Posted inଖେଳ

ଆଇଏସ୍‌ଏଲ୍‌: ବିଦେଶୀ ଖେଳାଳିଙ୍କ ସଂଖ୍ୟା ନେଇ ଷ୍ଟିମାକଙ୍କ ଅସନ୍ତୋଷ

ମୁମ୍ବାଇ,୭।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟ ନେଇ ଭାରତୀୟ ଜାତୀୟ ଦଳର ହେଡ୍‌ କୋଚ୍‌ ଆଇଗର ଷ୍ଟିମାକ ଅସନ୍ତୋଷ ଜାହିର କରିଛନ୍ତି। ଲିଗ୍‌ରେ ଅଧିକ ବିଦେଶୀ ଖେଳାଳିଙ୍କୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଏହା ଦ୍ୱାରା ଦେଶରେ ବଡ଼ ଖେଳାଳି ସୃଷ୍ଟି ହୋଇପାରିବେ ନାହିଁ। ଅଧିକ ସଂଖ୍ୟାରେ ବିଦେଶୀ ଖେଳାଳି ଖେଳିଲେ ଦେଶରେ ଆଉ ଜଣେ ସୁନୀଲ ଛେତ୍ରୀ ସୃଷ୍ଟି କରିବାରେ ଅନ୍ତରାୟ ସୃଷ୍ଟି କରିବ।
ଆଇଏସ୍‌ଏଲ୍‌ ଓ ଆଇ- ଲିଗ୍‌ ଦେଶର ଦୁଇ ପ୍ରମୁଖ ଫାଷ୍ଟ ଓ ସେକେଣ୍ଡ ଟାୟର ଲିଗ୍‌। ଏହି ଦୁଇ ଲିଗ୍‌ ଏସିଆନ୍‌ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ନୀତି ଅନୁସରଣ କରିବା ଉଚିତ୍‌। ଏହି ନୀତି ଅନୁସାରେ ଲିଗ୍‌ର ପ୍ରତି ମ୍ୟାଚ୍‌ରେ ୫ ବଦଳରେ ୪ ଜଣ ଖେଳାଳି ସାମିଲ ହେବା ଉଚିତ୍‌। ଏଏଫସି ନିୟମ ୩+୧ ନୀତି ଅନୁସରଣ କରାଯିବା ଉଚିତ୍‌। ବିଦେଶୀ ଖେଳାଳିଙ୍କ ପାଇଁ ଏହା ହେଉଛି ମୌଳିକ ନିୟମ। ଏସିଆର ଅଧିକାଂଶ ଦେଶ ଏହି ନିୟମ ପାଳନ କରୁଛନ୍ତି ଓ ଏଥିପାଇଁ ଏହି ଦେଶଗୁଡିକ ବେଶ୍‌ ସଫଳତା ହାସଲ କରିଛନ୍ତି ବୋଲି ଷ୍ଟିମାକ କହିଛନ୍ତି। ଏହା ଦ୍ୱାରା ଏହି ଦେଶଗୁଡିକରେ ଷ୍ଟ୍ରାଇକର, ଅଫେନ୍ସିଭ ମିଡ୍‌ଫିଲ୍ଡର ଓ ସେଣ୍ଟର ବ୍ୟାକ୍‌ ପାଇଁ ବହୁତ ବିକଳ୍ପ ସୃଷ୍ଟି ହୋଇପାରିଛି।
ଏବେ ମ୍ୟାଚ୍‌ରେ ଆଇଏସ୍‌ଏଲ୍‌ ଓ ଆଇ- ଲିଗ୍‌ ଦଳଗୁଡିକ ୫ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଉଛନ୍ତି। ଅନ୍ୟପଟେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ କମ୍ପିଟିଶନ ନିୟମ ଅନୁସାରେ ପ୍ରତ୍ୟେକ ଦଳ ୪ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବ। କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ଏଏଫ୍‌ସି ମେମ୍ବପର ଆସୋସିଏଶନର ନାଗରିକ ହେବା ନିହାତି ଜରୁରି। ଏବେ ସୁନୀଲ ଛେତ୍ରୀଙ୍କ ବିକଳ୍ପ ସୃଷ୍ଟି ହେବା କଷ୍ଟକର ହୋଇପଡିଛି ବୋଲି ଷ୍ଟିମାକ କହିଛନ୍ତି। ଏବେ ଯେତେବେଳେ ଷ୍ଟ୍ରାଇକର ଖୋଜିବାକୁ ଯାଉଛି ମୋତେ ୫ଜଣ ବିଦେଶୀ ଖେଳାଳି ନଜର ଆସୁଛନ୍ତି। ଆଇ- ଲିଗ୍‌ରେ ଭାରତୀୟ ଷ୍ଟ୍ରାଇକର ନାହାନ୍ତି। କେବଳ ଇଣ୍ଡିଆନ ଆରୋଜ ନିକଟରେ ଜଣେ ଭାରତୀୟ ବିକ୍ରମ ପ୍ରତାପ ସିଂ ରହିଛନ୍ତି। ଏବେ ଆଇଏସ୍‌ଏଲ୍‌ ଓ ଆଇ- ଲିଗ୍‌କୁ ମିଶାଇଲେ ଭଲ ହେବ ବୋଲି ସେ ମତ ଦେଇଛନ୍ତି। ଜାତୀୟ ଦଳ ସଫଳତା ପାଇଲେ ଭାରତୀୟ ଫୁଟବଲ୍‌ର ବିକାଶ ହୋଇପାରିବ। ୨୦୨୬ ଫିଫା ବିଶ୍ୱକପ୍‌ରେ ୪୮ଟି ଦେଶ ସାମିଲ ହେବେ। ଫଳରେ ଏହି ବିଶ୍ୱକପ୍‌ରେ ୩-୪-୫ଟି ଏସୀୟ ଦେଶ ଅଂଶଗ୍ରହଣ କରିବେ। ଏସିଆର ଶ୍ରେଷ୍ଠ ୮ଟି ଦେଶ ସାମିଲ ହେବା ନେଇ ପ୍ରସ୍ତୁତି ପାଇଁ ଆମ ପାଖରେ ୪ବର୍ଷ ହାତରେ ରହିଛି। କରୋନା ଭାଇରସ୍‌ ପାଇଁ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଜାତୀୟ କ୍ୟାମ୍ପ ବାତିଲ ହେବା ନେଇ ମୋ ପାଖରେ କୌଣସି ଖବର ନାହିଁ ବୋଲି ଷ୍ଟିମାକ କହିଛନ୍ତି। ଆସନ୍ତା ୨୬ ତାରିଖରେ କାତାର ବିପକ୍ଷରେ ଭାରତ ବିଶ୍ୱକପ୍‌ କ୍ୱାଲିଫାୟର ଖେଳିବ।
ଇତିମଧ୍ୟରେ କରୋନାଭାଇରସ ସଂକ୍ରମଣ ପାଇଁ ଫିଫା ୨୦୨୨ ବିଶ୍ୱକପ୍‌ ଓ ୨୦୨୩ ଏସିଆନ କପ୍‌ କ୍ୱାଲିଫାୟର୍ସ ଓ କାତାର ବିପକ୍ଷ ଘରୋଇ ମ୍ୟାଚ୍‌କୁ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଛି। ତେବେ ପରିସ୍ଥିତି ଯାହା ହେଉନା କାହିଁକି, ଆମକୁ ପ୍ରସ୍ତୁତି ଜାରି ରଖିବାକୁ ହେବ ବୋଲି ଷ୍ଟିମାକ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୋତାରେ କ’ଣ ‘ସ୍ୟାଣ୍ଡପେପର୍‌’ ଲୁଚାଇଥିଲେ ବୁମ୍‌ରା? ଭାଇରାଲ ହେଉଥିବା ଭିଡିଓ ପଛର ସତ କ’ଣ…

ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍‌ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍‌ରାଙ୍କ ଏକ...

‘କୋହଲିଙ୍କୁ ପୁଣି ଅଧିନାୟକ କରାଯାଉ’; କାହିଁକି ଏବଂ କିଏ କରୁଛି ଏଭଳି ଦାବି… 

ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍‌ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍‌ରେ ନଜର...

ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ…

ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍‌ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ...

ପତ୍ନୀ ଧନଶ୍ରୀଙ୍କ ସହ ଫଟୋ ଡିଲିଟ୍‌ କରି ଅନ୍‌ଫଲୋ କଲେ ଯୁଜବେନ୍ଦ୍ର, ସ୍ପଷ୍ଟ ହେଲା…

ନୂଆଦିଲ୍ଲୀ,୪।୧: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼। କିଛିଦିନ ତଳେ ସେ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ଛାଡ଼ପତ୍ର ଦେଉଥିବା ଖବର ଚର୍ଚ୍ଚାରେ ରହିଥିଲା।...

ଉଜୁଡିଗଲା ଚହଲ-ଧନଶ୍ରୀଙ୍କ ଘର! କପଲଙ୍କର ହେବ ଛାଡପତ୍ର, ଜାଣନ୍ତୁ କ’ଣ ଏହାର ସତ୍ୟତା

ନୂଆଦିଲ୍ଲୀ,୪।୧: କିଛି ଦିନ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ଖବରକୁ ନେଇ ଭାରତୀୟ ପ୍ରଶଂସକମାନେ ଆଶ୍ଚର୍ଯ୍ୟ...

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧...

୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ

ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ...

ବୁମ୍‌ରାଙ୍କ ବିନା ଅଷ୍ଟ୍ରେଲିଆର ହୋଶ୍‌ ଉଡାଇଲା ଟିମ୍‌ ଇଣ୍ଡିଆ: ପ୍ରଥମ ଇନିଂସରେ ଆଗୁଆ

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୮୧ ରନ ଅଲଆଉଟ୍‌ ହୋଇଯାଇଥିଲା। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri