Posted inରାଜ୍ୟ

ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ

ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା ଶିଖାଏ, ସମ୍ବଳ ନ ଥାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଯିଏ ପିଲାର ଭବିଷ୍ୟତ ପାଇଁ ଚିନ୍ତାକରେ, ଯାହାଙ୍କୁ ପାଖରେ ପାଇଲେ ଶତ ସିଂହର ବଳ ଆସେ, ସିଏ ଆମର ବାପା। ଏକାନ୍ନ ପରିବାରରେ ମୂଲ୍ୟବୋଧର ଅବକ୍ଷୟ ଯୋଗୁ ପିତୃତ୍ୱ ଆଜି ବିପନ୍ନ । ପରିବାର ବିଭକ୍ତୀକରଣ ପ୍ରକ୍ରିୟାରେ ଅନେକ ସ୍ଥାନରେ ମା’ କିମ୍ବା ବାପାଙ୍କୁ ପିଲାମାନଙ୍କ ପାଖରେ ପାଳିକରି ରହିବାକୁ ପଡୁଛି। କାହିଁ କେଉଁ କାଳରୁ ରହିଆସିଥିବା ସେହି ମହାନ୍‌ ସଂସ୍କୃତି ପିତା ଧର୍ମଃ ପିତା ସ୍ବର୍ଗଃ ପିତାହିଁ ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ । ଏପରି ଭାବ ଆମ ସମାଜରେ ସମ୍ପ୍ରତି ହଜିଯିବାକୁ ବସିଲାଣି । ଅନେକ ବାପା ଅଛନ୍ତି ଯେଉଁମାନଙ୍କ ପାଇଁ ପିତୃ ଦିବସ ମୂଲ୍ୟହୀନ। ପରିବାରରେ ରହିଥିଲେ ମଧ୍ୟ ସେମାନେ ଅବହେଳିତ ଓ ଉପେକ୍ଷିତ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।

କ’ଣ କହନ୍ତି ଏମାନେ…
-ପିତାଙ୍କୁ ସ୍ବର୍ଗଠାରୁ ଅଧିକ ଭାବରେ ଗ୍ରହଣ କରିଛି ଭାରତୀୟ ସଂସ୍କୃତି । ସନ୍ତାନକୁ ମା’ ଜନ୍ମ ଦେଲେ ମଧ୍ୟ ପିତାଙ୍କର ଭୂମିକା କିଛି କମ୍‌ ନୁହଁ । ସେଥିପାଇଁ କୁହାଯାଇଛି ପିତା ଥିବା ପୁତ୍ର ସଭାରେ ହାରେନା । କିନ୍ତୁ ବର୍ତ୍ତମାନ ଯୁଗରେ ଯେଉଁମାନେ ଉଚ୍ଚ ଶିକ୍ଷିତ ଓ ପ୍ରତିଷ୍ଠିତ ସେମାନେ ସେମାନଙ୍କ ପିତାଙ୍କୁ ହତାଦର କରୁଥିବା ଦେଖାଯାଉଛି । ପିତାଙ୍କ ବାର୍ଦ୍ଧକ୍ୟ ସମୟରେ ସେମାନଙ୍କୁ ବହୁ ଭାବରେ ଅବହେଳା କରାଯାଉଛି । ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରି ବନବାସ ଯାଇ ଏକ ଆଦର୍ଶ ପୁତ୍ରର ପରିଚୟ ଦେଇଥିଲେ । ପିତୃ ଦିବସ ଗୋଟିଏ ଦିନ ପାଳନ କଲେ ହେବନି, ପିତାଙ୍କ ପ୍ରତି ପୁତ୍ରର ଯେଭଳି ଭାବେ ସମ୍ମାନ ପ୍ରଦର୍ଶନ କରିବା କଥା ତାହା ନ କଲେ ସେ ପୁତ୍ରର ଜୀବନରେ ଆଦୌ ଉନ୍ନତି ହେବ ନାହିଁ ।

ଗିରିଜା ଶଙ୍କର ତରାସିଆ, ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର

-ଆମମାନଙ୍କ ଜନ୍ମଦାତା ଆମମାନଙ୍କୁ ଉପଯୁକ୍ତ ସଂସ୍କାର, ଶିକ୍ଷା ଦିଅନ୍ତି। ପିତାଙ୍କ ଅବଦାନ କୌଣସି ପୁତ୍ର କେବେ ବି ଶୁଝିପାରି ନ ଥାଏ ା ମୋ ପାଇଁ ମୋ ବାପା ସବୁକିଛି। ମୁଁ ଯାହା ହୋଇଛି କେବଳ ତାଙ୍କରି ପାଇଁ । ଦୁର୍ଭାଗ୍ୟ ମୋର ୧୬ ବର୍ଷ ସମୟରେ ମୋ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ହେଲେ ସେ ଯେଭଳି ଖଣ୍ଡପଡାର ସେବା କରିବାର ବ୍ରତ ନେଇ କାର୍ଯ୍ୟ କରୁଥିଲେ ମୁଁ ତାଙ୍କରି ପଥ ଅନୁସରଣ କରିଚାଲିଛି। ଚେଷ୍ଟା କରୁଛି ତାଙ୍କ ସ୍ବପ୍ନକୁ ସାକାର କରି ସେହି ମାଧ୍ୟମରେ ମୋର ଭକ୍ତିପୁତ ସମ୍ମାନ ଜଣାଇବା ପାଇଁ ।

ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ, ଖଣ୍ଡପଡା

-ପିତୃତ୍ୱ ଏକ ପରୀକ୍ଷା, ପାରଦର୍ଶିତାର ପରିଭାଷା, ତ୍ୟାଗ ଓ ତିତିକ୍ଷାର ଅମ୍ଳାନ ଗାଥା। ପରିବାର ରୁପକ କୈଳାସ ପର୍ବତର ବାପା ହେଉଛନ୍ତି ମହାଦେବ ସଦୃଶ ା ଯିଏ ବିଷ ପିଇ ଆମକୁ ଅମୃତ ପିଆଇଥାନ୍ତି । ଯାହା ପାଖେ ବାପା ଥାଆନ୍ତି ସେ ସବୁଠି ବାଜିମାତ୍‌ କରନ୍ତି। ଏଣୁ ସଂସାରର ସବୁ ବାପାଙ୍କ ଓଠରେ ହସ ଭରିଦେବା ହିଁ ସବୁ ସନ୍ତାନଙ୍କର ଜୀବନର ଲକ୍ଷ୍ୟ ହେଉ, ପିତୃତ୍ୱ ଦିବସରେ ମୋର ଏହାହିଁ କାମନା ।
ରୁପାଲୀ ସାହୁ, ଛାତ୍ରୀ, ଓଡିଶା ଆଦର୍ଶ ବିଦ୍ୟାଳୟ

-ଜୀବନରେ କିଛି ଦରକାର ନାହିଁ । ଖାଲି ସ୍ନେହ, ପ୍ରେମଟିକେ ଦରକାର । ଯେଉଁ ନୀତି, ଆଦର୍ଶରେ ରାମରାଜ୍ୟ ଗଠିତ ହୋଇଥିଲା, ଆଜି ସେହି ନୀତି ଆଦର୍ଶ କଥା ଉଠିିଲେ ବାପାଙ୍କ କଥା ମନେପଡେ। ବାପା ଆଜି ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କର ସେହି ଦୁଇପଦ କଥା ମୋର ମନେ ଅଛି। ସେ କହୁଥିଲେ ଚାରିଧାମ ବୁଲିଲେ ଯେତିକି ପୂଣ୍ୟ ଅର୍ଜନ ହୋଇଥାଏ, ତା’ର ଦଶଗୁଣ ପୂଣ୍ୟ ମିଳିଥାଏ ମା’ବାପାଙ୍କ ସେବାରୁ ।
କ୍ଷୀରୋଦ କୁମାର ମହାପାତ୍ର, ହାଇଟେକ ହସ୍‌ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ: ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ପାର୍ଥିବ ଶରୀର

ଭୁବନେଶ୍ବର,୨୮।୨: ଆଉ ନାହାନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସେ ଲିଭର ସିରୋସିସରେ...

Uttam Mohnaty: ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଥିଲେ ଉତ୍ତମ ମହାନ୍ତି, ଜାଣନ୍ତୁ ତାଙ୍କ ସିନେମା, ପରିବାର, ପୁରସ୍କାର

ଭୁବନେଶ୍ୱର,୨୮ା୨: ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି। ସମଗ୍ର ଓଡ଼ିଶା, ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକ, ପରିବାର, ଶୁଭେଚ୍ଛୁ ଏବଂ ସର୍ବୋପରି ଓଡ଼ିଆ...

Uttam Mohnaty: ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି

ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା...

Uttam Mohnaty: ୧୩୫ ଓଡ଼ିଆ ସିନେମାରେ ଅଭିନୟ, ସିରିଏଲ ମଧ୍ୟ ରହିଛି

ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ,୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ଏଥିସହ ୪ଟି ଟିଭି ସିରିୟଲରେ ସେ ତାଙ୍କ ଅଭିନୟର...

Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର

ଭୁବନେଶ୍ୱର,୨୮ା୨: ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର...

Uttam Mohanty: ମୁଁ ଦଣ୍ଡାବାଳୁଙ୍ଗା…

ଭୁବନେଶ୍ୱର,୨୮ା୨: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ।...

Uttam mohanty: ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଅଭିନେତା

ଭୁବନେଶ୍ୱର,୨୮ା୨: କଲେଜରେ ପଢ଼ିବା ମଞ୍ଚରେ ଅଭିନୟ କରି ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ ଉତ୍ତମ। ମାତ୍ର ଅଭିନେତା ହେବାକୁ ତାଙ୍କର ଇଚ୍ଛା ନ ଥିଲା।...

ବାବୁସାନଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର,୨୮ା୨: ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image