Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ଶୀର୍ଷରେ ସ୍ମିଥ୍‌

ଦୁବାଇ,୪।୯(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୧ ନମ୍ବର ସ୍ଥାନ ହରାଇଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ୨ ନମ୍ବର ସ୍ଥାନରେ ରହିଛନ୍ତି। ଅଭିଜ୍ଞ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍‌ ସ୍ମିଥ୍‌ ଚଳିତ ଆଶେସ୍‌ରେ ଦମ୍‌ଦାର ପ୍ରଦର୍ଶନ କରି କୋହଲିଙ୍କୁ ହଟାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତେବେ ବୋଲିଂ ତାଲିକାରେ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ତୃତୀୟ ସ୍ଥାନକୁ ଉନ୍ନତି କରିଛନ୍ତି। ଜାମାଇକାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଦ୍ୱିତୀୟ ଇନିଂସରେ କୋହଲି ପ୍ରଥମ ବଲ୍‌ରେ ବିନା ସ୍କୋରରେ ଆଉଟ ହେବା ପରେ ବ୍ୟାଟିଂ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ଅନ୍ୟପଟେ ପ୍ରଥମ ଆଶେସ ଟେଷ୍ଟ ସ୍ମିଥ୍‌ ଦୁଇଟି ଇନିଂସରେ ଶତକ ହାସଲ କରିବା ସହ ଦ୍ୱିତୀୟ ମ୍ୟାଚ୍‌ରେ ୯୨ ରନର ଇନିଂସ ଖେଳି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୭ ନମ୍ବରସ୍ଥାନ ଅଧିକାର କରିବା ସହ ଟେପ୍‌ ୧୦ରେ ପ୍ରବେଶ କରିଛନ୍ତି। ଆଣ୍ଟିଗୁଆରେ ଅର୍ଦ୍ଧଶତକ ଓ ଶତକ ହାସଲ କରିବା ପରେ ସେ ଜାମାଇକାରେ ଆଉ ଏକ ଅର୍ଦ୍ଧଶତକ ହାସଲ କରି ଏହି ସଫଳତା ପାଇଛନ୍ତି।
ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ବ୍ୟାଟିଂ କରିଥିବା ହନୁମା ବିହାରୀ ୪୦ଟି ସ୍ଥାନ ଉପରକୁ ଉଠି ୩୦ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ଖେଳିଥିବା ବିହାରୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। କୋହଲି ୪୮ଟି ମ୍ୟାଚ୍‌ରେ ନେତୃତ୍ୱ ନେଇ ୨୮ଟି ବିଜୟ ସହ ଭାରତର ସଫଳତମ ଟେଷ୍ଟ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି। ସେ ଏହି କ୍ରମରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଛନ୍ତି। ୭୯ଟି ଟେଷ୍ଟ ଖେଳି କୋହଲି ଏପର୍ଯ୍ୟନ୍ତ ୨୫ଟି ଶତକ ହାସଲ କରିଛନ୍ତି। ସ୍ମିଥ୍‌ ୨୦୧୫ ପର୍ଯ୍ୟନ୍ତ ଶୀର୍ଷରେ ରହିଥିଲେ। ତେବେ ବଲ ଟ୍ୟାମ୍ପିରିଂ ଅଭିଯୋଗରେ ସେ ବାସନ୍ଦ ହେବାପରେ ୨୦୧୮ ଅଗଷ୍ଟରେ କୋହଲି ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏବେ ଅକ୍ଟୋବର ୨ରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କଲେ କୋହଲି ପୁଣି ଶୀର୍ଷ ସ୍ଥାନକୁ ଫେରିବାର ସୁଯୋଗ ରହିଛି।
ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିବା ଯଶପ୍ରୀତ ବୁମ୍‌ରା କ୍ୟାରିୟର ଶ୍ରେଷ୍ଠ ୮୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଓ ଦକ୍ଷିଣ ଆଫ୍ରକାର କାଗିସୋ ରାବାଡା ଯଥାକ୍ରମେ ୧ ଓ ୨ ନମ୍ବର ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ସେ ୭ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୫ ଓ ଦ୍ୱିତୀୟ ଟେଷ୍ଟରେ ୬ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୧୮ ଓ ୨୦ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ବୁମ୍‌ରା ଟେଷ୍ଟରେ ଭାରତର ଦ୍ରୁତତମ ବୋଲରଭାବେ ୫୦ ଉଇକେଟ ଅକ୍ତିଆର କରି ରେକର୍ଡ କରିଥିଲେ। ସେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୬୨ଟି ଉଇକେଟ ଅକ୍ତିଆର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗତ ଦୁଇଟି ଟେଷ୍ଟରେ ସେ ମୋଟ ୧୩ଟି ଉଇକେଟ ହାସଲ କରିଥିଲେ। ପ୍ରଥମ ଟେଷ୍ଟରେ ସେ ୭ ରନ ବ୍ୟୟ କରି ୫ଟି ଓ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ହ୍ୟାଟ୍ରିକ ନେବା ସହ ମୋଟ ୭ଟି ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri