ଆଗ୍ରା,୯।୮(ଆଇଏଏନ୍ଏସ୍):୩୦ କଶ୍ମୀରୀ ଆତଙ୍କବାଦୀଙ୍କୁ ଗୁରୁବାର ଅପରାହ୍ନରେ ଆଗ୍ରା ଜେଲ୍କୁ ନିଆଯଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆଗ୍ରାସ୍ଥିତ ଖେରିଆ ବିମାନବନ୍ଦରକୁ ନିଆଯାଇଛି। ସେଠାରୁ ଆଗ୍ରା କେନ୍ଦ୍ରୀୟ ଜେଲ୍କୁ ନିଆଯାଇଥିବା ଜଣାପଡ଼ିଛି। କାରାଗାର ବାହାରେ ଅତିରିକ୍ତ ବଳ, ପ୍ରୋଭିନ୍ସିଆଲ୍ ଆର୍ମଡ୍ କନଷ୍ଟେବୁଲାରି (ପିଏସି) ଏବଂ ଏସ୍ଡବ୍ଲ୍ୟୁଓଟି ଟିମ୍ ମୁତୟନ ଅଛନ୍ତି। ତେବେ ଏହି ଜେଲ୍କୁ କେଉଁ ଆତଙ୍କବାଦୀ ଏକଦୀଙ୍କୁ ଅଣାଯାଇଛି ସେନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ମୁହଁ ଖୋଲିବାକୁ ମନାକରିଦେଇଛନ୍ତି।