ଆଜି ବନ୍ଦ ଡାକରା

ଭୁବନେଶ୍ୱର,୮।୧(ବ୍ୟୁରୋ):ରାସ୍ତାରେ ଗାଡ଼ି ଗଡ଼ିବନି। ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ହେବ। ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏଆଇଟିୟୁସି, ଏଚଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ସଓ୍ବୋ, ଏଆଇସିସିଟିୟୁ, ଏଲପିଏଫ, ୟୁଟିୟୁସିର ଭଳି ଟ୍ରେଡ ୟୁନିୟନ ଗୁଡିକ ସାମିଲ ହୋଇଛନ୍ତିି। ଓଡ଼ିଶାରେ ମଧ୍ୟ ଏହି ବନ୍ଦ ପାଳନ ହେବ। ଟ୍ରେଡ ୟୁୂନିୟନଗୁଡିକର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ଧର୍ମଘଟରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ପିକେଟିଂ କରିବେ। କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ରେଳ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଟ୍ରେଡ ୟୁନିୟର କର୍ମକର୍ତ୍ତାମାନେ ପ୍ରତିବାଦ କରିବେ। ମୟୂରଭଞ୍ଜ, ଯାଜପୁର, ଜଗତ୍‌ସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲାପାଳମାନେ ଘୋଷଣା କରିଛନ୍ତି। ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଏହି ଧର୍ମଘଟକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି।
କୃଷକ, ଶ୍ରମିକ, ଦିନମଜୁରିଆଙ୍କୁ ସର୍ବନିମ୍ନ ମଜୁରି ମିଳୁନାହିଁ। ସର୍ବତ୍ର ଭୟ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ଲୋକମାନଙ୍କର ସ୍ବାଧୀନ ମତବ୍ୟକ୍ତ ଅଧିକାର ଦିନକୁ ଦିନ କ୍ଷୁଣ୍ଣ ହୋଇ ଚାଲିଛି। ଏହାକୁ ବିରୋଧ କରି କଂଗ୍ରେସ ରାଜ୍ୟରେ ପ୍ରତିବାଦ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଧର୍ମଘଟକୁ ସଫଳ କରିବାକୁ ପିସିସି ପକ୍ଷରୁ କର୍ମକର୍ତ୍ତାଙ୍କୁ ଆହ୍ବାନ କରାଯାଇଛି। ଏହି ବନ୍ଦରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ସାମିଲ ହେବ ବୋଲି ସଭାପତି ଲିଙ୍ଗରାଜ ମହାନ୍ତି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ଧର୍ମଘଟକୁ ସଫଳ କରିବା ପାଇଁ ପୂରା ଉଦ୍ୟମ କରାଯିବ ବୋଲି ସିଆଇଟିୟୁ ଭୁବନେଶ୍ୱର ସଭାପତି ନବକିଶୋର ମହାନ୍ତି କହିଛନ୍ତି। ବୁଧବାର ସକାଳ ୬ରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକ ସେବା ଛଡ଼ା ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିରେ ଅଲ ଓଡ଼ିଶା ଅଟୋ ମହାସଂଘ, ଟ୍ରକ ମହାସଂଘ, ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ଆସୋସିଏଶନ ସାମିଲ ହେବେ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘ ଏହି ଧର୍ମଘଟରେ ସାମିଲ ହେବେ ନାହିଁ। ଯଦି ସରକାର ସୁରକ୍ଷା ଯୋଗାଇ ଦେବେ ତେବେ ବସ୍‌ ଚଳାଚଳ ସ୍ବାଭାବିକ ରହିବ ବୋଲି ବସ ମାଲିକ ସଂଘ ଆବାହକ ଦେବାଶିଷ ନାୟକ କହିଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ଜନବିରୋଧୀ ଓ ରାଷ୍ଟ୍ରବିରୋଧୀ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଶ୍ରମିକମାନଙ୍କର ଦାବି ପୂରଣ କରିବାରେ ବିଫଳ ହୋଇଛି। ଶ୍ରମିକମାନଙ୍କର ସମସ୍ୟା ସମାଧାନ ପାଇଁ ୨୦୧୫ ଜୁଲାଇରୁ ଏ ପର୍ଯ୍ୟନ୍ତ ଭାରତୀୟ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। ବିପିସିଏଲକୁ ବିକ୍ରି କରିବା ନିଷ୍ପତ୍ତି, ବିଏସ୍‌ଏନ୍‌ଏଲ୍‌ -ଏମ୍‌ଟିଏନ୍‌ଏଲର ମିଶ୍ରଣ ନିଷ୍ପତ୍ତି ଯୋଗୁ ପ୍ରାୟ ୯୪ ହଜାର କର୍ମଚାରୀ ନିଯୁକ୍ତି ହରାଇବା ସମ୍ଭାବନା ରହିଛି। ଏହାଛଡ଼ା ଟ୍ରେଡ ୟୁନିୟନଗୁଡିକ ରେଲଓ୍ବେ ଘରୋଇକରଣ, ଗୋଳାବାରୁଦ କାରଖାନାଗୁଡିକୁ ନିଗମରେ ପରିଣତ କରିବା ଏବଂ ବ୍ୟାଙ୍କଗୁଡିକର ମିଶ୍ରଣକୁ ମଧ୍ୟ ତୀବ୍ର ବିରୋଧ କରିଛନ୍ତି।
ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଆଇନକାନୁନ ରକ୍ଷା ସହିତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜି ଏବଂ ଆଇଜିଙ୍କୁ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ବିଭାଗୀୟ ମୁଖ୍ୟ ଦପ୍ତର, ରାଜୀବ ଭବନର ସମସ୍ତ କର୍ମଚାରୀ ବୁଧବାର ସକାଳ ୯ଟା ୩୦ ମିନିଟି ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଫିସର ଓ କର୍ମଚାରୀମାନେ ଯେପରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବେ ସେନେଇ ନିଶ୍ଚିତ କରିବାକୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସଚିବ ଏବଂ ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହିତ ଲୋକସେବା ଭବନର ଫାଟକ ୧୦ଟା ୩୦ ମିନିଟରେ ବନ୍ଦ କରାଯିବ। ଏହା ପୂର୍ବରୁ କର୍ମଚାରୀମାନେ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ପ୍ରବେଶପତ୍ରକୁ କଡାକଡି ଯାଞ୍ଚ କରାଯିବ। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ତେବେ ତୁରନ୍ତ ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବଙ୍କୁ ଟେଲିଫୋନ ନଂ ୦୬୭୪- ୨୩୯୩୮୪୯ ଏବଂ ସଚିବାଳୟ ସୁରକ୍ଷା ଦାୟିତ୍ୱରେ ଥିବା ଏସିପିଙ୍କୁ ଟେଲିଫୋନ ନଂ. ୦୬୭୪-୨୩୨୨୫୨୨ ଜରିଆରେ ଜଣାଇବାକୁ କୁହାଯାଇଛି। ଏଥିସହିତ ଲୋକସେବା ଭବନକୁ ଆସୁଥିବା ପରିଦର୍ଶକମାନଙ୍କୁ ପ୍ରବେଶ ଦେବା ନେଇ କଟକଣା ଜାରି କରାଯାଇଛି। ଅତି ଜରୁରୀ ଥିଲେ ପ୍ରବେଶପତ୍ର ଦିଆଯିବ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି। ଜିଲାସ୍ତରରେ ମଧ୍ୟ କର୍ମଚାରୀ ୯ଟା ୩୦ ମିନଟ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ଏଥିସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ବାଭାବିକ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri