ଇସଲମାବାଦ୍, ୨୩।୭: ୨୦୧୯ ଆଇସିସି ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିବାରେ ପାକିସ୍ତାନ ବିଫଳ ରହିଥିଲା। ବିଶ୍ୱକପରୁ ବିଦା ହେବା ପରେ ଖେଳାଳିଙ୍କ ଫିଟ୍ନେସ୍କୁ ନେଇ ଆଲୋଚନା ହୋଇଥିଲା। ଏନେଇ ମୁହଁ ଖୋଲିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସେ କହିଛନ୍ତି, ଆଗାମୀ ବିଶ୍ୱକପ୍ ପୂର୍ବରୁ ମୁଁ ନିଜେ ପାକିସ୍ତାନ ଦଳକୁ ସଜାଡି ଦେବି। କେବଳ ପ୍ରତିଭାସମ୍ପନ୍ନ ଖେଳାଳି ହିଁ ଦଳରେ ସ୍ଥାନ ପାଇବେ। ସେମାନଙ୍କୁ ଏବେଠାରୁ ଟ୍ରେନିଂ ଦିଆଯିବ। ଆଗାମୀ ବିଶ୍ୱକପ୍ରେ ପାକିସ୍ତାନ ବିଶ୍ୱବିଜେତା ହେବା ପାଇଁ ହିଁ ଖେଳିବ ବୋଲି ଇମ୍ରାନ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜନୀତିକୁ ଆସିବା ପୂର୍ବରୁ ଇମ୍ରାନ ଜଣେ କ୍ରିକେଟର ଥିଲେ। ସେ ପାକିସ୍ତାନ ଦଳର ନେତୃତ୍ୱ ନେଇ ୧୯୯୨ରେ ଦେଶକୁ ବିଶ୍ୱବିଜେତା କରାଇଥିଲେ।