଅଣଚାଷୀ

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ଯେଉଁ ଅଣଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଉଛନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ। ରାଜ୍ୟ ସରକାର ଏବେ ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟକରିବା...

ଲଘୁଚାପ ବର୍ଷାରେ ଭିଜୁଛି ପାଚିଲା ଧାନ

ମହାକାଳପଡ଼ା,୨୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଚିଲା ଧାନ ବର୍ଷାରେ ଭିଜୁଛି। ବର୍ଷକ ପାଇଁ ଉପାର୍ଜିତ ହୋଇଥିବା ଧାନ...

ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ

ଡେରାବିଶ,୨୬ା୧୨(ବେବର୍ତ୍ତା ଅଜୟ ଦାସ):ପୁରୀ ଜିଲା ସତ୍ୟବାଦୀ ବ୍ଲକ୍‌ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଡୁଙ୍ଗର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ବିଲରେ ଟଳି ପଡିଥିଲେ।...

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି...

ଭିଜିଲା ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା/କୋକସରା/କର୍ଲାମୁଣ୍ଡା/ରୁପ୍ରାରୋଡ, ୨୬।୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ପ୍ରଦୀପ କୁମାର ସାହୁ/ ସଞ୍ଜିବ ଦାସ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାଠାରୁ ଲାଗି ରହିଛି ଲଘୁଚାପ ବର୍ଷା।...

ବନବାସୀଙ୍କ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ

ନୂଆପଡା,୨୬।୧୨ (ମକାରୁ ବେମାଲ):ସମୁଦ୍ର ପତନଠାରୁ ୩୬ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ ନୂଆପଡ଼ା ଜିଲାର ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡା ଗାଁ ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri