ଆଜିଠାରୁ ଜନଧନ ଖାତାରେ ମହିଳାଙ୍କୁ ସହାୟତା

ଭୁବନେଶ୍ୱର, ୩।୪: କୋଭିଡ୍‌-୧୯ ମୁକାବିଲା ଅଂଶସ୍ବରୂପ ଶୁକ୍ରବାରଠାରୁ ଜନଧନ ଖାତାରେ ମହିଳାଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ୨୦ କୋଟି ମହିଳାଙ୍କୁ ମାସିକ ୫୦୦ ଟଙ୍କାର ସହାୟତା ରାଶି ସରକାର ବ୍ୟାଙ୍କ ଖାତାରେ ସିଧାସଳଖ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ଅର୍ଥ ରାଶି ପ୍ରଦାନ କରାଯାଉଛି। ଏହି ସମୟରେ ହିତାଧିକାରୀ ବ୍ୟାଙ୍କରେ ଭିଡ ଜମାଇବାର ଆଶଙ୍କା ରହିଛି। ଭିଡକୁ ନିୟନ୍ତ୍ରଣ କରିବା ସହ ହିତାଧିକାରୀ କିଭଳି ସେମାନଙ୍କ ଅର୍ଥ ପାଇପାରିବେ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସହଜରେ ପାଣ୍ଠି ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି। ସେହିଭଳି ବ୍ୟାଙ୍କଗୁଡିକରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ଆର୍ଥତ୍କ ସେବା ବିଭାଗ ପରାମର୍ଶ ଦେଇଛି। ଅଧିକ ସଂଖ୍ୟକ ଲୋକ ଯେଭଳି ଶାଖା ନ ଆସନ୍ତି ସେଥି ଲାଗି ଆକାଉଣ୍ଟ ନମ୍ବର ହିସାବରେ ଦିନ ଧାର୍ଯ୍ୟ ହୋଇଛି। ବ୍ୟାଙ୍କ ଖାତାର ଶେଷ ସଂଖ୍ୟା ୦ ଏବଂ ୧ ରହିଥିଲେ ହିତାଧିକାରୀ ଶୁକ୍ରବାର ବ୍ୟାଙ୍କ ଆସିବେ। ଆକାଉଣ୍ଟ ନମ୍ବରର ଶେଷ ସଂଖ୍ୟା ୧ ଏବଂ ୨ ରହିଥିଲେ ଶନିବାର, ୩ ଏବଂ ୪ ରହିଥିଲେ ସୋମବାର ଦିନ ଧାର୍ଯ୍ୟ ହୋଇଛି। ପର ସଂଖ୍ୟାଗୁଡିକ ଲାଗି ପରବର୍ତ୍ତୀ ବାର ଧାର୍ଯ୍ୟ ହୋଇଛି। ଯଦି କୌଣସି ଗ୍ରାହକ ଧାର୍ଯ୍ୟ ଦିନରେ ସେମାନଙ୍କ ଅର୍ଥ ଗ୍ରହଣ କରି ପାରିଲେ ନାହିଁ, ୯ ତାରିଖ ପରେ ବ୍ୟାଙ୍କ ଖୋଲାଥିବା ଦିନଗୁଡିକରେ ଅର୍ଥ ରାଶି ଗ୍ରହଣ କରିପାରିବେ। ଲୋକଙ୍କୁ ସୂଚନା ଦେବା ଲାଗି ମୋବାଇଲରେ ମେସେଜ ଦିଆଯିବାର ବ୍ୟବସ୍ଥା ହୋଇଛି। ଏହି ସମୟରେ ବ୍ୟାଙ୍କ ଶାଖା ପୂର୍ବବତ ୧୦ ଟାରୁ ୪ ଟା ଯାଏ କାର୍ଯ୍ୟ କରିବ। ଏହି ସୂଚନା ଗ୍ରାହକଙ୍କୁ ଗ୍ରାମ ପଞ୍ଚାୟତ, ବିସି ପଏଣ୍ଟ, ଶାଖା କାର୍ଯ୍ୟାଳୟ ଏବଂ ସୁବିଧା କେନ୍ଦ୍ରରେ ମିଳିପାରିବ ବୋଲି ସୂଚନା ରହିଛି। ୩ ମାସ ଯାଏ ହିତାଧିକାରୀ ପ୍ରତିମାସ ୫୦୦ ଟଙ୍କାର ସହାୟତା ପାଇବେ। ଏ ଯୋଜନା ସମ୍ପର୍କରେ ମାର୍ଚ୍ଚ ୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ଉକ୍ତ ଯୋଜନାରେ ସରକାର ମୋଟ୍‌ ୩୧ ହଜାର କୋଟି ଟଙ୍କା ଲୋକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri