ଆଗଭଳି ମିଳୁନି ତାଳପତ୍ର : ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା, ନବକଳେବର ପାଇଁ ବି ଦେଖାଦେଇପାରେ ଅଭାବ

ପୁରୀ ଅଫିସ, ୨।୮ : ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ ଚଟେଇ ଆଉ ତାଳପତ୍ରରେ ତିଆରି ପିଲାଙ୍କ ଖେଳଣାର ବ୍ୟବହାର ବି କମ୍‌ ନ ଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ତାଳପତ୍ର ସାମଗ୍ରୀର ଚାହିଦା କମିଛି। ତଥାପି କେତେଜଣ ଶିଳ୍ପୀ ଏବେ ବି ତାଳପତ୍ର ଉପରେ ଭରସା କରିଛନ୍ତି। ନିଜସ୍ବ ଜ୍ଞାନ କୌଶଳରେ ତାଳପତ୍ରକୁ ବିଭିନ୍ନ ରୂପ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ବାତ୍ୟା ଫନୀ ପରେ ତାଳପତ୍ରର ଅଭାବ ସେମାନଙ୍କ ଜୀବନ ଜୀବିକା ପ୍ରତି ବିପଦ ଟାଣିଆଣିଛି। ପୁରୀ ସିଦ୍ଧମହାବୀର ଚମାର ସାହି। ଏଠାରେ ପ୍ରାୟ ୨୦ ପରିବାର ତାଳପତ୍ରକୁ କୌଳିକ ବୃତ୍ତି ଭାବେ ଆଦରି ନେଇଛନ୍ତି। ସେମାନଙ୍କ ପେଟପାଟଣାର ମାଧ୍ୟମ ସାଜିଛି ତାଳପତ୍ର। ଏହି ତାଳପତ୍ରରେ ବିଭିନ୍ନ ପ୍ରକାର ଘରକରଣା, ଖେଳଣା ଏବଂ ଭୋଗେଇ ଆଦି ତିଆରି କରୁଛନ୍ତି। ବାପା ଅଜା ଅମଳରୁ ଚାଲିଥିବା ଏହି ବେଉସା ପାଲଟିଛି ସେମାନଙ୍କ ବଞ୍ଚତ୍ବାର ରାହା। ହେଲେ ଏହି ପରିବାରଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ବାତ୍ୟା ଫନୀ ସେମାନଙ୍କ ଜୀବିକା ଛଡ଼ାଇନେଇଛି। ବାତ୍ୟାରେ ପୁରୀ ଜିଲାର ଶହ ଶହ ତାଳଗଛ ଭାଙ୍ଗି ନଷ୍ଟ ହୋଇଯାଇଥିବାରୁ ଆଉ ଆଗଭଳି ତାଳପତ୍ର ମିଳୁନାହିଁ। ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ତାଳପତ୍ର ସାମଗ୍ରୀର ଚାହିଦା କମିଥିବା ବେଳେ ଏବେ ତାଳପତ୍ରର ଅଭାବ ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ରୋଜଗାରର ଅନ୍ୟ ମାଧ୍ୟମ ନ ଥିବାରୁ ଏହି କୁଳ ବେଉସାକୁ ଛାଡି ପାରୁନାହାନ୍ତି ଚମାର ସାହି ବ୍ୟତୀତ ଅନ୍ୟ କେତେକ ଅଞ୍ଚଳରେ ରହୁଥିବା ତାଳପତ୍ର କାରିଗର।
ତାଳପତ୍ରରେ ତିଆରି ସାମଗ୍ରୀ ବିଷୟରେ ୫୮ ବର୍ଷୀୟ ହୃଷୀକେଶ ବେହରା କୁହନ୍ତି, ବାପା ଅଜା ଅମଳରୁ ଆମେ ଏହି କାମ କରିଆସୁଛୁ। ପୂର୍ବରୁ ପଖିଆ, ବିଞ୍ଛଣା, ଚଟେଇ ଇତ୍ୟାଦି ତିଆରି କରୁଥିଲୁ। ସେତେବେଳେ ଏସବୁର ଚାହିଦା ଢେର ଅଧିକ ଥିଲା। କିନ୍ତୁ ଏବେ ଏ ସବୁର ଚାହିଦା କମିଗଲାଣି। ବର୍ତ୍ତମାନ ତାଳପତ୍ରରେ ବିଭିନ୍ନ ପ୍ରକାର ଖେଳଣା, ବିଞ୍ଛଣା, ଚଟି, ଭୋଗେଇ ଏବଂ ପେଡି (ମୁଖ୍ୟତଃ ଶ୍ରୀମନ୍ଦିରରେ ଭୋଗ ପ୍ୟାକିଂ ପାଇଁ ଉଦ୍ଧିଷ୍ଟ) ତିଆରି କରୁଛନ୍ତି। ଏହାର ତିଆରି ସମ୍ପର୍କରେ ଇନ୍ଦ୍ରମଣୀ କୁହନ୍ତି, ତାଳଗଛରୁ ବରଡ଼ା କାଟି ପ୍ରଥମେ ଶୁଖାଇ ଦିଆଯାଏ। ଏହାପରେ ପତ୍ରକୁ ବାହୁଙ୍ଗାଠାରୁ ଅଲଗା କରିଦିଆଯାଏ। ପତ୍ର ମଝିରୁ ଖଡ଼ିକାକୁ ବାହାର କରାଯାଇ ଆବଶ୍ୟକସ୍ଥଳେ ରଙ୍ଗରେ ବୁଡାଯାଇ ଶୁଖିଯିବା ପରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଏ। ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ସାମିଲ ହୁଅନ୍ତି। ହେଲେ ବାତ୍ୟା ପରେ ତାଳପତ୍ରର ଘୋର ଅଭାବ ଦେଖାଦେଇଛି। ବହୁ ପରିମାଣରେ ତାଳଗଛ ଭାଙ୍ଗି ଯାଇଥିବାରୁ ତାଳ ବାହୁଙ୍ଗା ସଂଗ୍ରହ କରିବା କଷ୍ଟକର ହୋଇପଡୁଛି। ବାତ୍ୟା ପୂର୍ବରୁ ବ୍ରହ୍ମଗିରି, ଗୋପ, ମଦରଙ୍ଗ, କୋଣାର୍କ, ଗୋପାଳପୁର, ସମଗରା, ବାଲିଗୁଆଳି ପ୍ରଭୃତି ଅଞ୍ଚଳରୁ ବ୍ୟବସାୟୀମାନେ ତାଳବାହୁଙ୍ଗା ଆଣି ଯୋଗାଇ ଦେଉଥିଲେ। ସେତେବେଳେ ବାହୁଙ୍ଗା ଗୋଟାକ ୫ରୁ ସାଢେ ୫ଟଙ୍କା ନେଉଥିଲେ। ହେଲେ ବାତ୍ୟାରେ ବହୁ ତାଳଗଛ ଭାଙ୍ଗିଯିବାରୁ ବାହୁଙ୍ଗାର ଦାମ୍‌ ବଢିଯାଇଛି। ଗୋଟିଏ ବାହୁଙ୍ଗାକୁ ଏବେ ସାଢେ ୬ରୁ ୭ଟଙ୍କା ନେଉଛନ୍ତି। ତାହା ପୁଣି ଆବଶ୍ୟକ ପରିମାଣର ମିଳୁନାହିଁ। ତେଣୁ ତାଳପତ୍ର ଉପରେ ଭରସା କରି ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ହୃଷୀକେଶ। ପୂର୍ବରୁ ପୁରୀରେ ତାଳବଣ ଥିବାରୁ ଏକ ସ୍ଥାନର ନାମ ତାଳବଣିଆ ରହିଥିଲା। କିନ୍ତୁ ଏବେ ତାଳବଣିଆରେ ଆଉ ତାଳ ଗଛ ପ୍ରାୟ ନାହିଁ। ଲୋକେ ତାଳଗଛ କାଟି ଘରଦ୍ୱାର କରିସାରିଲେଣି। ଆଉ ଯେଉଁଠି କଁା ଭଁା ତାଳଗଛ ରହିଥିଲା ବାତ୍ୟାରେ ଅନେକ ଭାଙ୍ଗି ନଷ୍ଟ ହୋଇଯାଇଛି। ତେଣୁ ପର୍ଯ୍ୟାପ୍ତ ପରିମାଣର ତାଳଗଛ ରୋପଣ କରିବାର ଆବଶ୍ୟକତା ରହିଛି। ନଚେତ୍‌ ସମୟ ଆସିବ ତାଳପତ୍ର ମିଳିବା କଷ୍ଟକର ହୋଇପଡିବ।
ତାଳଗଛ କେବଳ କାରିଗରଙ୍କ ପାଇଁ ନୁହେଁ, ମହାପ୍ରଭୁଙ୍କ ସେବାପୂଜାରେ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରିଆସୁଛି। ରଥଯାତ୍ରା ସମୟରେ ଠାକୁରଙ୍କୁ ରଥାରୁଢ କରିବା ଲାଗି ତାଳଗଛରେ ଚାରମାଳ ବନ୍ଧା ଯାଇଥାଏ। ଶ୍ରୀମନ୍ଦିରରେ ଶୁଖିଲା ଭୋଗକୁ ଭକ୍ତମାନେ ତାଳପତ୍ରରେ ତିଆରି ପେଡିରେ ନେଇଥାନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମହାପ୍ରଭୁଙ୍କ ନବକଳେବର ବିଧି ସମୟରେ ତାଳପତ୍ର ବ୍ୟାପକ ପରିମାଣରେ ଆବଶ୍ୟକ ପଡିଥାଏ। କୋଇଲି ବୈକୁଣ୍ଠରେ ନୂଆ ଦାରୁ ମୂର୍ତ୍ତିଙ୍କ ଲାଗି ତାଳପତ୍ରରେ ତାଟି ବନ୍ଧାଯାଏ। ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ୪ଟି ଘର, ଗୋଟିଏ ଯଜ୍ଞ ଘର, ଗୋଟିଏ ହୋମ ଘର ଏବଂ ଦଇତାପତି ସେବକଙ୍କ ବସାଉଠା ଲାଗି ମଧ୍ୟ ଗୋଟିଏ ଘର ତାଳପତ୍ରରେ କରାଯାଏ। ୨୦୧୫ ନବକବେଳର ସମୟରେ ପ୍ରାୟ ୧ ଟ୍ରକ୍‌ ତାଳପତ୍ର ଲାଗିଥିଲା ବୋଲି କହିଛନ୍ତି ହୃଷୀକେଶ। ଏବେଠାରୁ ଯଦି ତାଳଗଛ ରୋପଣ କରା ନ ଯାଏ ତେବେ ନବକବେଳର ସମୟରେ ତାଳପତ୍ର ଅଭାବ ଦେଖାଦେଇପାରେ ବୋଲି ହୃଷୀକେଶ କହିଛନ୍ତି।
ଏ ସମ୍ପର୍କରେ ପୁରୀ କ୍ରିଏଟିଭ ହ୍ୟାଣ୍ଡିକ୍ରାଫ୍ଟର ମୁଖ୍ୟ ଦେବୀପ୍ରସନ୍ନ ନନ୍ଦ କୁହନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କାଠ ପାଇଁ ଶ୍ରୀଜଗନ୍ନାଥ ବନପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ତାଳଗଛ ଏବଂ ତାଳପତ୍ର ମଧ୍ୟ ମହାପ୍ରଭୁଙ୍କ ବିଭିନ୍ନ କାମରେ ଲାଗିଥାଏ। ଏଥିସହ ତାଳପତ୍ର ଉପରେ ନିର୍ଭର କରି ଶହ ଶହ ଶିଳ୍ପୀ ତଥା କାରିଗର ଜୀବିକା ନିର୍ବାହ କରୁଛନ୍ତି। ଫନୀ ପରେ ଜିଲାରେ ଅଧିକାଂଶ ତାଳଗଛ ନଷ୍ଟ ହୋଇଯାଇଥିବାରୁ ତାଳପତ୍ର ସଂଗ୍ରହ ପାଇଁ ଏବେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବ୍ୟାପକ ପରିମାଣରେ ତାଳ ଚାରା ରୋପଣ କରିବା ଦରକାର। ନଚେତ ଭବିଷ୍ୟତକୁ ସମସ୍ୟା ବଢିବ ସିନା କମିବ ନାହିଁ। ଏ ସମ୍ପର୍କରେ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କୁହନ୍ତି, ବାତ୍ୟା ଫନୀରେ ଜିଲାରେ ବହୁ ପରିମାଣରେ ତାଳଗଛ ନଷ୍ଟ ହୋଇଛି। ତେଣୁ ତାଳବଣିଆସ୍ଥିତ ସୁଇଟ୍‌ ୱାଟର ଜୋନ ଚାରିପଟେ ଚଳିତବର୍ଷ ୫୦୦ ତାଳଗଛ ଚାରା ରୋପଣ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୦ ଚାରା ରୋପଣ କରାଯିବ ଏବଂ ଆଉ ୩୦୦ ଗୋଟମା ପକାଯିବ। ଏଥିରୁ ଚାରା ବାହାରିବା ପରେ ଏହାକୁ ଲଗାଯିବ ବୋଲି ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

EPFO 3.0କୁ ନେଇ ବଡ଼ ଖବର, ଏଣିକି ଏଟିଏମରୁ ବାହାର କରିପାରିବେ ଟଙ୍କା, ଜାଣନ୍ତୁ କେବେଠୁ ମିଳିବ ସୁବିଧା

ନୂଆଦିଲ୍ଲୀ,୧୯।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ EPFOରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଯାହା ପରେ ଟଙ୍କା ଉଠାଇବା ସହଜ ହୋଇଯିବ।...

ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି: ନୀରବିଗଲା ରାଜନୈତିକ ଚେତନାର ନିଷ୍ଠାବାନ କଣ୍ଠସ୍ବର

ଭୁବନେଶ୍ୱର,୧୯।୪: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଶନିବାର ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୦ ବର୍ଷ...

ବିଭିନ୍ନ ଦାବିରେ ଓଡ଼ିଶା ମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭ

ତିହିଡ଼ି,୧୯ା୪(ସଞ୍ଜିତ ବଳ): ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଶନିବାର ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୟୁନିୟନର କର୍ମକର୍ତ୍ତାମାନେ ପୂର୍ବାହ୍ନ ୧୧ଟା...

Naveen Patnaik: ଭାଷଣ ଆରମ୍ଭରୁ କହିଦେଲେ ନବୀନ! ରାଜନୀତି ହଲଚଲ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। Naveen Patnaikଙ୍କ ବ୍ୟତୀତ ଦଳର...

ନବୀନ ଧରିଲେ ବିଜେଡି ମଙ୍ଗ: ପଦିଏ କହିଦେଲେ ଗଣେଶ

ଭୁବନେଶ୍ୱର,୧୯।୪: ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ନିଦର୍‌ବନ୍ଦ୍ବରେ ସଭାପତି ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। ବିଜେଡି ସାଂଗଠନିକ ନିର୍ବାଚନରେ ନବୀନ...

ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ୍‌, ରୁଟ୍‌ରେ ଅଟକିଲା ଏକ୍ସପ୍ରେସ୍‌

ରାୟଗଡ଼ା,୧୯ା୪: ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ ଇଞ୍ଜିନର ପେଣ୍ଟୋଗ୍ରାଫ୍‌ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁ କେ.ଆର ଲାଇନରେ...

ଡିଭାଇଡରରେ ପିଟି ହୋଇ ଓଲଟିଲା କାର୍‌, ଜଣେ ଗୁରୁତର

ଆନନ୍ଦପୁର,୧୯ା୪(ସୁଶାନ୍ତ କୁମାର ସାହୁ): ୨୦ ନମ୍ବର ଜାତୀୟ ରାଜପଥ ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି କାର୍‌। ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର...

ପୁଣି ବିଜେଡି ମଙ୍ଗ ନବୀନଙ୍କ ହାତରେ: ନବମ ଥର ପାଇଁ ହେଲେ ସଭାପତି 

ଭୁବନେଶ୍ୱର, ୧୯।୪: ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ନିଦର୍‌ବନ୍ଦ୍ବରେ ସଭାପତି ନିର୍ବାଚିତ ହେଲେ ନବୀନ । ବିଜେଡି ସାଂଗଠନିକ ନିର୍ବାଚନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image