ଆଉ ଏକ ସଙ୍କଟ ସୃଷ୍ଟି କଲା ଚାଇନା: ଚିନ୍ତାରେ ବିଶ୍ୱବାସୀ

ୱାଶିଂଟନ,୭।୫: ବିଶ୍ୱକୁ କରୋନା ମହାମାରୀ ଭିତରକୁ ଠେଲି ଦେଇଥିବା ଚାଇନା ମହାକାଶର ରାଜା ହେବା ଚକ୍କରରେ ଆଉ ଏକ ସଙ୍କଟ ସୃଷ୍ଟି କରିଛି। ଚାଇନା ଦ୍ୱାରା ଛଡା ଯାଇଥିବା ଏକ ରକେଟ ମହାକାଶରେ ନିୟନ୍ତ୍ରଣ ହରାଇଛି ଏବଂ ଶୀଘ୍ର ପୃଥିବୀ ଆଡକୁ ଆସୁଛି। ବୈଜ୍ଞାନିକମାନେ ଭୟଭୀତ ଅଛନ୍ତି ଯେ ଯଦି ୨୩ ଟନ ଓଜନ ବିଶିଷ୍ଟ ଏହି ରକେଟ ଏକ ଆବାସିକ ଅଞ୍ଚଳରେ ପଡ଼େ, ତେବେ ସେଠାରେ ଅନେକ ବିପର୍ଯ୍ୟୟ ଘଟିପାରେ। ତେବେ ଆମେରିକା ଏବଂ ରୁଷିଆ ବେଜିଂର ଏହି ଅନିୟନ୍ତ୍ରିତ ରକେଟକୁ ଟ୍ରାକିଂ କରିବାରେ ବ୍ୟସ୍ତ ଅଛି।
ପେଣ୍ଟାଗନ ଚାଇନାର ଏହି ଅନିୟନ୍ତ୍ରିତ ରକେଟ ଖୋଜୁଛି। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖପାତ୍ର ମାଇକ ହାୱାର୍ଡ କହିଛନ୍ତି ଯେ ଚାଇନାର ଲଙ୍ଗ ମାର୍ଚ୍ଚ ୫ବି ରକେଟ ପୃଥିବୀର ବାୟୁମଣ୍ଡଳରେ ଆସନ୍ତା ମେ ୮ରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ସେ କହିଛନ୍ତି ଯେ, ଆମେରିକାର ସ୍ପେସ କମାଣ୍ଡ ଏହି ରକେଟକୁ ଟ୍ରାକ କରିବାକୁ ଚେଷ୍ଟା କରୁଛି, ଯାହାଦ୍ୱାରା କିଛି ପରିମାଣରେ ବିପଦକୁ ଏଡାଯାଇପାରିବ। ହାୱାର୍ଡ କହିଛନ୍ତି ଯେ ରକେଟ ପୃଥିବୀରେ କେଉଁଠାରେ ପ୍ରବେଶ କରିବ ତାହା ଚିହ୍ନଟ କରିବା କଷ୍ଟକର, କିନ୍ତୁ ସ୍ପେସ କମାଣ୍ଡ ଏହାକୁ ଟ୍ରାକିଂ କରୁଛି।
ଚାଇନା ଏପ୍ରିଲ ୨୯ରେ ଲଙ୍ଗ ମାର୍ଚ୍ଚ ୫ବି ରକେଟ ଉତକ୍ଷେପଣ କରିଥିଲା। କିନ୍ତୁ ମହାକାଶକୁ ଯିବା ପରେ ଏହା ନିୟନ୍ତ୍ରଣ ହରାଇଥିଲା। ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ, ଏହି ରକେଟ ଯେକୌଣସି ସ୍ଥାନରେ ପଡିପାରେ। ଏହି ରକେଟ ଏକ ମଡ୍ୟୁଲ ନେଇ ସ୍ପେସ ଷ୍ଟେଶନକୁ ଯାଇଥିଲା। ସ୍ଥିର କକ୍ଷପଥରେ ମଡ୍ୟୁଲ ଛାଡିବା ପରେ ଏହା ପୃଥିବୀକୁ ଫେରିବା କଥା ଥିଲା, କିନ୍ତୁ ଏବେ ଚାଇନା ଏହା ଉପରେ ନିୟନ୍ତ୍ରଣ ହରାଇଛି।
ବୈଜ୍ଞାନିକମାନେ କହିଛନ୍ତି ଯେ, ରକେଟର ଉଚ୍ଚ ଗତି ଏବଂ କ୍ରମାଗତ ପରିବର୍ତ୍ତନଶୀଳ ଉଚ୍ଚତା ହେତୁ ଏହା କେବେ, କେଉଁ ଦିନ ଏବଂ କେଉଁଠାରେ ପୃଥିବୀରେ ପଡ଼ିବ ତାହା ଜାଣିବା କଷ୍ଟକର। ତେବେ ଏହା ଆସନ୍ତା ୮ ତାରିଖ ଦିନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଯଦିଓ ପୃଥିବୀର ବାୟୁମଣ୍ଡଳକୁ ଆସିବା ମାତ୍ରେ ଅଧିକାଂଶ ରକେଟ ଜଳିଯିବ, କିନ୍ତୁ ଯଦି ଏକ ଛୋଟ ଅଂଶ ମଧ୍ୟ ଜନବହୁଳ ଅଞ୍ଚଳରେ ପଡ଼େ ତେବେ ଏହା ନଷ୍ଟ ହୋଇପାରେ।
ହାୱାର୍ଡ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନ ତଥା ଏରୋଫିଜିକ୍ସର ବିଶେଷଜ୍ଞ ଜୋନାଥନ ମ୍ୟାକଡୋୱେଲ କହିଛନ୍ତି ଯେ, ବର୍ତ୍ତମାନ ରକେଟ ଭଙ୍ଗା ଅଂଶ କେଉଁଠାରେ ପଡ଼ିବ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ। ଏହା ୧୮,୦୦୦ ମିଲିମିଟର ବେଗରେ ଯାତ୍ରା କରୁଛି ଏବଂ ଏଭଳି ପରିସ୍ଥିତିରେ ସଠିକ ଆକଳନ କରିବା ଅତ୍ୟନ୍ତ କଷ୍ଟକର। ସେ କହିଛନ୍ତି ଯେ, ପ୍ରଶାନ୍ତ ମହାସାଗରରେ ରକେଟ ଭଙ୍ଗା ଅଂଶ ପଡ଼ିବାର ସମ୍ଭାବନା ରହିଛି। ଏଥି ସହିତ କିଛି ବୈଜ୍ଞାନିକ କହିଛନ୍ତି ଯେ ନ୍ୟୁୟର୍କ, ମାଡ୍ରିଡ କିମ୍ବା ବେଜିଂ ଆଖପାଖରେ ଏହି ରକେଟ ପଡି ପାରେ। ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣରେ ଏବଂ ଚିଲି ନିକଟରେ ମଧ୍ୟ ପଡ଼ିବାର ସମ୍ଭାବନା ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri