Posted inଫୁରସତ

ଆକର୍ଷଣୀୟ ମାଛ

ମାଛ ତ ଅନେକ ଦେଖିଛେ, ହେଲେ ଏଠାରେ ଯେଉଁ ମାଛଙ୍କ କଥା କୁହାଯାଉଛି, ସେମାନଙ୍କର ମନ ମୋହିନେଲା ଭଳି ରୂପରଙ୍ଗ ସାଙ୍ଗକୁ ଆଖିଦୃଶିଆ ଶରୀର ଗଢଣ ହିଁ ସେମାନଙ୍କୁ ଗୋଟିଏ ଗୋଟିଏ ଆକର୍ଷଣୀୟ ମାଛର ପରିଚିତି ଦେଇଛି…


ପ୍ୟାରୋଟ୍‌ ଫିଶ୍‌: ଏହି ମାଛଗୁଡ଼ିକର ପାଟିର ଆକୃତି ଶୁଆର ଥଣ୍ଟ ଭଳି ସାମାନ୍ୟ ଦେଖାଯାଉଥିବାରୁ ଏମାନଙ୍କୁ ପ୍ୟାରୋଟ୍‌ ଫିଶ୍‌ ବୋଲି କୁହାଯାଇଥାଏ। ସୂଚନାନୁଯାୟୀ, ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପ୍ୟାରୋଟ୍‌ ଫିଶ୍‌ ଦେଖାଯାଇଥାନ୍ତି, ଯେଉଁମାନେ କି ବିଶେଷକରି ସାଗର ଓ ଉପସାଗରର ଅଗଭୀର ଅଞ୍ଚଳରେ ରହିବାକୁ ପସନ୍ଦ କରିଥାନ୍ତି। ଏମାନେ ମୁଖ୍ୟତଃ ଗ୍ରୁପ୍‌ ହୋଇ ରହିବାକୁ ଭଲ ପାଇଥାନ୍ତି। ଗୋଟେ ଗ୍ରୁପ୍‌ରେ ପ୍ରାୟ ୨୦-୨୫ଟି ଫିମେଲ୍‌ ପ୍ୟାରୋଟ୍‌ ଫିଶ୍‌ ଓ ଗୋଟିଏ ମେଲ୍‌ ପ୍ୟାରୋଟଫିଶ୍‌ ରହିଥାନ୍ତି। ମେଲ୍‌ ପ୍ୟାରୋଟ୍‌ଫିଶ୍‌ଟି ସେମାନଙ୍କର ନେତୃତ୍ୱ ନେଇଥାଏ। ଯେତେବେଳେ ଉକ୍ତ ମେଲ୍‌ ପ୍ୟାରୋଟ୍‌ଫିଶ୍‌ର ମୃତ୍ୟୁ ହୋଇଯାଏ, ସେତେବେଳେ ଗ୍ରୁପ୍‌ରୁ ଗୋଟିଏ ଫିମେଲ୍‌ ପ୍ୟାରୋଟ୍‌ ଫିଶ୍‌ ନିଜକୁ ମେଲ୍‌ ପ୍ୟାରୋଟ୍‌ଫିଶରେ ପରିବର୍ତ୍ତନ କରି ସେହି ଅନୁଯାୟୀ ସେ ତା’ ଦେହର ରଙ୍ଗକୁ ବଦଳାଇଦିଏ।


ବ୍ଲୁଫେଶ୍‌ ଆଞ୍ଜେଲ୍‌ ଫିଶ୍‌: ଆଞ୍ଜେଲ ଫିଶ୍‌ ପ୍ରଜାତିର ମାଛଗୁଡ଼ିକ ମଧ୍ୟରୁ ବ୍ଲୁଫେଶ୍‌ ଆଞ୍ଜେଲ୍‌ ହେଉଛି ଏକ ସୁନ୍ଦର ଓ ରଙ୍ଗିନ ମାଛ। ଖାସ୍‌କରି ଏହି ମାଛଗୁଡ଼ିକର ମୁହଁ ଗାଢ୍‌ ନୀଳ ରଙ୍ଗର ହୋଇଥିବାରୁ ଏମାନଙ୍କର ଏପରି ନାମକରଣ କରାଯାଇଛି।


ବଟର୍‌ଫ୍ଲାଏ ଫିଶ୍‌: ପ୍ରଜାପତିର ରଙ୍ଗିନ ପର ଭଳି ଏହି ମାଛମାନଙ୍କର ଦେହର ଗଢଣ ହୋଇଥିବାରୁ ଏମାନଙ୍କୁ ବଟର୍‌ଫ୍ଲାଏ ଫିଶ୍‌ ବୋଲି କୁହାଯାଇଥାଏ। ତା’ସହିତ ଏମାନଙ୍କର ପାଟି ବାହାରକୁ ସାମାନ୍ୟ ଗୋଜିଆ ହୋଇ ବାହାରିଥାଏ, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାଏ।


ଲିପ୍‌ଷ୍ଟିକ୍‌ ଟାଙ୍ଗ୍‌: ଅବିକଳ ମଣିଷମାନଙ୍କ ଓଠ ପରି ଏହି ମାଛମାନଙ୍କର ପାଟିର ଆକୃତି ହୋଇଥାଏ, ଆଉ ତାହା ପୁଣି ହଳଦିଆ କିମ୍ବା କମଳା ରଙ୍ଗର। ଯେଉଁଥିପାଇଁ ତାହା ଲିପ୍‌ଷ୍ଟିକ୍‌ ଲଗାଇଲା ଭଳି ଦେଖାଯାଏ। ସେଥିପାଇଁ ଏମାନଙ୍କୁ ଲିପ୍‌ଷ୍ଟିକ୍‌ ଟାଙ୍ଗ୍‌ ବୋଲି କୁହାଯାଇଥାଏ। ଏହି ପ୍ରଜାତିର ମାଛମାନେ ମୁଖ୍ୟତଃ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଦେଖାଯାଇଥାନ୍ତି।


ବେଟ୍ଟା ଫିଶ୍‌: ଏହି ମାଛମାନେ ଦେଖିବାକୁ ବେଶି ବଡ଼ ହୋଇ ନ ଥାନ୍ତି। ହେଲେ ଏମାନଙ୍କର ଖୋଲା ଖୋଲା ଘଞ୍ଚ ଡେଣା ହିଁ ଏମାନଙ୍କୁ ଆକର୍ଷଣୀୟ ରୂପ ଦେଇଥାଏ। ବିଭିନ୍ନ ରଙ୍ଗରେ ଦେଖାଯାଉଥିବା ଏହି ପ୍ରଜାତିର ମାଛମାନେ କିନ୍ତୁ ନିଜର ଏହି ଆକର୍ଷଣୀୟ ଡେଣା ସାହାଯ୍ୟରେ ଅନ୍ୟ ଛୋଟ ଛୋଟ ଜୀବଙ୍କୁ ନିଜ ଆଡକୁ ଆକର୍ଷିତ କରି ସେମାନଙ୍କୁ ଖାଇଥାନ୍ତି।


ଡିସ୍‌କସ୍‌ ଫିଶ୍‌:ଏହି ମାଛମାନଙ୍କର ଶରୀର ମୁଖ୍ୟତଃ ଚେପ୍‌ଟା ଭଳି ଦେଖାଯାଇଥାଏ। କିନ୍ତୁ ଏମାନଙ୍କ ଶରୀର ସାରା ନାଲି/ହଳଦିଆ/ସବୁଜ କିମ୍ବା ନୀଳ ରଙ୍ଗର ଛୋଟ ଛୋଟ ଛିଟ ଦେଖିବାକୁ ମିଳିଥାଏ। ଏମାନେ ଖୁବ୍‌ ବୁଦ୍ଧିଆ ସ୍ବଭାବର ହୋଇଥାନ୍ତି, ଯଦ୍ଦ୍ବାରା ଅନ୍ୟ ପ୍ରଜାତିର ମାଛମାନଙ୍କ ସହ ଏମାନେ ସହଜରେ ମିଶି ଯାଇପାରନ୍ତି। ତା’ଛଡ଼ା ଏମାନେ ସର୍ବଦା ପରିଷ୍କାର ଓ ସ୍ବଚ୍ଛ ଜଳରେ ରହିବାକୁ ପସନ୍ଦ କରିଥାନ୍ତି।


କ୍ଲାଉନ୍‌ ଟ୍ରିଗର୍‌ ଫିଶ୍‌: ମୁଖ୍ୟତଃ ସାଗର ଓ ଉପସାଗରରେ ଦେଖିବାକୁ ମିଳୁଥିବା ଏହି ପ୍ରଜାତିର ମାଛମାନଙ୍କ ଦେହରେ କେତେଗୁଡ଼ାଏ ହାଲ୍‌କା କଳା ଓ ଧଳା ରଙ୍ଗର ପ୍ୟାଚ୍‌ ଚିହ୍ନ ଥିବା ଦେଖିବାକୁ ମିଳିଥାଏ। ତା’ସହିତ ଏମାନଙ୍କ ପାଟି ହଳଦିଆ ରଙ୍ଗର ହୋଇଥିବାରୁ ଦେଖିବାକୁ ଆକର୍ଷଣୀୟ ଲାଗିଥାଏ।


ମାଣ୍ଡାରିନ୍‌ ଫିଶ୍‌: କୁହାଯାଏ, ଆକ୍ୱାରିୟମ୍‌ରେ ଯେଉଁ ସବୁ ରଙ୍ଗୀନ ମାଛମାନଙ୍କୁ ରଖାଯାଇ ଘରକୁ ସଜାଯାଇଥାଏ, ତନ୍ମଧ୍ୟରୁ ମାଣ୍ଡାରିନ୍‌ ଫିଶ୍‌ ହେଉଛି ଅନ୍ୟତମ। ଆକର୍ଷଣୀୟ ରୂପରଙ୍ଗ ପାଇଁ ଏହାର ଦାମ୍‌ ବି ଟିକେ ଅଧିକ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri