ହାଇଦ୍ରାବାଦ,୨୦।୪: ଦିଲ୍ଲୀ ପରେ ଏବେ ଚିନ୍ତାରେ ପଡିଯାଇଛନ୍ତି ହାଇଦ୍ରାବାଦ ବାସିନ୍ଦା। ରବିବାର ଏଠାରେ ଜଣେ ଫୁଡ୍ ଡେଲିଭରି ବୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ଲାଇନ୍ ଖାଦ୍ୟ ମଗାଉଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। କମ୍ପାନୀ ପକ୍ଷାରୁ କୁହାଯାଇଛି କି ଉକ୍ତ ଡେଲିଭରି ବୟ ମାର୍ଚ୍ଚ ୨୧ରୁ ଛୁଟିରେ ଅଛନ୍ତି। ତେଣୁ ଏହି ସମୟ ମଧ୍ୟରେ ସେ କୌଣସି ଫୁଡ୍ ଡେଲିଭରି ଦେଇ ନାହାନ୍ତି। ହେଲେ ତାଙ୍କ ସମ୍ପର୍କରେ ଏବେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛି ହାଇଦ୍ରାବାଦ ପୋଲିସ। ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଫୁଡ୍ ଡେଲିଭରି ବୟଙ୍କ ପିତା ନିଜାମୁଦ୍ଦିନର ତବଲିଘି ଜମାତ ମରକଜରୁ ଫେରିଥିଲେ ବୋଲି କୁହାଯାଉଛି। ପୂର୍ବରୁ ତାଙ୍କ ପିତା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପରିବାରର ସମସ୍ତ ସଦସ୍ୟ କ୍ୱାରାଣ୍ଟାଇନରେ ଥିଲେ।