ଭୁବନେଶ୍ୱର,୧୧।୭(ବ୍ୟୁରୋ): ଗୁରୁବାର ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ବଜେଟ ପରିମାଣ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ଏଥିସହିତ ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମାସିକିଆ ରିପୋର୍ଟ ଉପରେ ମଧ୍ୟ ମାନସମନ୍ଥନ ହେବ ବୋଲି ସୂଚନା ମିଳିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ମନ୍ତ୍ରୀମାନେ କିପରି କାର୍ଯ୍ୟ କରୁଛନ୍ତି ସେ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଜେଡି ପଞ୍ଚମ ପାଳି ସରକାରଙ୍କ ଏହା ହେବ ଦ୍ୱିତୀୟ ବୈଠକ।