ଢେଙ୍କାନାଳ ଅଫିସ, ୯।୯: ଢେଙ୍କାନାଳ ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀଗଣେଶ ପୂଜା ଅନ୍ତିମ ଚରଣରେ ପହଞ୍ଚତ୍ଛି। ସୋମବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ। ଏଥି ଲାଗି ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ଚଳିତ ବର୍ଷ ମିଳିତ ଭସାଣି ଶୋଭାଯାତ୍ରାରେ ୩୩ ମେଢ଼ ସାମିଲ ହେବେ। ପୂର୍ବାହ୍ନ ୮ଟା ସୁଦ୍ଧା ମେଢ଼ଗୁଡ଼ିକ ଆସ୍ଥାନ ଛାଡ଼ି ମିନି ଷ୍ଟାଡିୟମରେ ଏକାଠି ହେବେ। ସେଠାରେ ଲଟେରି ଉଠାଯାଇ କ୍ରମିକ ନମ୍ବର ବାହାର କରାଯିବ। ଏହାପରେ ଆଜ୍ଞାଲଡୁ ନିଲାମ ହେବ। ଲଟେରିରେ ଉଠିଥିବା ନମ୍ବର ଅନୁଯାୟୀ ମେଢ଼ଗୁଡ଼ିକ କ୍ରମାନ୍ବୟରେ ଶୋଭାଯାତ୍ରାରେ ବାହାରିବେ। ରାତି ୭ଟା ସୁଦ୍ଧା କାଠଶଙ୍ଖ, କୁଞ୍ଜକାନ୍ତ ପୋଖରୀରେ ସମସ୍ତ ମେଢ଼ ବିସର୍ଜନ କରାଯିବ।
ଚଳିତବର୍ଷ ଶବ୍ଦ ପ୍ରଦୂଷଣ ରୋକିବା, ଯଥାସମ୍ଭବ ପ୍ଲାଷ୍ଟିକ୍ ଏବଂ ପଲିଥିନ ସାମଗ୍ରୀ ବ୍ୟବହାର କମ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା କମିଟି କର୍ମକର୍ତ୍ତାମାନେ ମେଢ଼ ସହ ରହିବେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହେବେ। ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ମିଳିତ ଗଣେଶ ପୂଜା କମିଟି ସଭାପତି ସୁଧାଂଶୁ କୁମାର ଦଳେଇ, ସମ୍ପାଦକ ବିଶ୍ୱନାଥ ବେହେରା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।