ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ

ପୁରୀ ଅଫିସ,୨।୪: ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥପାଇଁଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ ଆସିଥିଲା। ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଟେରା ବନ୍ଧା ଯାଇ ଜେଉଡ଼ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ ଖିରି ଆଦି) ରୋଷରୁ ଆସି ବଲ୍ଲଭ ପିଣ୍ଡିଠାରେ ରଖା ଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ପାଣି ପଡ଼ି ଧୋପଖାଳ ପରେ ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହି ବନ୍ଦାପନାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା। ଜେଉଡ ଭୋଗ ଏବଂ ଗର୍ଭଉଦକ ବନ୍ଦାପନା ସମ୍ପର୍କରେ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଜେଉଡ଼ ଫଳ ଖାଇଥାନ୍ତି। ଶ୍ରୀରାମ ନବମୀ ପୂର୍ବଦିନ ଅର୍ଥାତ୍‌ ଅଷ୍ଟମୀରେ ଶ୍ରୀଜଗନ୍ନାଥ କୌଶଲ୍ୟା ରୂପ ଧାରଣ କରି ଜେଉଡ଼ ଭୋଗ ଖାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭରେ ଶ୍ରୀରାମଚନ୍ଦ୍ର ରହିଥିବାରୁ ତାଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ତାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଲୀଳାମୟ ଠାକୁରଙ୍କ ଏହା ଏକ ଅଲୌକିକ ଲୀଳା। ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସୃଷ୍ଟି ହେବେ ଶ୍ରୀରାମଚନ୍ଦ୍ର ବୋଲି ଗବେଷକ ଡ. ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅବପାତରେ ପରିଣତ ହେବ ଲଘୁଚାପ, ୨୭ରୁ ବର୍ଷିବ

ଭୁବନେଶ୍ୱର,୨୫ା୧୧: ସୋମବାର ଅବପାତରେ ପରିଣତ ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।...

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌...

ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୧ (ଅରୁଣ ସାହୁ): ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଭାବେ ମିଡ଼ିୟୁବାନ୍ଦା ଜଳପ୍ରପାତ...

ନିର୍ଯାତନାର କାହାଣୀ ବଖାଣିଲେ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱର,୨୫ା୧୧(ସତ୍ୟଜିତ୍‌ ରାଉତ): କଟକରେ ବାଂଲାଦେଶର ଜଣେ ନାବାଳିକା ଉଦ୍ଧାର ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସ ଅଧିକ ତନାଘନା ଚଳାଇଛି। ତେବେ କଟକ ସହ ଭୁବନେଶ୍ୱରରେ...

ଧାରଣାରେ ମହିଳା କଣ୍ଡକ୍ଟର, ମୁଖ୍ୟମନ୍ତ୍ରୀ ବସ୍‌ସେବା ଠପ୍‌

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ସୋମବାର ସକାଳୁ ଠପ୍‌ ହୋଇଛି। ୩ ଦଫା ଦାବି ନେଇ ପାଟଣା ବ୍ଲକ...

ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୫ା୧୧(ଅନିଲ ଦାସ): ଆସନ୍ତା ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବାଚସ୍ପତିଙ୍କ ଚାମ୍ବରରେ ସର୍ବଦଳୀୟ...

ପୋଲ ଉପରେ ଝୁଲିକି ରହିଛି ମେଲୋଡ଼ି ପାର୍ଟି ଗାଡ଼ି

ବଲାଙ୍ଗୀର,୨୫ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ର ପୋଡ଼ଛାପର ଗାଁ ନିକଟରେ ଏକ ମେଲୋଡ଼ି ପାର୍ଟି ଗାଡ଼ି(ମିନିଟ୍ରକ୍‌)ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ...

ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ…

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ ନୁହେଁ। ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛି ତାହା ବୁଝାପଡ଼ୁନି। ସେମାନେ ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri