ଆଇଟି କ୍ଷେତ୍ରରେ ୪୦ ହଜାର କର୍ମଚାରୀ ଛଟେଇ ଆଶଙ୍କା

ବାଙ୍ଗାଲୋର,୧୯-୧୧ଁଦେଶର ସୂଚନା ଏବଂ ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ୩୦ରୁ ୪୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରନ୍ତି। କମ୍ପାନୀଗୁଡିକର ଅଭିବୃଦ୍ଧି ମାନ୍ଦା ରହିବା କାରଣରୁ ମଧ୍ୟମ ଲେଭଲରେ ଆସନ୍ତା ଗୋଟିଏ ବର୍ଷରେ ଏହି ଛଟେଇ ହୋଇପାରେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ ଟି.ଭି. ମୋହନଦାସ ପାଇ ସୋମବାର ସୂଚନା ଦେଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ ଲିମିଟେଡରେ ପାଇ ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଶିଳ୍ପରେ ସମୟ ସମୟରେ ଏଭଳି ସ୍ଥିତି ଦେଖାଦେଇଥାଏ। ଶିଳ୍ପରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ପରିପକ୍ୱତା ଦେଖାଦେଲେ ଏଭଳି ଘଟଣାମାନେ ସାମ୍ନାକୁ ଆସିଥାଏ ବୋଲି ପାଇ ମତ ରଖିଛନ୍ତି। ସାଧାରଣତଃ ପାଞ୍ଚ ବର୍ଷ ସମୟ ବ୍ୟବଧାନରେ ଏଭଳି ସ୍ଥିତି ଆସିଥାଏ। କେବଳ ଭାରତ ନୁହେଁ ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ଏଭଳି ସମାନ ଘଟଣା ଦେଖାଯାଇଥାଏ। କୌଣସି କ୍ଷେତ୍ର ପରିପକ୍ୱ ସ୍ଥିତିକୁ ଆସିଲେ ମିଡିଲ ଲେଭଲରେ କାମ କରୁଥିବା ଲୋକମାନେ ସେମାନେ ଲାଭ କରୁଥିବା ବେତନରେ ଆଉ ଭାଲ୍ୟୁ ସଂଯୋଗ କରିପାରନ୍ତି ନାହିଁ ବୋଲି ପାଇ କହିଛନ୍ତି।
କମ୍ପାନୀ ତ୍ୱରିତ ଭାବେ ଅଭିବୃଦ୍ଧି କରୁଥିବା ବେଳେ ପଦୋନ୍ନତି ମିଳିବା ଦେଖାଯାଇଥାଏ। ମାତ୍ର ମାନ୍ଦାବସ୍ଥା ସମୟରେ କର୍ମଚାରୀମାନେ ଉଚ୍ଚ ହାରରେ ବେତନ ଲାଭ କରୁଥିଲେ କମ୍ପାନୀଗୁଡିକ ସେମାନଙ୍କ ସ୍ଥିତିକୁ ସମ୍ଭାଳିବା ଲାଗି ପୁଣି ଥରେ ନୂଆ ଯୋଜନା ହାତକୁ ନେଇଥାନ୍ତି। ଫଳରେ ଉଚ୍ଚ ବେତନ ଲାଭ କରୁଥିବା କ୍ଷେତ୍ରରେ ଏଭଳି ଛଟେଇ ଦେଖାଯାଇଥାଏ ବୋଲି ପାଇ ମତ ଦେଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ୫ ବର୍ଷ ବ୍ୟବଧାନରେ ଏଭଳି ସମୟ ଆସିଥାଏ ବୋଲି ମଣିପାଲ ଗ୍ଲୋବାଲ ଏଜୁକେଶନ ସର୍ଭିସ ଏବଂ ଆରିନ କ୍ୟାପିଟାଲର ଅଧ୍ୟକ୍ଷ ଥିବା ପାଇ ସ୍ପଷ୍ଟ କରିଛନ୍ତି। ଠିକ୍‌ ଭାବେ ପରଫରମାନ୍ସ କିମ୍ବା ଭାଲ୍ୟୁ ସଂଯୋଗ ଦିଗରେ ଉଚିତ ଯୋଗଦାନ ନ ରଖିଲେ କେହି ସମାନ ବେତନ ଏବଂ ଉଚ୍ଚ ପଦବୀରେ ତିଷ୍ଠି ରହିବା କଷ୍ଟକର ହୋଇପଡେ। ଛଟେଇ ହେଉଥିବା ୮୦% କର୍ମଚାରୀ ଯଦି ସ୍ପେଶାଲିଷ୍ଟ ହୋଇଥାନ୍ତି ତେବେ ତାଙ୍କୁ ଅନ୍ୟ ଶିଳ୍ପ ଚାକିରୀ ମିଳିଯିବ ବୋଲି ପାଇ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

ରିହାତି ମୂଲ୍ୟରେ ଷ୍ଟକ୍‌ ଅପ୍ସନ ପ୍ରଦାନ

ନୂଆଦିଲ୍ଲୀ,୩।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ଯୋଜନା ‘ଏମ୍ପ୍ଲଇ ଷ୍ଟକ୍‌ ଅପନ୍ସସ (ଇଏସ୍‌ଓପି)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। ଏପରିକି...

ନିବେଶକ ଯୋଡ଼ିଲେ ଲକ୍ଷାଧିକ ଟଙ୍କାର ନିବେଶ

ମୁମ୍ବାଇ,୩।୧ (ଅଭୟ ଦାଶ): ନୂଆବର୍ଷ ଆରମ୍ଭରୁ ଶେୟାର ବଜାରର ନିବେଶକମାନେ ଉତ୍ସାହିତ ଅଛନ୍ତି। ଏପରିକି ବର୍ଷ ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ...

ନୂଆବର୍ଷରେ ଟେଲିକମ୍ କମ୍ପାନୀ ଦେବେ ଉପହାର, ୨୦୦ ଟଙ୍କାର ପ୍ୟାକ୍ ମିଳିବ ୧୦୦ ଟଙ୍କାରେ!

ନୂଆଦିଲ୍ଲୀ, ୨ା୧: ଆପଣ କେବେ ଚିନ୍ତା କରିଛନ୍ତି କି ଟେଲିକମ୍ କମ୍ପାନୀଗୁଡିକ ଆପଣଙ୍କୁ କେବଳ ଡାଟା ପ୍ୟାକ କାହିଁକି ବିକ୍ରି କରନ୍ତି? ଟେଲିକମ ରେଗୁଲଟରି ଅଥରିଟି...

ରେକର୍ଡ ପରିମାଣର ଟିକସ ଆଦାୟ

ନୂଆଦିଲ୍ଲୀ,୨।୧ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସରେ ମଧ୍ୟ ରେକର୍ଡ ପରିମାଣର ଟିକସ ଆଦାୟ କରାଯାଇଛି। ଏପରିକି ପ୍ରତି ଥର ପରି ଚଳିତ ଥର...

କମିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧: ବର୍ଷ ଆରମ୍ଭରୁ କମର୍ସିଆଲ ଗ୍ୟାସ୍‌ ବ୍ୟବହାରକାରୀଙ୍କୁ ଖୁସି ଖବର ମିଳିଛି। କମର୍ସିଆଲ ଗ୍ୟାସ୍‌ (୧୯କେ.ଜି) ଦରରେ ୧୬ ଟଙ୍କା ହ୍ରାସ ହୋଇଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.)ର...

ଡିସେମ୍ବରରେ ୩୨୦ ୟୁନିଟ୍‌ ଡିପିଭି ବିକ୍ରି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଘରୋଇ ବଜାରରେ ଡୋମେଷ୍ଟିକ୍‌ ପାସେଞ୍ଜର ଭେଇକିଲ(ଡିପିଭି)ର ଖୁଚୁରା ବିକ୍ରି ପରିମାଣ ବୃଦ୍ଧି ପାଉଛି। ଏପରିକି ୨୦୨୪ ଡିସେମ୍ବର ମାସରେ ଡିପିଭିର ଖୁଚୁରା ବିକ୍ରି...

ମୁଥୁଟ ପରିବାର ପକ୍ଷରୁ ମୂଲ୍ୟବାନ୍‌ ଜମି ଦାନ

ନୂଆଦିଲ୍ଲୀ,୨।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ମୁଥୁଟ ଗ୍ରୁପର ଯୁଗ୍ମ ପରିିଚାଳନା ନିର୍ଦ୍ଦେଶକ ଜର୍ଜ ଥୋମାସ ମୁଥୁଟ ନିକଟରେ ଏକ ମୂଲ୍ୟବାନ୍‌ ଜମିକୁ ଚର୍ଚ୍ଚ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri