ଆଜି ନୀଳମାଧବ ବସ୍ତି ଭାଙ୍ଗିବ ବିଡିଏ

ଭୁବନେଶ୍ୱର,୧ା୬(ବ୍ୟୁରୋ): କରୋନା କଟକଣା କୋହଳ ହେବା ପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବାକି ଥିବା ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ ହେବାକୁ ଯାଉଛି। ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିଡିଏର ମିଳିତ ଉଚ୍ଛେଦକାରୀ ଦଳ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ବସ୍ତିର ବ୍ଲକ୍‌-ସିକୁ ଭାଙ୍ଗିବ ବୋଲି ସୂଚନା ମିଳିଛି। ସମ୍ପୃକ୍ତ ବସ୍ତିରେ ବିଡିଏ ଦ୍ୱାରା ରାଜୀବ ଆବାସ ଯୋଜନା (ଆରଏଓ୍ବାଇ)ରେ ଗୃହ ନିର୍ମାଣ କାର୍ଯ୍ୟ କରାଯିବା ସକାଶେ ଏହି ଉଚ୍ଛେଦ କରାଯାଉଛି। ବ୍ଲକ୍‌-ସିରେ ରହୁଥିବା ଶହେରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ବସ୍ତିର ବ୍ଲକ୍‌-ବିକୁ ସ୍ଥାନାନ୍ତରିତ ହେବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବ୍ଲକ୍‌-ଏରେ ରହୁଥିବା ୨ଶହରୁ ଊର୍ଦ୍ଧ୍ୱ ଘରକୁ ଭଙ୍ଗାଯିବା ସହ ଏଠାରେ ରହୁଥିବା ପରିବାରଙ୍କୁ ଏକ ଟ୍ରାଞ୍ଜିଟ୍‌ ହାଉସ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଆରଏଓ୍ବାଇ ଘର ନିର୍ମାଣ ସରିଲେ ସମସ୍ତ ବସ୍ତିବାସିନ୍ଦାଙ୍କୁ ବଣ୍ଟନ କରାଯିବ ବୋଲି ଉଚ୍ଛେଦକାରୀ ଦଳ ପକ୍ଷରୁ ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri