ଆଗକୁ ବର୍ଷା, ବଢିଲା ଜଳନିଷ୍କାସନ ଚିନ୍ତା : ହଳଦୀପାଣି ନଦୀପଥ ମୁକ୍ତ କରିବାକୁ ଦାବି

ବାଲିକୁଦା,୧୧ା୬(ସ୍ବ. ପ୍ର): ପାରାଦୀପ ସଂଲଗ୍ନ ୭ ପଞ୍ଚାୟତର ୨୯ ରାଜସ୍ବ ଗ୍ରାମର ବର୍ଷାଦିନିଆ ଦୁଃଖ ହେଲା ହଳଦୀପାଣି ନଦୀ। ଭୁତମୁଣ୍ଡାଇ ପଞ୍ଚାୟତଠାରୁ ବିଶ୍ୱାଳି,କୋଠି, ବଗଦିଆ, ନୂଆଗଡ଼, ପାରାଦୀପ ଗଡ଼ ଦେଇ ବର୍ଷାଜଳ ନିଷ୍କାସନର ଏହା ଏକମାତ୍ର ମାଧ୍ୟମ ଥିଲା। ୧୯୬୦ରେ କଟକ-ପାରାଦୀପ ରାଜ୍ୟ ରାଜପଥ ନିର୍ମାଣ ବେଳେ ଗଡ଼ ପଞ୍ଚୟତର ପିପ୍ପଳ ଗ୍ରାମଠାରେ ନଦୀ ପଥ ବନ୍ଦ ହୋଇଯାଇଛି। ଫଳରେ ବର୍ଷାଦିନେ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଦୀର୍ଘଦିନ ଧରି ଗ୍ରାମର ତଳିଆ ଅଞ୍ଚଳରେ ପାଣି ଜମି ରହୁଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରତିବର୍ଷ ଅଭିଯୋଗ ଜଣାଇବା ସହ ବିକ୍ଷୋଭ ପ୍ରଦିବାଦ ପ୍ରଦର୍ଶନ କରୁଛନ୍ତି। ଏହା ସତ୍ତ୍ୱେ କୌଣସି ସମାଧାନ କରାଯାଉନାହିଁ। ଏବେ ନୂଆ ସରକାରରେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଜଳ ସମ୍ପଦ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଏହି ପ୍ରସଙ୍ଗ ମୁଣ୍ଡ ଟେକିଛି। ମନ୍ତ୍ରୀ ଦାସଙ୍କୁ ରବିବାର ପାରାଦୀପଠାରେ ସମ୍ବର୍ଦ୍ଧନା ଦେବା ଅବସରରେ ଭୁତମୁଣ୍ଡାଇ ଅଞ୍ଚଳର ଶତାଧିକ ଲୋକ ଏ ସମ୍ପର୍କରେ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଦାସ କହିଛନ୍ତି ଯେ, ମୁଁ ନୂଆ କରି ଦାୟିତ୍ୱ ନେଇଛି। ଏହା ଦୀର୍ଘଦିନର ସମସ୍ୟା। ପ୍ରଥମେ ଏହା ଉପରେ ତର୍ଜମା କରିବି। ଯେହେତୁ ଏହା ଚାଷୀଙ୍କ ପ୍ରସଙ୍ଗ ସହ ଜଡିତ, ତେଣୁ ପ୍ରାଥମିକତା ଆଧାରରେ ସମାଧାନର ବାଟ ବାହାର କରାଯିବ। ସୂଚନାଯୋଗ୍ୟ, ୨୦୦୯-୧୦ରେ କଟକ-ପାରାଦୀପ ରାଜ୍ୟ ରାଜପଥକୁ ସରକାର କଙ୍କ୍ରିଟ କରିଥିଲେ। ହଳଦୀପାଣି ନଦୀ ଅବରୋଧ କରିଥିବା ୧୮୦ ମିଟିର ରାସ୍ତାକୁ ସେତେବେଳେ ଏହି ଲୋକମାନେ ବିରୋଧ କରିବାରୁ ତାହା ଏଯାବତ୍‌ କଙ୍କ୍ରିଟ ହୋଇପାରିନାହିଁ। ତାହା ପିଚୁ ହୋଇ ରହିଛି। ବନ୍ଦର ପ୍ରତିଷ୍ଠା ପୂର୍ବରୁ ପାରାଦୀପ ଚତୁଃପାର୍ଶ୍ୱରେ ଛୋଟ ବଡ଼ ୫୭ଟି ନଦୀ ଥିଲା, ଯାହାର ସୀମା ହେଉଛି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାଠାରୁ କୁଜଙ୍ଗ ବ୍ଲକର ସନ୍ତରା ପର୍ଯ୍ୟନ୍ତ। ୨୨୯୯୫ ଏକର ବ୍ୟାପ୍ତ ଉକ୍ତ ନଦୀଗୁଡିକ ଶିଳ୍ପାୟନ ପ୍ରଭାବରେ ଅସ୍ତିତ୍ୱ ହରାଇଲାଣି। ଏବେ କେବଳ ସେହି ନଦୀର ନାମ ଅନୁସାରେ ସ୍ଥାନର ନାମ ରହିଛି। ଯେପରି କି ଅଠରଟି ନଦୀର ବାଙ୍କକୁ ନେଇ ଅଠରବାଙ୍କୀ, ୪ଟି ନଦୀର ମୁହାଣ ଗୋଟିଏ ସ୍ଥାନରେ ଥିବାରୁ ଚଉମୁହାଣି ହୋଇଛି। ନଦୀଗୁଡିକ ଜଟା ପରି ଲମ୍ବି ଆସି ସମୁଦ୍ରରେ ମିଳିତ ହୋଇଥିବାରୁ ଉକ୍ତ ସ୍ଥାନର ନାମ ଜଟାଧାର ମୁହାଣ ହୋଇଛି। ତାଳଦଣ୍ଡା କେନାଲ ସମ୍ପ୍ରସାରଣ ବେଳେ ହଳଦୀପାଣି ନଦୀକୁ ବନ୍ଦ କରାଯାଇ ରାସ୍ତା କରାଯାଇଥିଲା। ସେବେଠାରୁ ତାହା ବନ୍ଦ ରହିଛି। ବଟନଦୀ ପାଖରେ ୩ଟି ତେଲ କମ୍ପାନୀର ଟର୍ମିନାଲ ହେବା ପରେ ଉକ୍ତ ନଦୀ ବିଲୁପ୍ତ ହୋଇଗଲାଣି। ଭୌଗୋଳିକ ସ୍ଥିତି ଓ ଶିଳ୍ପାୟନର ପ୍ରଗତିରେ ଯେଭଳି ପରିବର୍ତ୍ତନ ହେଉଛି ସେଥିରେ ନଦୀ ପଥ ବନ୍ଦ ହେବା ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି। ତଥାପି ହଳଦୀପାଣି ଭଳି କେତେକ ନଦୀର ପଥ ମୁକ୍ତ ରହିବା ଜରୁରୀ ବୋଲି ଭୁତମୁଣ୍ଡାଇ ସଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri