ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୦।୭(ବ୍ୟୁରୋ):ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଖୋଲିବା ପାଇଁ କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ ଓ ଅନ୍ୟାନ୍ୟ ଦିଗକୁ ଦେଖି ନୂତନ ଏନ୍‌ଏସି ଗଠନକୁ ଅନୁମତି ଦିଆଯାଇଥାଏ। ମଙ୍ଗଳବାର ପ୍ରଶ୍ନୋତ୍ତର ବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ସତ୍ୟନାରାୟଣ ପ୍ରଧାନ ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶରଣକୁଳ ଏବଂ ସୁନାଖଳାକୁ ଏନ୍‌ଏସି ଘୋଷଣା କରିବାକୁ କହିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲାର ବୋରିଗୁମ୍ମା ବ୍ଲକକୁ ଏନ୍‌ଏସି ଘୋଷଣା କରିବାକୁ ଅଛି କି ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ ଚଣ୍ଡିଖୋଲକୁ ଏନ୍‌ଏସି ଘୋଷଣା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଶରଣକୁଳ ସହରକୁ ଏନ୍‌ଏସି ଘୋଷଣା ପାଇଁ ନୟାଗଡ ଜିଲାପାଳଙ୍କୁ କେତେକ ତଥ୍ୟ ମଗାଯାଇଛି, ତାହା ହସ୍ତଗତ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ରାଜସୁନାଖଳା ସହରକୁ ଏନ୍‌ଏସି ଘୋଷଣା କରିବାକୁ ଅନୁଧ୍ୟାନ କରାଯାଉଛି। ବୋରିଗୁମ୍ମା ଏବଂ ଚଣ୍ଡିଖୋଲ ପ୍ରସ୍ତାବ ଆସିଲେ ଏହାକୁ ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୋରାପୁଟ,୨୭ା୯: କୋରାପୁଟ ଜିଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯନ୍ତ୍ରୀ ଭାନୁମତୀ ଟୁଡୁ ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

ମହାପ୍ରଭୁଙ୍କ ଅବଢ଼ାର ହେବ ମାନ ଯାଞ୍ଚ: ରୋଷ ଘରକୁ ଯାଉଥିବା….

ଭୁବନେଶ୍ୱର,୨୭।୯: ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି...

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି।...

‘ମୋତେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି’

ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର ହେଉଛନ୍ତି…

ଭୁବନେଶ୍ୱର,୨୭ା୯:  ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏଣିକି ଚାଉଳ ସହ ମିଳିବ…

ଭୁବନେଶ୍ୱର,୨୭।୯: ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ...

ଜିଦ୍‌ରେ ଅଟଳ ନର୍ସିଂ କର୍ମଚାରୀ: ଆଜିଠୁ ସିରିଞ୍ଜ୍‌ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର, ୨୭ା୯(ବନ୍ଦନା ସେଠୀ):୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri