ଶ୍ରୀନଗର,୨୧।୨: ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାଙ୍କ ଗୁଳିରେ ଗୁରୁବାର ଜଣେ ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଛି। ଏଥିସହ କେତେକ ସେନା ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର କୁପଓ୍ବାଡା ସେକ୍ଟରରେ ଲଗାତର ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏଥିସହ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି। ଏହାର ପାଲଟା ଜବାବରେ ଭାରତୀୟ ସେନା ଗୁଳିଚାଳନା କରିଥିଲେ। ଏହି ଗୁଳିବିନିମୟରେ ଜଣେ ପାକିସ୍ତନ ସେନା ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳର ପରିସ୍ଥିତି ଉପରେ ଏବେ ବି ସେନା ପକ୍ଷରୁ ନଜର ରଖାଯାଇଛି।