ରେକ୍ୟାଭିକ ଆଇସଲ୍ୟାଣ୍ଡ,୨୮।୧: ଉତ୍ତର ଆଣ୍ଟଲାଣ୍ଟିକର ଛୋଟ ଦ୍ୱୀପଦେଶ ଆଇସଲ୍ୟାଣ୍ଡ ବହୁ ବିବାଦରେ ଛନ୍ଦି ହୋଇଛି। ୨୦୧୭ରେ ଏହି ଦେଶର ପାର୍ଲାମେଣ୍ଟରେ ସବୁ ବାଇବେଲକୁ ନେଇ ଥିବା ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଚେତାବନୀ ପାଇଁ ମତଦାନ ହୋଇଥିଲା। ସେହିବର୍ଷ ଉକ୍ତ ଦେଶ ଆଉ ଏକ ପାଦ ଆଗକୁ ଯାଇ ଆମେରିକାର ଟେଲିଭାଞ୍ଜେଲିଷ୍ଟସ୍ ଉପରେ ପ୍ରତିବନ୍ଧକ ଲଗାଇ ଧର୍ମନିରପେକ୍ଷ ପଦକ୍ଷେପ ଗ୍ରହଣ କରିଥିଲା। ଏବେ ଆଇସଲ୍ୟାଣ୍ଡ ସବୁ ଧର୍ମକୁ ମାନସିକ ବିକାରଗ୍ରସ୍ତ ବୋଲି ଘୋଷଣା କରୁଛି। ଅଲ୍ପିଙ୍ଗି(ଆଇସଲ୍ୟାଣ୍ଡର ପାର୍ଲାମେଣ୍ଟ ବା ସଂସଦ) ଆଇନ ୬୦-୩ ସପକ୍ଷରେ ବହୁମାତ୍ରାରେ ମତଦାନ କରିଛି। ତେବେ ଆଇନଗତ ଆଦେଶ ବିରୁଦ୍ଧରେ ମତଦାନ କରିଥିବା ୩ ରାଜନେତା ବିଶ୍ୱାସ କରୁଥିଲେ କି ଏହା ବହୁ ଦୂର ପର୍ଯ୍ୟନ୍ତ ଯାଇନାହିଁ। ଜଣେ ପ୍ରତିନିଧି କହିଛନ୍ତି, ଆମେ ୟୁନାଇଟେଡ୍ ଷ୍ଟେଟସ୍ ଅବା ସୌଦି ଆରବ ଭଳି ଶେଷ ହେବାକୁ ଚାହୁଁନାହୁଁ।