ଆଜି ବାହୁଡ଼ିବେ ମହାପ୍ରଭୁ

ପୁରୀ ଅଫିସ,୧୨।୭:ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନର ରହଣି ପରେ ଭାଇଭଉଣୀଙ୍କୁ ସାଥିରେ ଧରି ଶୁକ୍ରବାର ବାହୁଡ଼ି ଆସିବେ ଶ୍ରୀମନ୍ଦିର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ମହାପ୍ରଭୁଙ୍କୁ ତିନିରଥ ଅପେକ୍ଷା କରି ରହିଛନ୍ତି। ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟିର ସଦସ୍ୟମାନେ ଯାଞ୍ଚ କରିସାରିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚାଲିଛି।
ଗୁରୁବାର ଥିଲା ସନ୍ଧ୍ୟା ଦର୍ଶନ। ତେଣୁ ବୁଧବାର ରାତି ୨ଟା ୫୫ରେ ଠାକୁରଙ୍କ ପହୁଡ଼ ହୋଇ ଭୋର ୪ଟା ୨୦ରେ ଦ୍ୱାରଫିଟା ଯାଇଥିଲା। ୫ଟା ୧୦ରେ ହୋଇଥିଲା ମଙ୍ଗଳ ଆଳତି। ଏହାପରେ ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଥିଲା। ଲମ୍ବା ଧାଡ଼ିିରେ ଶ୍ରଦ୍ଧାଳୁମାନେ ଦାରୁଦିଅଁଙ୍କ ଦର୍ଶନ କରିଥିଲେ। ନୀତି ସଅଳ ଚାଲିଥିଲା। ଭକ୍ତମାନେ ପୂର୍ବାହ୍ନ ୧୦ଟା ୨୫ରେ ଆଡପ ଅବଢା ପାଇଥିଲେ।
ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ରାତି ୮ଟାରୁ ବନ୍ଦ କରାଯାଇଥିଲା। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶୋଧ କରାଯାଇଥିଲା। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମୀ ଲାଗି ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହେବ। ଠାକୁର ଖେଚୁଡି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ୧୨ଟାରେ ବାହୁଡା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ବାହୁଡା ପରଦିନ ଅର୍ଥାତ୍‌ ଶନିବାର ସୁନାବେଶ ରହିଛି। ତେଣୁ ବାହୁଡ଼ା ଦିନ ହିଁ ସିଂହଦ୍ୱାରରେ ତିନିରଥ ପହଞ୍ଚାଇବା ଲାଗି ପ୍ରଶାସନ ସ୍ଥିର କରିଛି। ଆବଶ୍ୟକ ପଡ଼ିିଲେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇ ରାତିରେ ରଥ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଇବାର ଯୋଜନା ରହିଛି ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

ସେପ୍ଚେମ୍ବର ୨୭, ୨୮ରେ ଜିଲାପାଳ ସମ୍ମିଳନୀ: ‘ସୁଭଦ୍ରା’ ସଫଳତା ପାଇଁ ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୪।୯: ମଙ୍ଗଳବାର ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା...

ଓଡ଼ିଶା ଭିତରେ ଗ୍ରୁପ୍-ଏ ଅଧିକାରୀମାନେ ବିମାନରେ ଯାତ୍ରା କରିପାରିବେ: ସରକାର ଦେଲେ ଅନୁମତି

ଭୁବନେଶ୍ୱର,୨୪।୯: ଏଣିକି ସରକାରୀ କାର୍ଯ୍ୟରେ ରାଜ୍ୟ ଭିତରେ ବିମାନଯୋଗେ ଯାତ୍ରା କରିପାରିବେ ସରକାରୀ ଅଧିକାରୀ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ରାଜ୍ୟ ଅର୍ଥ...

କେବେ ହେବ ଦଶମ ଷାଣ୍ମାସିକ ପରୀକ୍ଷା? ବୋର୍ଡ ଦେଲା ବଡ଼ ସୂଚନା

ଭୁବନେଶ୍ୱର,୨୪।୯: ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଷାଣ୍ମାସିକ ପରୀକ୍ଷା କେବେ ହେବ ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ତାକୁ ନେଇ...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri