ଆଜି ଖୋଲିବ ନନ୍ଦନକାନନ, ବଟାନିକାଲ ଗାର୍ଡେନ

ବାରଙ୍ଗ,୨୧।୫(ଡି.ଏନ୍‌.ଏ.): ବାତ୍ୟା ପାଇଁ ୧୯ଦିନର ବନ୍ଦ ପରେ ମଙ୍ଗଳବାର ଖୋଲିବାକୁ ଯାଉଛି ନନ୍ଦନକାନନ। ବାତ୍ୟାର ଅବ୍ୟାହିତ ପୂର୍ବରୁ ନନ୍ଦନକାନନକୁ ୨ରୁ ୪ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଫନୀ ପ୍ରଭାବରେ ନନ୍ଦନକାନନ ବ୍ୟାପକ କ୍ଷତି ଘଟି ସମ୍ପୂର୍ଣ୍ଣ ଚିତ୍ର ବଦଳିଯାଇଥିଲା। ବାତ୍ୟା ପୂର୍ବରୁ ନନ୍ଦନକାନନ କର୍ତ୍ତୃପକ୍ଷ ପଶୁପକ୍ଷୀମାନଙ୍କୁ ସୁରକ୍ଷିତ ରଖିପାରିଥିବାବେଳେ ପରିସରରେ ଥିବା ସବୁଜ ବନାନୀ ଧୂଳିସାତ ହୋଇଯାଇଥିଲା। ଏହାର ପୁନରୁଦ୍ଧାର ପାଇଁ ପ୍ରାଥମିକ ଭାବେ ନନ୍ଦନକାନନକୁ ୪ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। କିନ୍ତୁ ଏହି ସମୟସୀମା ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ନ ହେବାରୁ ପୁଣି ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ସୋମବାର ସ୍ବାସ୍ଥ୍ୟ କମିଟିର ସଦସ୍ୟ ପ୍ରଫେସର ହୁସେଣ ପଣ୍ଡା, ଶଲ୍ୟ ବିଭାଗର ପ୍ରଫେସର ଇନ୍ଦ୍ରମଣି ନାଥ, ପ୍ରଫେସର ନିରଞ୍ଜନ ସାହୁ ଏବଂ ବୈଷୟିକ କମିଟିର ସଭାଧ୍ୟକ୍ଷ ଜିଏନ ମହାନ୍ତି, ପ୍ରଫେସର ଏସ.କେ.ରାୟ, ସୁଧାକର ମହାପାତ୍ର, ଡ.ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟଙ୍କୁ ମିଶାଇ ୭ଜଣିଆ ସଦସ୍ୟ ଥିବା ଏହି ଟିମ ନନ୍ଦନକାନନକୁ ଅନୁଧ୍ୟାନ ପାଇଁ ଆସିଥିଲେ। ଏହି ସଦସ୍ୟମାନେ ପରିସରର ବିଭିନ୍ନ ଏନକ୍ଲୋଜରର ଡିସପ୍ଲେ ଓ ପଶୁପକ୍ଷୀମାନଙ୍କ ବିଶ୍ରାମସ୍ଥଳୀର ପୁନରୁଦ୍ଧାର କାର୍ଯ୍ୟ, ଏନକ୍ଲୋଜରଗୁଡିକରେ ରୋଗପ୍ରତିରୋଧ ପାଇଁ ବିଶୋଧନ ପ୍ରକ୍ରିୟା, ପଶୁପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବା, ରାସ୍ତାଘାଟ ସଫା ଓ ପର୍ଯ୍ୟଟକମାନଙ୍କ ବୁଲିବା ବାଟ, ବିଦ୍ୟୁତ ସରବରାହ ଓ ପାନୀୟ ଜଳଯୋଗାଣର ସ୍ବାଭାବିକ ସ୍ଥିତି ଆଦି ବିଷୟରେ ଅନୁଧ୍ୟାନ କରିଥିଲେ। ପ୍ରଥମେ ଭାଲୁ ଦେଖିସାରିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଜୀବଜନ୍ତୁଙ୍କୁ ଦେଖିବାସହ ବରିଷ୍ଠ ଡା. ଆଲୋକ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ। ବାଘ, ସିଂହ, ଜିରାଫ ସରୀସୃପ ଉଦ୍ୟାନ, ସିମ୍ପାଜି, ଓରାଙ୍ଗଓଟାନ, ହରିଣ ଜାତୀୟ ପ୍ରାଣୀ, ପକ୍ଷୀମାନଙ୍କୁ ମଧ୍ୟ ଦେଖିଥିଲେ। ଓରାଙ୍ଗଓଟାନର ସ୍ବାସ୍ଥ୍ୟକଥା ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନର ଅନ୍ୟତମ ଆକର୍ଷକ ବାଘ, ସିଂହ, ଭାଲୁ, ତୃଣଭୋଜି ଆଦି ୪ସଫାରିର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। କମିଟିଦ୍ୱୟ ନନ୍ଦନକାନନର ସ୍ଥିତି ପରଖିବାବେଳେ ସାଙ୍ଗରେ ନନ୍ଦନକାନନର ନିର୍ଦ୍ଦେଶକ ଶଶିପଲ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ଏସିଏଫ ଅଞନ ମହାନ୍ତି, ଅଶୋକ ଦାସ, ଶିକ୍ଷାଧିକାରୀ ମିଲନ ପଣ୍ଡା, ଗାର୍ଡ ରାମଚନ୍ଦ୍ର କାଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ଜଳଚର ବିହଙ୍ଗସରଣୀ ଦେଖିବାବେଳେ ଏକ ଅନ୍ଧାରିବଗର ଛୁଆ ଗଛରୁ ପଡି ମୃତ୍ୟୁ ହୋଇଥିବାର କମିଟି ଦେଖିବାକୁ ପାଇଥିଲେ। ପରେ ଗେଷ୍ଟହାଉସରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବାପରେ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବାର ସ୍ବୀକୃତି ଦେଇଥିଲେ। ଏହାସହ ସଫାରି ଚାଲିବା ନେଇ ମଧ୍ୟ ସ୍ବୀକୃତି ଦେଇଥିଲେ। ଏହି କମିଟିଦ୍ୱୟ ରାଜ୍ୟ ଉଭିଦ ଉଦ୍ୟାନ ବା ବଟାନିକାଲ ଗାର୍ଡେନର ସ୍ଥିତି ପରଖିବାକୁ ଯାଇ ନ ଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ କ୍ଷୟକ୍ଷତି ଓ ବଣଭୋଜିସ୍ଥଳୀ, ରାସ୍ତାଘାଟ ସହ ବିଭିନ୍ନ ପାର୍କର ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରି ଏହି ଗାର୍ଡେନ ଖୋଲିବାକୁ କହିଥିଲେ। ଉଭୟ କମିଟିଦ୍ୱୟ ସମୀକ୍ଷା ପରେ ପୁନରୁଦ୍ଧାର କାର୍ଯ୍ୟରେ ସନ୍ତୁଷ୍ଟି ଅନୁଭବ କରିବା ସହ ବାତ୍ୟାରେ ପଶୁପକ୍ଷୀଙ୍କ ସୁରକ୍ଷା ନେଇ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପ୍ରଂଶସା କରିଥିଲେ। ବର୍ଷାଦିନ ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ମଙ୍ଗଳବାରରୁୁ ଦୁଇଟି ପାର୍କ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ସହ ସଫାରିର ମଜା ମଧ୍ୟ ପର୍ଯ୍ୟଟକ ଉଠାଇପାରିବେ ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri