Posted inଜାତୀୟ

ଆଜି ୯.୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନ ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୫ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ଯିବ। ମହାରାଷ୍ଟ୍ରର ଓ୍ବାଶିମ୍‌ଠାରେ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥ ରାଶି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଜରିଆରେ ପ୍ରେରଣ କରାଯିବ। ମହାରାଷ୍ଟ୍ରର ଚାଷୀ ରାଜ୍ୟର ନମୋ ଶେତ୍‌କରୀ ମହାସମ୍ମାନ ନିଧି ଯୋଜନାରେ ଅତିରିକ୍ତ ୨,୦୦୦ କୋଟି ଟଙ୍କା ପାଇବେ। ପିଏମ୍‌-କିଷାନ ଯୋଜନା୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା। ଉକ୍ତ ଯୋଜନାରେ ହିତାଧିକାରୀ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ।
ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା ‘Know Your Status’ ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ ପ୍ରବେଶ କରି ସୂଚନା ପାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କାହିଁକି ଟ୍ରେନିଂ ନେବାକୁ ଚାହୁଁଛନ୍ତି ଇସ୍ରାଏଲ ସୁରକ୍ଷା କର୍ମୀ? ପୋଲିସକୁ ମାଗିଲେ ସ୍ଥାନ

ନୂଆଦିଲ୍ଲୀ,୫।୧୦: ମଧ୍ୟ ପୂର୍ବର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଏହି ଅଞ୍ଚଳରେ ଆଉ ଏକ ଯୁଦ୍ଧ...

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ...

ଭାଜପାର ବଡ଼ ଆକ୍ସନ: ଦଳରୁ ବିଦା ହେଲେ ୪ ବଡ଼ ନେତା

ଚଣ୍ଡିଗଡ,୫।୧୦: ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ହିସାର ବିଧାନସଭା ଠାରୁ...

‘ଯୁବକ ଯଦି ହୁଡିଯାଆନ୍ତି ତେବେ ଦେଶର ଅବସ୍ଥା,’ଆପତ୍ତିଜନକ ବୟାନକୁ ନେଇ…

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ କାର୍ଯ୍ୟକ୍ରମରେ ମହନ୍ତ ୟତି ନରସିଂହାନନ୍ଦ ପୈଙ୍ଗାମ୍ବର ମହମ୍ମଦ ଏବଂ କୁରାନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ସାରା...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫।୧୦: ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ,...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri