ଆଜି ଜାତୀୟ ହସ୍ତତନ୍ତ ଦିବସ: ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଫେରୁଛି ହସ୍ତତନ୍ତର ଲୋକପ୍ରିୟତା। ପୁଣିଥରେ ଆଦୃତ ହେଉଛି ଭାରତର ପାରମ୍ପରିକ ହସ୍ତତନ୍ତ। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢୀମାନେ ହସ୍ତତନ୍ତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢୁଛି। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ପାରମ୍ପରିକ ହସ୍ତତନ୍ତ ଆଧୁନିକ ଫ୍ୟାଶନର ଏକ ପ୍ରମୁଖ ଅଂଶଭାବେ ପରିଗଣିତ ହେଉଛି। ଏପଟେ ଉତ୍କୃଷ୍ଟ ଓ ସୂକ୍ଷ୍ମ କାରିଗରୀରେ ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତର ଚାହିଦା ଅନ୍ତର୍ଜାତୀୟ ବଜାରରେ ବଢୁଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତଥ୍ୟ ମୁତାବକ ଗତ ୪ବର୍ଷ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ ଦେଶ ତଥା ବିଦେଶରେ ଆଦୃତ ଲାଭ କରିଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଓ ଟ୍ରେଡ୍‌ ଶୋ’ ଆଦିରେ ଓଡ଼ିଶା ବସ୍ତ୍ରର ଚାହିଦା ଦେଖିବାକୁ ମିଳୁଛି। ବିଭିନ୍ନ ଫ୍ୟାଶନ ଶୋ’ରେ ପାଶ୍ଚାତ୍ୟ ପୋଷାକ ସହ ଓଡ଼ିଶା ହ୍ୟାଣ୍ଡଲୁମ୍‌ର ଫ୍ୟୁଜନ କରାଯାଇ ପ୍ରଦର୍ଶିତ ହେଉଛି।
ଇ-ମାର୍କେଟିଂ କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢୁଥିବା ଓଡ଼ିଶା ଅନ୍‌ଲାଇନ୍‌ରେ ନିଜର ବ୍ୟବସାୟକୁ ବ୍ୟାପକ କରିଛି। ଏକାଧିକ ଇ-କମର୍ସ ପ୍ଲାଟଫର୍ମରେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତର ଅନ୍‌ଲାଇନ୍‌ ବିକ୍ରିବଟା ହେଉଥିବା ଦେଖିବାକୁ ମିଳୁଛି। ସମ୍ବଲପୁରୀ ବସ୍ତ୍ରାଳୟ ସହ ବୟନିକା ଏବଂ ଉତ୍କଳିକା ଇ-ମାର୍କେଟିଂ କ୍ଷେତ୍ରରେ ବିଶେଷ ସଫଳତା ପାଇଛନ୍ତି। ‘ଫ୍ୟାବ୍‌ ଇଣ୍ଡିଆ’ ସହ ‘କୁଭ୍‌ସ’, ‘ଫ୍ଲିପ୍‌କାର୍ଟ’, ‘ଆମାଜନ୍‌’, କ୍ରାଫ୍ଟଲୀ ଓ ‘ଠୁମ୍‌ରୀ’ ଭଳି ଅନ୍‌ଲାଇନ ପ୍ଲାଟଫର୍ମରେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତର ଚାହିଦା ରହିଛି। ସମ୍ବଲପୁରୀ, ଇକ୍କତ୍‌, ପସାପାଲି, ଟସର ସିଲ୍କ ଭଳି ହସ୍ତତନ୍ତର ଚାହିଦା ବିଶ୍ୱ ବଜାରରେ ବଢିଛି। ଏଭଳିସ୍ଥଳେ ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଇ-ମାର୍କେଟିଂ ପ୍ଲାଟ୍‌ଫର୍ମ ‘ଆମାଜନ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘କାରିଗର୍‌ ଷ୍ଟୋର୍‌’ରେ ସମ୍ବଲପୁରୀ ବସ୍ତ୍ରକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି। ଭାରତର ୨୦ଟି ରାଜ୍ୟର ୨୭୦ଟି ବିରଳ କଳା ଓ କଳାକୃତିକୁ ନେଇ ଆରମ୍ଭ ହୋଇଥିବା ‘ଆମାଜନ୍‌ କାରିଗର’ରେ ଆର୍ଷଣୀୟ ସମ୍ବଲପୁରୀ ଇକ୍କତ ଶାଢୀ ଦେଖିବାକୁ ମିଳୁଛି। ନୂଆ ନୂଆ ରଙ୍ଗ ଓ ଆକର୍ଷଣୀୟ ଡିଜାଇନ୍‌ରେ ଉପଲବ୍ଧ ନୂଆପାଟଣା ଶାଢୀ, ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ସାଲଓ୍ବାର ସୁଟ୍‌, ଇକ୍କତ ଟାଇ ଆଣ୍ଡ୍‌ ଡାଇ ଶାଢୀ, ସମ୍ବଲପୁରୀ ସିଲ୍କ, ବୋମକାଇ ପାଟ ଆଦିକୁ ଏହି ଇ-କମର୍ସ ପ୍ଲାଟଫର୍ମର ସ୍ବତନ୍ତ୍ର ସେଗ୍‌ମେଣ୍ଟରେ ସ୍ଥାନିତ କରାଯାଇଛି। ଏହାସହ ହସ୍ତତନ୍ତ ବିକ୍ରିବଟା ପାଇଁ ୧୩ଟି ରାଜ୍ୟର ସରକାରୀ ସଂସ୍ଥା ସହ ଚୁକ୍ତି କରିଥିବା ଆମାଜନ୍‌ ଓଡ଼ିଶାର ‘ବୟନିକା’ ସହ ଯୋଡ଼ିହୋଇଛି। ଫଳରେ ଆମାଜନ୍‌ ମାଧ୍ୟମରେ ବୟନିକାର ଏକାଧିକ ଡିଜାଇନ୍‌ ଏବେ ଜଣେ ଘରେବସି କିଣିପାରିବ।
ଅନ୍ୟପକ୍ଷରେ ଇ-ମାର୍କେଟିଂ ପଲିସି ହସ୍ତତନ୍ତ ଓ ହସ୍ତଶିଳ୍ପ ଇଣ୍ଡଷ୍ଟ୍ରୀକୁ ସୁହାଉ ନ ଥିବାରୁ ଏହା ଅନ୍‌ଲାଇନ୍‌ ବିକ୍ରିରେ ସମସ୍ୟା ସୃଷ୍ଟିକରୁଛି। ଗୋଟିଏ ଗୋଟିଏ ଶାଢୀ ପ୍ରସ୍ତୁତ କରିବାକୁ ପାରମ୍ପରିକ ପଦ୍ଧତିରେ ପ୍ରାୟ ଏକମାସ ସମୟ ଲାଗିଯାଉଥିବା ବେଳେ ଗ୍ରାହକଙ୍କ ଚାହିଦା ପୂରଣ କରିବା କଷ୍ଟକର ହୋଇପଡ଼ୁଛି। ଇ-ମାର୍କେଟିଂ ପାଇଁ ଗୋଟିଏ ଶାଢୀର ଏକାଧିକ କପି ଆବଶ୍ୟକ ହେଉଥିବା ବେଳେ ପାରମ୍ପରିକ ପ୍ରଣାଳୀରେ ତାହା ପ୍ରସ୍ତୁତି କରିବା ବୁଣାକାରଙ୍କ ପାଇଁ ଅସମ୍ଭବ ହୋଇପଡ଼ୁଛି। ଏଭଳିସ୍ଥଳେ ରାଜ୍ୟ ସରକାର ଇ-ମାର୍କେଟିଂ ବିକାଶ ଉପରେ ସ୍ବତନ୍ତ୍ରଭାବେ ଫୋକସ୍‌ କରିବା ସହ ଅତ୍ୟାଧୁନିକ ପଦ୍ଧତିର ବ୍ୟବହାର ପାଇଁ କାରିଗରଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri