ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ ସିଂହଦ୍ୱାର ନିକଟ ବହୁ ପୁରାତନ ବଡ଼ ଆଖଡ଼ା ମଠ। ପୂର୍ବରୁ ଲଙ୍ଗୁଳି ମଠ ଭଙ୍ଗା ସରିଥିବାବେଳେ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏବେ ବଡ଼ ଆଖଡ଼ା ମଠର ପାଳି। ପୌରସଂସ୍ଥା ପକ୍ଷରୁ ମଠରେ ଲଗାଯାଇଛି ଅସୁରକ୍ଷିତର ଲଟ୍‌କା। ଉଚ୍ଛେଦ ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇଯାଇଛି। ମଙ୍ଗଳବାର ସକାଳେ ଭଙ୍ଗାଯିବ ଏହି ମଠ। ଚାଲିବ ବୁଲ୍‌ଡୋଜର ଆଉ ବ୍ରେକର। ମଠ କୋଠାରେ ଚାଲୁଥିବା ସିଂହଦ୍ୱାର ଥାନା ଓ ୩୮ଟି ଦୋକାନ ଘର ସୋମବାର ସୁଦ୍ଧା ଖାଲି ହୋଇଯାଇଛି। ମଠରେ ଉପାସିତ ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଭଙ୍ଗାଯିବ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବଖରା ଘର। ସେଥିଲାଗି ମଠର ଆସବାବପତ୍ରକୁ ମଧ୍ୟ ସ୍ଥାନାନ୍ତର କରି ଦିଆଯାଇଛି।
ତେବେ ଐତିହ୍ୟସମ୍ପନ୍ନ ମଠଗୁଡ଼ିକ ଭଙ୍ଗାଯିବାକୁ ନେଇ ବିଭିନ୍ନ ସମୟରେ ଉଠୁଛି ବିରୋଧର ସ୍ବର। ସଂରକ୍ଷଣ ବଦଳରେ ଉଚ୍ଛେଦ ଠିକ୍‌ ନୁହେଁ ବୋଲି ଅନେକ ମତ ରଖୁଛନ୍ତି। ଶ୍ରୀମନ୍ଦିର ସୁରକ୍ଷାକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ଏଥିପାଇଁ ଶହ ଶହ ବର୍ଷର ମଠ ସଂସ୍କୃତିକୁ ନ ଭାଙ୍ଗି କିପରି ପରପିଢ଼ି ପାଇଁ ସଂରକ୍ଷିତ ରଖାଯିବ ସେ ଦିଗରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଦାବି କରିଛି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ। ଏଥିପାଇଁ ସୋମବାର ଅପରାହ୍ନରେ ବଡ଼ ଆଖଡ଼ା ମଠ ପରିଦର୍ଶନ କରିଥିଲେ ଐତିହ୍ୟ ସଂରକ୍ଷଣ ପରିଷଦର କର୍ମକର୍ତ୍ତା। ପରିଷଦର ଆଧାର ପୁରୁଷ ଡ. ସୁରେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ଉପସଭାପତି ରାଜକୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ସେନାପତି, ଅଶୋକ ମହାପାତ୍ର, ରବୀନ୍ଦ୍ର ମହାରଣା ପ୍ରମୁଖ ମହନ୍ତଙ୍କ ସହିତ ଆଲୋଚନା କରିଥିଲେ। ମହନ୍ତ ହରିନାରାୟଣ ଦାସ ପରିଷଦ କର୍ମକର୍ତ୍ତାଙ୍କୁ ମଠର ଐତିହ୍ୟସ୍ଥଳୀ ପରିଦର୍ଶନ କରାଇବା ସହ ଏସବୁକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା କହିଥିଲେ।
ସେପଟେ ଆଉ ହାତଗଣତି କେଇଟା ଦିନ ପରେ ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ସତ୍ତା ହରାଇବ ବଡ଼ ଆଖଡ଼ା ମଠ। କେବଳ ମଠ ଠାକୁରଙ୍କ ବିଜେସ୍ଥଳୀକୁ ଛାଡ଼ିି ଆଉ ସବୁ ନିର୍ମାଣ ମାଟିରେ ମିଶିବ। ତେଣୁ ଏହାକୁ ନେଇ ବେଶ୍‌ ମର୍ମାହତ ଏଠାରେ ରହୁଥିବା ବିଦ୍ୟାର୍ଥୀ। ମଠରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ରହି ପାଠ ପଢୁଥିଲେ। ଯଦିଓ ପ୍ରଶାସନ ସେମାନଙ୍କ ପାଇଁ ରହିବା ସୁବିଧା କରିଛି, କିନ୍ତୁ ତାହାକୁ ନେଇ ବିଦ୍ୟାର୍ଥୀମାନେ ଖୁସି ନାହାନ୍ତି। ଆଗକୁ କେଉଁଠି ରହିବେ, କେମିତି ପଢ଼ିବେ ତାହାକୁ ନେଇ ସେମାନେ ସନ୍ଦିହାନ ହୋଇପଡ଼ିିଛନ୍ତି। ଭବିଷ୍ୟତ ଗଢ଼ିବା ଆଶାରେ ମଠରେ ରହିଥିବା ଏହି ବିଦ୍ୟାର୍ଥୀମାନେ କେବଳ ଦୁଃଖ କରୁଛନ୍ତି ସିନା ହେଲେ ମନ କଥା କାହାକୁ କହିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri