ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ: ସଜେଇ ହୋଇଛି ୨୯ ମଣ୍ଡପ

ଅନୁଗୋଳ ଅଫିସ, ୧୩ା୧୦ – ଧରାବତରଣ କରିବେ ମା ଲକ୍ଷ୍ମୀ। ଏ ନେଇ ଅନୁଗୋଳ ସହର ସଜେଇ ହୋଇଛି। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେବ। ମା’ଙ୍କ ଆଗମନ ପାଇଁ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ମୋଟ ୨୯ ପୂଜା ମଣ୍ଡପ ନିର୍ମାଣ କରାଯାଇଥିବାବେଳେ କେବଳ ଚକ୍ଷୁଦାନକୁ ଅପେକ୍ଷା କରିଛନ୍ତି ସହରବାସୀ।
ପୂଜା ପାଇଁ ଆୟୋଜକଙ୍କ ଠାରୁ ଆରମ୍ଭ କରି ସହରବାସୀଙ୍କ ପର୍ଯ୍ୟନ୍ତ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳୁଛି। ଆଲୋକମାଳାରେ ନବବଧୂ ଭଳି ସହର ସଜେଇ ହୋଇଛି। ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ଏଲ୍‌ଇଡ଼ି ଲାଇଟ୍‌ ଗେଟ ଗୁଡ଼ିକ ସହରର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି। ରବିବାର ସନ୍ଧ୍ୟାରେ ବିଭିନ୍ନ ମଣ୍ଡପର କଳସ ଶୋଭାଯାତ୍ରା କରାଯାଇ ପୂଜାର୍ଚ୍ଚନା କରିବା ପରେ କଳସ ସ୍ଥାପନ କରାଯିବ। ରାତିରେ ମା’ଙ୍କର କପର୍ଦକ ପୂଜା ସହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯିବ। ସହରର ସବୁଠାରୁ ପୁରାତନ ମଣ୍ଡପ ମଧ୍ୟରେ ଲକ୍ଷ୍ମୀ ବଜାର, ବଜାର ଛକ, ବସ୍‌ଷ୍ଟାଣ୍ଡ, କାଞ୍ଚନ ଟକିଜ୍‌ ବଜାର, ଅମଲାପଡ଼ା ଜୟଦୁର୍ଗା ପୂଜା କମିଟି, ହୁଲୁରୁସିଂହା, ହରିମହୁରୀ ଛକ, କଲେଜ ଛକ ପ୍ରଭୃତି ମଣ୍ଡପ ସହ କରଡ଼ାଗାଡ଼ିଆ, କଳିଙ୍ଗ ମାର୍କେଟ, ଶାନ୍ତି ବଜାର, ସୂଚନା କେନ୍ଦ୍ର, ମା’ ବୁଢ଼ୀ ବଜାର, ଡେଲି ମାର୍କେଟ, ସଞ୍ଜିବନୀ ମାର୍କେଟ, ରାଜ୍‌ ହୋଟେଲ ଛକ, ଏନ୍‌ଏଚ୍‌ ଅଫିସ ଛକ, ହନୁମାନ ବଜାର, ତାମ୍ରିତ କଲୋନୀ, ଆଶ୍ରମ ଛକ, ଡିଆଇସି ଛକ, ଶିକ୍ଷକପଡ଼ା, ନନ୍‌ ଭେଜ ମାର୍କେଟ, କମଳା ଫାର୍ମ ଛକ, ହାତୀଶାଲ ପଡ଼ା, ପଞ୍ଚମୁଖୀ ମାର୍କେଟ, ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ, ପ୍ରଗତିନଗର ଆଦି ସ୍ଥାନରେ ଏଥର ମା ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ପାଳନ କରାଯାଉଛି। ସେହିପରି ସହରକୁ ପୂଜା ଦେଖିବାକୁ ଆସୁଥିବା ଲୋକଙ୍କୁ ଆକୃଷ୍ଟ କରିବାକୁ ଦଶହରା ପଡ଼ିଆରେ ମିନା ବଜାର ଖୋଲାଯାଇଛି। ପୂଜାକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ସହରବାସୀଙ୍କୁ ନିବେଦନ କରାଯାଇଛି। ସହରସାରା ପୋଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଛିନତାଇ, ପକେଟମାର, ମଦ୍ୟପଙ୍କ ଉପରେ ସାଦା ପୋଷାକଧାରୀ ପୋଲିସ ନଜର ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri